ଅପରାଧ

ଧାନବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କୁ ହତ୍ୟା ମାମଲା: ୬ ମାସ ପରେ ସୁରଟରୁ ଧରାପଡ଼ିଲା ପ୍ରେମିକ – bajravana

[ad_1]

ବିବାହ ପାଇଁ ଜିଦ୍ ଧରିବାରୁ ହତ୍ୟା, ମୃତ ମହିଳା ରାଞ୍ଚିର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଧାନବାଦ-ଭୁବନେଶ୍ବର ଏକ୍ସପ୍ରେସରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାର ୬ ମାସ ପରେ ପର୍ଦ୍ଦାଫାସ୍ କରିଛି ଜିଆର୍‌ପି। ଜିଆର୍‌ପି ଡିଏସ୍‌ପି ଜୟଦେବ ବିଶ୍ବଜିତ, ଭୁବନେଶ୍ବର ଜିଆର୍‌ପି ଥାନା ଆଇଆଇସି ନିବେଦିତା ଦାଶ ଓ ସେମାନଙ୍କ ଟିମ୍ ଆଜି ସୁରଟର ଆମରୋଲିର ଏକ ଭଡ଼ାଘରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ସୁଧାଂଶୁ ପ୍ରଧାନ। ସୁରଟର ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ପୁଲିସ ଟିମ୍ ଅଭିଯୁକ୍ତ ସୁଧାଂଶୁକୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ବର ଆଣୁଛି। ଭୁବନେଶ୍ବରରେ ପହଞ୍ଚିବା ପରେ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରି ଅଧିକ ତଦନ୍ତ ପାଇଁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ମୃତ ମହିଳା ହେଲେ ରାଞ୍ଚିର ସୁମନ କୁମାରୀ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁମନଙ୍କ ସହ ଫେସ୍‌ବୁକ୍ ମାଧ୍ୟମରେ ସୁଧାଂଶୁର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରସ୍ପର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସୁଧାଂଶୁ ପୂର୍ବରୁ ବିବାହିତ ଥିଲା। କିନ୍ତୁ ସୁମନ ବିବାହ ପାଇଁ ସୁଧାଂଶୁକୁ ବାଧ୍ୟ କରିଥିଲେ। ଯୋଜନା ମୁତାବକ ସୁମନଙ୍କୁ ରାଉରକେଲାକୁ ଡାକିଥିଲା ସୁଧାଂଶୁ। ସେଠାରେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ସୁମନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ସୁଧାଂଶୁ। ଏପ୍ରିଲ ୧୯ ତାରିଖ ରାତିରେ ସେମାନେ ରାଉରକେଲାରୁ ଧାନବାଦ-ଭୁବନେଶ୍ବର ଏକ୍ସପ୍ରେସରେ ଚଢ଼ିଥିଲେ। ଏହାର ପରଦିନ ୨୦ ତାରିଖରେ ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପୂର୍ବରୁ ସକାଳ ସମୟରେ କଟକରୁ ଭୁବନେଶ୍ବର ମଧ୍ୟରେ ସୁଧାଂଶୁ ଏହି ହତ୍ୟାକାଣ୍ଡ ଘଟାଇଥିଲା ବୋଲି ପୁଲିସ ନିକଟରେ ସ୍ବୀକାର କରିଛି। ଏହି ହତ୍ୟାକାଣ୍ଡ ପୂରା ଯୋଜନାବଦ୍ଧ ଥିଲା। କାରଣ ସୁମନଙ୍କୁ ହତ୍ୟା କରିବା ପାଇଁ ସୁଧାଂଶୁ ପୂର୍ବରୁ ଏକ ଛୁରି କିଣି ପାଖରେ ରଖିଥିଲା। ସୁମନଙ୍କୁ ବାଥ୍‌ରୁମକୁ ଡାକି ନେଇ ସେଠାରେ ଶାରୀରିକ ସମ୍ପର୍କ ରଖିବା ବାହାନାରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ହତ୍ୟା ପରେ ମଞ୍ଚେଶ୍ବର ଷ୍ଟେସନ ନିକଟରେ ଟ୍ରେନରୁ ଓହ୍ଲାଇ ଫେରାର ହୋଇ ଯାଇଥିଲା ସୁଧାଂଶୁ।

