ଅପରାଧ

ଯୁବତୀଙ୍କୁ ୩୧ଖଣ୍ଡ କରି ପୋତିବା ଘଟଣା: ଅଭିଯୁକ୍ତ ଦମ୍ପତି ଗିରଫ – bajravana

[ad_1]

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଘଟିଥିବା ଛାତିଥରା ଘଟଣାରେ ଅଭିଯୁକ୍ତ ଦମ୍ପତି ଗିରଫ ହୋଇଛନ୍ତି। ଗତକାଲି ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଥିଲା ପୁଲିସ।

ଅଧିକାର ମାଗିବାରୁ ବାଘବେଡ଼ା ଗ୍ରାମର ତିଲାବାଈ ଗଣ୍ଡ (୨୧ବର୍ଷ)ଙ୍କୁ ନିମର୍ମ ହତ୍ୟା। ପ୍ରମାଣ ନଷ୍ଟ ପାଇଁ ଶବକୁ ୩୧ଖଣ୍ଡ କରି ପୋତିଦେଲା ବିବାହିତ ପ୍ରେମିକ। ମୂଷାଗାତରୁ ଶବ ଉଦ୍ଧାର ପରେ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି। ଗତ ବୁଧବାର ଠାରୁ ନିଖୋଜ ଥ‌ିଲେ ତିଲାବାଈ। ପରିବାର ଲୋକ ଖୋଜାଖୋଜି କରି ସନ୍ଧାନ ପାଇ ନଥିଲେ। ଅନ୍ୟପଟେ ଆଜି ସକାଳେ ଗୋନା ପଞ୍ଚାୟତ ମୁରୁମଡ଼ିହି ଗାଁ ଜଙ୍ଗଲରେ ଗୋଟିଏ ତେନ୍ତୁଳିଗଛ ନିକଟରେ ଜଣେ ଯୁବକ ରକ୍ତଛିଟା ଦେଖିଥିଲେ। ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ତେନ୍ତୁଳିଗଛ ଆଖପାଖ ନିରୀକ୍ଷଣ କରିବାରୁ ମାଟି ତଳେ ଶବ ପୋତା ଯାଇଥିବା ଅନୁମାନ କରିଥିଲେ। ୩ଦିନ ଧରି ନିଖୋଜ ଥିବା ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କୁ ଏହି ବିଷୟରେ ଖବର ଦେଇଥିଲେ। ଲୁଦୁରାମ ଘଟଣାସ୍ଥଳରେ ରକ୍ତଦାଗ ସହ କିଛି ଦୂରରେ ଥର୍ମୋକୋଲ ବାକ୍ସରେ ମଣିଷ ଚମ ଏବଂ ଶରୀରର କିଛି ଅଂଶ ଦେଖି ତୁରନ୍ତ ରାଇଘର ଥାନାରେ ଅଭିଯୋଗ କରିଥିଲେ। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ପହଞ୍ଚି ମାଟି ଖୋଳିଥିଲା। କିଛି ଫୁଟ୍‌ ଖୋଳିବା ପରେ ଖଣ୍ଡ ଖଣ୍ଡ ହୋଇ ପୋତା ହୋଇଥିବା ତିଲାବାଈଙ୍କ ଶବ ବାହାରିଥିଲା। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ପଚରାଉଚୁରା ଜାରି ରଖିଥିଲା।

ସୂଚନା ଅନୁସାରେ, ବିବାହିତ ଚନ୍ଦ୍ର ରାଉତଙ୍କ ସହ ଦୁଇ ବର୍ଷ ହେଲା ତିଲାବାଈଙ୍କ ପ୍ରେମ ସଂପର୍କ ରହିଥିଲା। ବିବାହ ପାଇଁ ତିଲାବାଈ ବାରମ୍ବାର ଚାପ ପକାଉଥିଲେ। ଗତ ବୁଧବାର ରାତିରେ ଘରେ କାହାକୁ କିଛି ନକହି ତିଲାବାଈ ନିଜ ଗାଁ ଠାରୁ ୧୦କିମି ଦୂର ପ୍ରେମିକ ଚନ୍ଦ୍ର ରାଉତ ଘରେ ପହଞ୍ଚିଥିଲେ। ବିବାହ ପାଇଁ ପୁଣି ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଶେଷରେ ତିଲାବାଈଙ୍କୁ ରାସ୍ତାରୁ ହଟାଇବାକୁ ଚନ୍ଦ୍ର ଯୋଜନା କରିଥିବା ବେଳେ ଏଥିରେ ପତ୍ନୀ ସହଯୋଗ କରିଥିଲେ। ଦୁହେଁ ମିଶି ତିଲାବାଈଙ୍କୁ ହତ୍ୟା କରିବା ପରେ ଘର ଠାରୁ ୨ଶହ ମିଟର ଦୂର ଜଙ୍ଗଲକୁ ଶବ ନେଇ ଯାଇଥିଲେ। ଗୋଟିଏ ତେନ୍ତୁଳିଗଛ ତଳେ ଶବକୁ ୩୧ଖଣ୍ଡ କରିବା ପରେ ଅଳ୍ପ ଦୂରରେ ପୋତି ଦେଇଥିଲେ। ଏପରିକି ଶବକୁ ଶୀଘ୍ର ନଷ୍ଟ କରିବା ଉଦ୍ଦେଶ୍ୟରେ କିଛି ଲୁଣ ମଧ୍ୟ ପକାଇଥିବା ସାଇଣ୍ଟିଫିକ୍‌ ଟିମ୍‌ ପ୍ରମାଣ ପାଇଛି। ସେହିପରି ଶବକୁ କାଟିବା ପାଇଁ ବ୍ୟବହାର ହୋଇଥିବା କାତି ଘଟଣାସ୍ଥଳରୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button