‘ଅଧିକାରୀଙ୍କ ପୁଅଙ୍କୁ ଭଲ ପାଇ ଭୁଲ କଲି, ରାସ୍ତାରେ ମୋ ଉପରେ ଚଢ଼ାଇ ଦେଲେ ଏସୟୁଭି’: ପୀଡ଼ିତା ପ୍ରେମିକା – bajravana
[ad_1]
ନୂଆଦିଲ୍ଲୀ: ଅଧିକାରୀଙ୍କ ପୁଅକୁ ଭଲ ପାଇବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଯାଇଛି। ଭଲ ପାଇବାର ଫଳ ପାଇଯାଇଛନ୍ତି ବୋଲି ହସ୍ପିଟାଲ ବିଛଣାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଯୁବତୀ ବାରମ୍ବାର କହୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ରର ରାଜ୍ୟ ସଡ଼କ ବିକାଶ ନିଗମର ଯୁଗ୍ମ ପରିଚାଳକ ଅନିଲ କୁମାର ଗାୟକୱାଡ଼ଙ୍କ ପୁଅଙ୍କ ବିରୋଧରେ ଜଣେ ଯୁବତୀ ହତ୍ୟା ଅଭିଯୋଗ ଆଣିଛନ୍ତି।
ହସ୍ପିଟାଲ ବିଛଣାରେ ପଡ଼ିଥିବା ପ୍ରିୟା ସିଂହ ନାମକ ଯୁବତୀ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ‘ମହାରାଷ୍ଟ୍ରର ରାଜ୍ୟ ସଡ଼କ ବିକାଶ ନିଗମର ଯୁଗ୍ମ ପରିଚାଳକ ଅନିଲ କୁମାର ଗାୟକୱାଡ଼ଙ୍କ ପୁଅ ଅଶ୍ବଜିତ ଗାୟକୱାଡ଼ଙ୍କୁ ମୁଁ ଭଲ ପାଉଥିଲି। ସେ ମୋ ଭଲପାଇବାର ଉପହାର ଦେଇ ଦେଇଛନ୍ତି। ସେହି ଉପହାର ପାଇ ମୁଁ ହସ୍ପିଟାଲ ବିଛଣାରେ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଛି।
ମୋତେ ଦେଖା କରିବାକୁ କହି ଅଶ୍ବଜିତ ଡାକିଥିଲେ। ମୁଁ ତାଙ୍କୁ ଦେଖା କରିବାକୁ ଆସୁଥିବା ବେଳେ ସେ ରାସ୍ତାରେ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହ ମିଶି ଏସୟୁଭି କାରରେ ମୋତେ ଥାଣେର ଗୋଧବୁନ୍ଦର ଅଞ୍ଚଳସ୍ଥ ଓଭାଲା ରୋଡ ନିକଟରେ ଧକ୍କା ଦେଇଥିଲେ। ଧକ୍କା ଦେଇ ସେ ମୋତେ ଜୀବନରୁ ମାରି ଦେବାକୁ ଚାହୁଁଥିଲେ।
ଏସୟୁଭି ଧକ୍କାରେ ମୁଁ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିଲି। ମୋତେ ରାସ୍ତାରେ ସେଭଳି ଅବସ୍ଥାରେ ଛାଡ଼ି ଅଶ୍ବଜିତ ଓ ତାର ଦୁଇଜଣସାଙ୍ଗ ରୋମିଲ ପାଟିଲ ଓ ଚାଳକ ସାଗର ସିଲକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟଲୋକେ ପୁଲିସ ଓ ମୋର ସମ୍ପର୍କୀୟଙ୍କୁ ଏହି ଘଟଣା ବିଷୟରେ ଜଣାଇବା ସହିତ ମୋତେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।’
ପ୍ରିୟା ସିଂହଙ୍କ ଏହି ଅଭିଯୋଗ କ୍ରମେ ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
[ad_2]