ଅପରାଧ

୨ ଦିନରେ ୪୦ ଲକ୍ଷର ଠକେଇ: ଘରେ ବସି ରୋଜଗାର ଲୋଭ ଦେଖାଇ ଠକ ଲୁଟିନେଲେ – bajravana

[ad_1]

ଟାର୍ଗେଟରେ ମହିଳା, ଯୁବପିଢ଼ି, ରାଜଧାନୀରେ ଉଡ଼ି ଗଲାଣି କୋଟିକୋଟି

ଭୁବନେଶ୍ବର: ‘ଆପଣଙ୍କ ଅଧିକ ରୋଜଗାର ଚାହୁଛନ୍ତି? ଆପଣଙ୍କ ପାଖରେ ସ୍ମାର୍ଟ ଫୋନ୍ ଅଛି? ଚିନ୍ତା କରନ୍ତୁ ନାହିଁ, ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରିବେ। ଏଥିପାଇଁ ଆପଣଙ୍କୁ କେବଳ କିଛି ଭିଡିଓ ଦେଖିବା ସହ ଲାଇକ୍ ଓ କମେଣ୍ଟ କରିବାକୁ ପଡ଼ିବ। ଏସବୁକୁ ନିଷ୍ଠାର ସହିତ କଲେ, ଆପଣ କୋଟିପତି ହୋଇଯିବେ…’ ଏମିତି ଲୋଭ ଦେଖାଇ ହ୍ବାଟସଆପ୍‌କୁ ମେସେଜ୍ ପଠାଇବା ସହ ଫେସ୍‌ବୁକରେ ପୋଷ୍ଟ କରୁଛନ୍ତି ସାଇବର ଠକ। ସେମାନଙ୍କର ଲୋଭନୀୟ କଥାରେ ଭଳି ଯାଉଛନ୍ତି ଅନେକ ଲୋକ। ତାଙ୍କ ଜାଲରେ ଯିଏ ପଡୁଛି, ବିଭିନ୍ନ ବାଗରେ ତା’ଠୁ ଠକମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଗତ ୨ ଦିନରେ ଭୁବନେଶ୍ବର ସାଇବର ଥାନାରେ ଏମିତି ୫ଟି ମାମଲା ରୁଜୁ ହୋଇଛି। ରାଜଧାନୀରୁ ଚଳିତବର୍ଷ ଏଭଳି ଢଙ୍ଗରେ କୋଟି କୋଟି ଟଙ୍କା ଲୁଟି ସାରିଲେଣି ସାଇବର ଅପରାଧୀ। ନା ପୁଲିସ ଠକଙ୍କ ପାଖରେ ପହଞ୍ଚି ପାରୁଛି, ନା ଲୋକେ ସଚେତନ ହେଉଛନ୍ତି। କ୍ରାଇମବ୍ରାଞ୍ଚ କିମ୍ବା ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ସେଭଳି ବଡ଼ଧରଣର ସଚେତନତା କାର୍ଯ୍ୟକ୍ରମ ଏଯାଏ ଦେଖିବାକୁ ମିଳୁ ନାହିଁ।

ମିଳିଥିବା ସୂଚନା ଅନୁସାରେ, ସାଇବର ଥାନାରେ ଗତକାଲି ଗୋଟିଏ ଓ ଆଜି ଆଉ ୪ଟି ମାମଲା ରୁଜୁ ହୋଇଛି। ପଳାଶୁଣୀ ଜଗନ୍ନାଥ ବିହାର ପ୍ରାଚୀ ଭିଲ୍ଲାରେ ରହୁଥିବା ମିଥିଲେଶ ଠାକୁର ଠକେଇର ଶିକାର ହୋଇଛନ୍ତି। ପାର୍ଟ ଟାଇମ୍ ଚାକିରି ନାଁରେ ସେ ଫେସବୁକରେ ଏକ ପୋଷ୍ଟ ଦେଖିଥିଲେ। ସେଥିରେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିବା ପରେ ତାଙ୍କୁ ଏକାଧିକ ଟେଲିଗ୍ରାମ୍ ଗ୍ରୁପରେ ଆଡ୍ କରା ଯାଇଥିଲା। ଭିଡିଓ ଦେଖିବା ସହ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ସେ ଟଙ୍କା ପାଇଥିଲେ। ଅଧିକ ରୋଜଗାର ଲୋଭ ଦେଖାଇ ଠକମାନେ ତାଙ୍କ ଠାରୁ ୧୩ ଲକ୍ଷ ୨୯ ହଜାର ୮୭ ଟଙ୍କା ଲୁଟି ନେଇଥିଲେ। ସେହିପରି ଲୁଇସରୋଡରେ ରହୁଥିବା ରଚିତା ବିଶ୍ବାଳଙ୍କ ଠାରୁ ୯ ଲକ୍ଷ ୬୨ ହଜାର ୫୦୦ ଟଙ୍କା, କୋରଡ଼କଣ୍ଟାରେ ରହୁଥିବା ଜ୍ଞାନ ରଞ୍ଜନ ବଳିୟାରସିଂହଙ୍କ ଠାରୁ ୧୪ ଲକ୍ଷ ୬୦ ହଜାର ୩୦୨ ଟଙ୍କା, ନୟାପଲ୍ଲୀରେ ରହୁଥିବା ପ୍ରିୟଦର୍ଶିନୀ ପଣ୍ଡାଙ୍କ ଠାରୁ ୬ ଲକ୍ଷ ୧ ହଜାର ୨୯୯ ଟଙ୍କା, ପାତ୍ରପଡ଼ାରେ ରହୁଥିବା ଶାଶ୍ବତ ରଥଙ୍କ ଠାରୁ ୪ ଲକ୍ଷ ୯୮ ହଜାର ୯୦୦ ଟଙ୍କା ଠକେଇ ହୋଇଛି। ଏ ନେଇ କେସ୍ ନଂ-୮୨, ୮୩, ୮୪, ୮୫, ୮୬ରେ ୫ଟି ମାମଲା ରୁଜୁ ହୋଇଛି। ଟେଲିଗ୍ରାମ ତିଆରି କରାଯାଇ ଏହି ଠକେଇ କରାଯାଉଥିବାରୁ ଏହାକୁ ‘ଟେଲିଗ୍ରାମ୍’ ଠକେଇ କୁହାଯାଉଛି। ଏହି ଠକେଇ ଏବେ ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button