ଓଡିଶା

ଗୋସାଗରେଶ୍ବର ମନ୍ଦିର ଗଲେ ଶ୍ରୀଲିଙ୍ଗରାଜ – bajravana

[ad_1]

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରସ୍ଥିତ ବିଭିନ୍ନ ଶକ୍ତିପୀଠରେ ଆଜି ମହାଷ୍ଟମୀ ତିଥି ପାଳିତ ହେଉଛି। ତେଣୁ ପୁରୁଣା ଭୁବନେଶ୍ବର ଚଳଚଞ୍ଚଳ ହୋଇପଡ଼ିଛି। ଏହା ଭିତରେ ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଗୋସାଗରେଶ୍ବର ମନ୍ଦିର ଯାତ୍ରା ବିଧି ଏହି ଭିଡ଼କୁ ଆହୁରି ବେଶି ବଢ଼ାଇଛି। ଆଜି ମନ୍ଦିରରେ ଦ୍ବିପ୍ରହର ଧୂପ ନୀତି ସମାହିତ ହେବା ପରେ ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଭୁବନେଶ୍ୱରୀ ଓ ଶ୍ରୀ ଅନନ୍ତ ବାସୁଦେବ ଗୋସାଗରେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ସେବାୟତମାନେ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ବିଗ୍ରହମାନଙ୍କୁ ବସାଇ ଶୋଭାଯାତ୍ରାରେ ନେଇଥିଲେ।

ସେଠାରେ ପୁଷ୍କରିଣୀରେ ବିଗ୍ରହମାନଙ୍କ ସ୍ନାନବିଧି ନୀତି ସମ୍ପନ୍ନ କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଗୋସାଗରେଶ୍ବର ଦେବଙ୍କ ସହ ଚାରି ଠାକୁରଙ୍କ ଭେଟ ଆଳତି ନୀତି କରାଯାଇଥିଲା। ଏହାପରେ ଚାରି ଠାକୁର ଗୋସାଗରେଶ୍ବର ମନ୍ଦିରୁ ମେଲାଣି ନେଇଥିଲେ। ବାଟରେ ଗୋଡ଼ି ପୋଖରୀସାହି ନିକଟରେ ଠାକୁରମାନଙ୍କୁ ଭୋଗଲାଗି କରାଯାଇଥିଲା। ଏହାପରେ ମା’ ଭୁବନେଶ୍ବରୀଙ୍କ ସେବାୟତଙ୍କ ଘରେ ଠାକୁରମାନେ ଭୋଗ ଖାଇଥିଲେ। ସେହିଭଳି ପୂର୍ବ ପରମ୍ପରା ଅନୁଯାୟୀ ସେବାୟତ ପରିବାର ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ଘର ସମ୍ମୁଖରେ ଠାକୁରମାନଙ୍କୁ ଭୋଗଲାଗି କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପଣ୍ଡା ପାରମ୍ପରିକ ବେଶରେ ଠାକୁରଙ୍କ ଏହି ସେବାରେ ସାମିଲ ହୋଇଥିଲେ। ଏହାପରେ ସେବାୟତଙ୍କ ଗହଣରେ ଠାକୁରମାନେ ଲିଙ୍ଗରାଜ ମନ୍ଦିରକୁ ଫେରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button