ଅପରାଧ

ବଡ଼ ବ୍ୟବସାୟୀ ଓ ଅବିବାହିତ ଲେଖି ଆକାଉଣ୍ଟ ଖୋଲିଥିଲେ ଯୁବକ, ଟଙ୍କା ପାଇଁ ଟିଣ୍ଡର ଡେଟ୍ ନେଲା ଜୀବନ – bajravana

[ad_1]

ନୂଆଦିଲ୍ଲୀ: ବଡ଼ ବ୍ୟବସାୟୀ ଓ ଅବିବାହିତ ଲେଖି ଆକାଉଣ୍ଟ ଖୋଲିଥିଲେ ଯୁବକ। ଟଙ୍କା ପାଇଁ ଟିଣ୍ଡର ଡେଟ୍ ନେଲା ଜୀବନ। ଏହି ଘଟଣାଟି ୨୦୧୮ରେ ଘଟିଥିବା ବେଳେ ଆଜି ୩ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ଜୟପୁର କୋର୍ଟ। ମୃତକ ଦୁଶ୍ୟନ୍ତ ଶର୍ମା ବିବାହିତ ହୋଇ ବି ଡେଟିଂ ଆପ୍ ଟିଣ୍ଡରରେ ଆକାଉଣ୍ଟ ଖୋଲିଥିଲେ। ନିଜର ନାମ ବିବାନ କୋହଲି ରଖି ‌ଅବିବାହିତ ଓ ବଡ଼ ବ୍ୟବସାୟୀ ବୋଲି ପ୍ରୋଫାଇଲରେ ଲେଖିଥିଲେ ଦୁଶ୍ୟନ୍ତ। ଏହି ୨ଟି ମିଛ ଯେ, ତାଙ୍କ ଜୀବନ ନେଇଯିବ ତାହା ତାଙ୍କୁ ଜଣାନଥିଲା। ପ୍ରୋଫାଇଲ ଦେଖି ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ପ୍ରିୟା ସେଠ୍ ନାମକ ମହିଳା ତାଙ୍କୁ ପ୍ରେମ ଜାଲରେ ଫସାଇବା ସହ ପରେ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଏହି ହତ୍ୟା ଘଟଣା ପାଇଁ ପ୍ରିୟା ସେଠ୍, ତାଙ୍କ ପ୍ରେମିକ ଦିଖଶାନ୍ତ କାମ୍ରା ଓ ବନ୍ଧୁ ଲକ୍ଷ୍ୟ ୱାଲିଆଙ୍କୁ ଆଜୀବନ କାରାଦଣ୍ଡ ମିଳିଛି।

ପୁଲିସର କହିବା ମୁତାବକ, ପ୍ରିୟା ସେଠ୍ ଓ ତାଙ୍କ ପ୍ରେମିକ ଦିଖଶାନ୍ତ କାମ୍ରା ଲିଭ୍ ଇନରେ ରହୁଥିଲେ। ଦିଖଶାନ୍ତଙ୍କ ଉପରେ ୨୧ଲକ୍ଷ ଟଙ୍କାର ଋଣ ଥିବାରୁ ପ୍ରିୟା ଜଣେ ଧନୀ ବ୍ୟକ୍ତିଙ୍କୁ ପ୍ରେମିକ କରି ତା’ଠାରୁ ଟଙ୍କା ଆଣିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ଟିଣ୍ଡରରେ ଆକାଉଣ୍ଟ ଖୋଲିଥିଲେ। ଟିଣ୍ଡରରେ ଆକାଉଣ୍ଟ ଖୋଲିବା ପରେ ତାଙ୍କର ନଜର ଦୁଶ୍ୟନ୍ତ ଓରଫ ବିବାନଙ୍କ ଆକାଉଣ୍ଟ ଉପରେ ପଡ଼ିଥିଲା। ବଡ଼ ବ୍ୟବସାୟୀ ବୋଲି ଲେଖିଥିବାରୁ ପ୍ରିୟା, ଦୁଶ୍ୟନ୍ତଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ୩ମାସ କଥା ହେବା ପରେ ପ୍ରିୟା ରହୁଥିବା ଭଡ଼ା ଘରକୁ ଦୁଶ୍ୟନ୍ତଙ୍କୁ ଡାକିଥିଲେ। ଦୁଶ୍ୟନ୍ତ ସେଠାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଦିଖଶାନ୍ତ ଓ ଲକ୍ଷ୍ୟ ତାଙ୍କୁ ବାନ୍ଧି ଦେଇଥିଲେ। ଦୁଶ୍ୟନ୍ତଙ୍କ ପରିବାରକୁ ଧମକ ଦେଇ ଟଙ୍କା ଆଣିବେ ବୋଲି ଭାବିଥିଲେ ପ୍ରିୟା ଓ ତାଙ୍କର ଦୁଇ ବନ୍ଧୁ। ହେଲେ ଦୁଶ୍ୟନ୍ତ ଧନୀ ନୁହେଁ ବୋଲି ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଦୁଶ୍ୟନ୍ତଙ୍କ ଘରକୁ ଫୋନ କରି ପ୍ରିୟା ୧୦ଲକ୍ଷ ମାଗିଥିବା ବେଳେ କେବଳ ୩ଲକ୍ଷ ଦେଇପାରିବି ବୋଲି କହିଥିଲେ ଦୁଶ୍ୟନ୍ତଙ୍କ ବାପା। ହେଲେ ୩ଲକ୍ଷ ଆକାଉଣ୍ଟକୁ ଆସିବା ପୂର୍ବରୁ ୩ଜଣ ମିଶି ଦୁଶ୍ୟନ୍ତଙ୍କୁ ହତ୍ୟା କରିସାରିଥିଲେ।

ଗିରଫ ପରେ ପ୍ରିୟା କହିଥିଲା ଯେ, ଆମେ ୩ଜଣ ପ୍ରଥମେ ଦୁଶ୍ୟନ୍ତର ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ନମରିବାରୁ ଆମେ ଛୁରୀରେ ତା’ର ଗଳା କାଟି ଦେଇଥିଲୁ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button