ହତ୍ୟାରେ ବ୍ୟବହୃତ ଛୁରିକୁ ଫିଙ୍ଗି ଦେଇଥିଲା। ତଦନ୍ତ ପରେ ମୃତ ମହିଳାଙ୍କ ପରିଚୟ ପୁଲିସ ପାଇଥିଲା। ତା’ପରେ ହିଁ ଅସଲ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ତାଙ୍କ ମୋବାଇଲ ଫୋନରୁ କଲ୍ ରେକର୍ଡ କାଢ଼ିଥିଲା। ଏହାପରେ ସୁଧାଂଶୁ ସମ୍ପର୍କରେ ସୂଚନା ପାଇଥିଲା। ସେହିପରି ରାଉରକେଲା ଷ୍ଟେସନରୁ ଉଭୟଙ୍କର ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଇଥିଲା। ସୁଧାଂଶୁର ମୋବାଇଲ ଫୋନ୍ ଟ୍ରାକିଂ ପରେ ତା’ ସମ୍ପର୍କରେ ଜାଣି ପାରିଥିଲା ପୁଲିସ। ସେ ସୁରଟର ଆମରୋଲି ଯାଇ ସେଠାରେ ଏକ କମ୍ପାନିରେ କାମ କରିବା ସହ ପତ୍ନୀଙ୍କ ଧରି ରହୁଥିଲା। ପୁଲିସକୁ ପୂରା ତଥ୍ୟ ମିଳିବା ପରେ ଡିଏସ୍‌ପି ବିଶ୍ବଜିତଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ୍ ଗତକାଲି ଠାରୁ ସୁରଟରେ ଡେରା ପକାଇ ଆଜି ସୁଧାଂଶୁକୁ ଗିରଫ କରିଥିଲା। ପୁଲିସ ଟିମ୍ ଅଭିଯୁକ୍ତକୁ ଧରି ଭୁବନେଶ୍ବରରେ ପହଞ୍ଚିବା ପରେ ରିମାଣ୍ଡରେ ଆଣି ଜେରା କରିବା ସହ ଘଟଣା ସମ୍ପର୍କରେ ଟିକିନିଖି ତଥ୍ୟ ହାସଲ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ କେଉଁଠାରେ ଫିଙ୍ଗା ଯାଇଛି ତାକୁ ମଧ୍ୟ ଖୋଜାଯିବ ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ଡେମୋ କରାଯିବ ଓ ଘଟଣାସ୍ଥଳ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହା ସମ୍ବେଦନଶୀଳ ଘଟଣା ଓ ଜିଆର୍‌ପି ପାଇଁ ସଫଳତା ହୋଇଥିବାରୁ ପ୍ରେସମିଟ୍ କରାଯାଇ ଅଧିକ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୨୦ ତାରିଖ ସକାଳ ୮ଟାରେ ଭୁବନେଶ୍ବର ରେଳ ଷ୍ଟେସନରେ ଧାନବାଦ-ଭୁବନେଶ୍ବର ଏକ୍ସପ୍ରେସ୍ ପହଞ୍ଚିଥିଲା। ଯାତ୍ରୀମାନେ ଓହ୍ଲାଇବା ପରେ ଟ୍ରେନକୁ ସଫା କରାଯିବା ଲାଗି ଵାସିଂ ସେଡ୍‌କୁ ନିଆ ଯାଇଥିଲା। ମଧ୍ୟାହ୍ନରେ ସଫେଇ କର୍ମଚାରୀ ଟ୍ରେନ ସଫେଇ କରିବା ସମୟରେ ଏସ୍-୫ ବଗି ପାଇଖାନାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ଶବ ଦେଖିବାକୁ ପାଇଥିଲେ। ତାଙ୍କ ଗଳାରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ତଣ୍ଟି କାଟି ହତ୍ୟା କରା ଯାଇଥିବା ଜଣାପଡ଼ିଥିଲା। ଖବର ପାଇ ଭୁବନେଶ୍ବର ଜିଆର୍‌ପି ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା। ସବୁଠୁ ବଡ଼ କଥା ହେଲା ମହିଳାଙ୍କ ପରିଚୟ ମିଳିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ବିଭିନ୍ନ ରେଳ ଷ୍ଟେସନରେ ପୋଷ୍ଟର ଲଗାଯିବା ସହ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ କରା ଯାଇଥିଲା। ସେହିପରି ଟ୍ରେନରୁ ମିଳିଥିବା ମୋବାଇଲ ଫୋନ୍‌ରୁ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button