ଅପରାଧ

ମହିଳାଙ୍କୁ ଘର ବାହାରକୁ ଡାକି ଜାଳି ଦେଲେ ଯୁବକ – bajravana

[ad_1]

ଥିରୁବନନ୍ତପୁରମ୍: ମହିଳାଙ୍କୁ ଘର ବାହାରକୁ ଡାକି ଜାଳି ଦେଲେ ଯୁବକ | କେରଳର ଥିରୁବନନ୍ତପୁରମରେ ଘଟିଛି ଏଭଳି ହୃଦୟଥରା ଘଟଣା | ସୋମବାର ଘଟଣାଟି ଘଟିଥିବା ବେଳେ ମଙ୍ଗଳବାର ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି | ମୃତ ମହିଳା ବିଧବା ଥିଲେ ଏବଂ ନିଜ ପୁଅ ଓ ମାଙ୍କ ସହ ଏକ ଆପାର୍ଟମେଣ୍ଟରେ ରହୁଥିଲେ |

ପୁଲିସର କହିବା ମୁତାବକ, ସୋମବାର ରାତିରେ ଅଭିଯୁକ୍ତ ଯୁବକ ମହିଳାଙ୍କ ଘର ବାହାରକୁ ଆସି ତାଙ୍କୁ ବାହାରକୁ ଡାକିଥିଲା | ମହିଳାଜଣକ ବାହାରକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | କିଛି ସମୟ ପରେ ଝଗଡା ଏତେ ବଢିଯାଇଥିଲା ଯେ ରାଗରେ ଅଭିଯୁକ୍ତ ପେଟ୍ରୋଲ ଢାଳି ମହିଳାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ | ଏହି ସମୟରେ ମହିଳା ଯୁବକଙ୍କୁ ଜାବୁଡି ଧରିବାରୁ ଯୁବକଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା | ନିଜକୁ ବଞ୍ଚାଇବାକୁ ଯାଇ ସେ କୂଅକୁ ଡେଇଁ ପଡିଥିବା ବେଳେ ମହିଳାଜଣକ ୯୦ପ୍ରତିଶତ ଜଳି ଯାଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା |

ଅନ୍ୟପକ୍ଷରେ, ଅଭିଯୁକ୍ତ ୬୦ପ୍ରତିଶତ ପୋଡ଼ିଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି | କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ସାମ୍ନାକୁ ଆସିନାହିଁ |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button