ଦେଶ ବିଦେଶ

ଆଜି ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା – bajravana

[ad_1]

ନୂଆଦିଲ୍ଲୀ : ଆଜି ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଚଳିତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି। ଆଜି ଭାରତ ଟ୍ରଫି ପାଇଁ ଲଢେଇ କରିବ।୧୯୮୩ରେ କପିଳ ଦେବଙ୍କ ନେତୃତ୍ବରେ ଭାରତ ବିଶ୍ୱକପ ଜିତିଥିଲା । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ଦୁର୍ଦ୍ଦର୍ଷ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ପ୍ରଥମ ଥର ଲାଗି ବିଶ୍ୱ ବିଜେତା ହୋଇଥିଲା। ଉକ୍ତ ସଫଳତା ଭାରତରେ କ୍ରିକେଟର ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇଥିଲା। ଫଳସ୍ଵରୂପ ଏବେ ଭାରତୀୟଙ୍କ ହୃଦୟରେ କ୍ରିକେଟ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ୨୦୦୩ ବିଶ୍ବକପରେ ଏକାଧିକ ତାରକା ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ଦ୍ୱତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ,ରାହୁଲ ଦ୍ରାବିଡ୍‌ ଓ ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା।

ଭାରତକୁ ଦ୍ୱିତୀୟ ବିଶ୍ୱକପ ଟ୍ରଫି ଜିତିବା ନେଇ ୨୮ବର୍ଷ ଅପେକ୍ଷା କରିବାକୁ ପଡିଥିଲା । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ଯୁବରାଜ ସିଂହ, ହରଭଜନ ସିଂହ, ଜାହିର ଖାନଙ୍କ ଭଳି ଖେଳାଳିଙ୍କ ବିଶ୍ୱକପ ଟ୍ରଫି ସ୍ବପ୍ନ ପୂରଣ ହୋଇଥିଲା। ଏବେ ୨୦୨୩ ବିଶ୍ବକପରେ ଭାରତ ନିକଟରେ ବିଶ୍ବର ଏକାଧିକ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଦିନିକିଆ କ୍ରିକେଟରେ ବିଶ୍ବର ଏକମାତ୍ର କ୍ରିକେଟର ଭାବେ ୫୦ଟି ଶତକ ପୂରଣ କରିଥିବା ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁୁଲ, ଶୁବମାନ ଗିଲ୍‌, ଶ୍ରେୟାସ ଆୟରଙ୍କ ସହ ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ କୁଳଦୀପ୍‌ ଯାଦବଙ୍କ ଭଳି ଖେଳାଳି ରହିଛନ୍ତି। ସବୁଠାରୁ ବଡ କଥା ହେଉଛି ବ୍ୟାଟିଂ ଓ ବୋଲିଂରେ ଭାରତ ଚମତ୍କାର ଫର୍ମରେ ରହିଛି। ଘରୋଇ ପରିବେଶର ଫାଇଦା ଉଠାଇ ଭାରତ ନିକଟରେ ଏବେ ତୃତୀୟ ବିଶ୍ୱକପ ଟ୍ରଫି ଜିତିବା ନେଇ ବଡ ସୁଯୋଗ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button