ଶ୍ରୀନଗରରେ ପଞ୍ଜାବର ଶ୍ରମିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଗିରଫ – bajravana
[ad_1]
ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ ଶ୍ରୀନଗରରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ପ୍ରବାସୀ ଶ୍ରମିକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଗତ ସପ୍ତାହରେ ପଞ୍ଜାବର ଦୁଇ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ପଛରେ ଥିବା ଆଦିଲ ମଞ୍ଜୁରକୁ ଆଜି ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ପିସ୍ତଲ ମଧ୍ୟ ଜବତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନର ଆତଙ୍କବାଦୀ ହେଣ୍ଡଲରମାନେ ଆକ୍ରମଣକାରୀଙ୍କୁ ନିଯୁକ୍ତି ଦେବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି ବୋଲି ଜମ୍ମୁ-କଶ୍ମୀର ପୁଲିସ କହିଛି।
ପ୍ରମାଣ ଆଧାରରେ ଆଦିଲ ମଞ୍ଜୁରକୁ ଗିରଫ କରାଯାଇଛି। ସେ ପାକିସ୍ତାନରେ ଥିବା ତା’ ହେଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲା। ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ସେ ତାକୁ ପ୍ରୋତ୍ସାହିତ କରଥିଲା। ତା’ ତରଫରୁ ଅପରାଧର ଅସ୍ତ୍ର ଶସ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଥିଲା। ଏବେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି କଶ୍ମୀର ଆଇଜି ଭିକେ ବିର୍ଦି କହିଛନ୍ତି।
#WATCH | J&K | IGP Kashmir VK Birdi gives details on the incident where two residents of Amritsar, Punjab were killed by terrorists in Srinagar, on February 7.
He says, “…Amritpal and Rohit (the deceased) worked as carpenters here. They were returning to their house in… pic.twitter.com/NJ9WNSuZhJ
— ANI (@ANI) February 13, 2024
ଗତ ବୁଧବାର ଦିନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ବର୍ଷର ପ୍ରଥମ ଟାର୍ଗେଟରେ ଶ୍ରୀନଗରର ଶାହହିଦ ଗୁଞ୍ଜ ଅଞ୍ଚଳରେ ଅମୃତପାଲ ସିଂହ ଓ ରୋହିତ ମସିହଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଦିନକ ପରେ ସହରର ଏସ୍କେଆଇଏମ୍ଏସ୍ ହସ୍ପିଟାଲରେ ମସିହଙ୍କ ମୃତ୍ୟୁ ଘଟିଥିଲା।
ଏହି ହତ୍ୟାକାଣ୍ଡକୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଅନେକ ରାଜନୈତିକ ଦଳ ନିନ୍ଦା କରିଥିଲେ। ଲୁଧିଆନାର କଂଗ୍ରେସ ସାଂସଦ ରଭନୀତ ସିଂହ ତାଙ୍କ ରାଜ୍ୟର ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଲୋକସଭାରେ ମଧ୍ୟ ଏହି ଆତଙ୍କବାଦୀ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରଥିଲା।
ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ଉପରେ ୩ଥର ଆକ୍ରମଣ କରିଥିଲେ। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୩ ଜଣ ଆହତ ହୋଇଥିଲେ।
[ad_2]