ଖେଳ ଖବର

ବାଃ.. ବିରାଟ! ବାଂଲାଦେଶକୁ ବି ହରାଇଲା ଭାରତ – bajravana

[ad_1]

ପୁଣେ: ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇବା ସହ ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ଭାରତ। ଗୁରୁବାର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍‌ର ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଭାରତୀୟ ବୋଲର ମାପଚୁପ ବୋଲିଂ କରି ବାଂଲାଦେଶକୁ ପ୍ରଥମେ ୨୫୬/୮ରେ ଅଟକାଇ ଦେଇଥିଲେ। ଏହା ପରେ ବିରାଟ କୋହଲିଙ୍କ ଅପରାଜିତ ଶତକ (୧୦୩*), ଶୁବମନ ଗିଲ୍‌ଙ୍କ ଅର୍ଦ୍ଧଶତକ (୫୩) ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ୪୮ ରନ୍ ବଳରେ ଭାରତ ୪୧.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଛକା ମାରି ଶତକ ପୂରଣ କରିଥିବା କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଆଜିର ପାଳି ପରେ କୋହଲିଙ୍କ ଦିନିକିଆ ଶତକ ସଂଖ୍ୟା ୪୮ରେ ପହଞ୍ଚିଛି। ଯାହା ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଦିନିକିଆ ଶତକ (୪୯) କୀର୍ତ୍ତିମାନଠାରୁ ମାତ୍ର ଗୋଟିଏ କମ୍। ତେବେ ବିଶ୍ବକପ୍‌ରେ ଏହା ତାଙ୍କର ତୃତୀୟ ଏବଂ କୌଣସି ବିଶ୍ବକପ୍‌ ପଶ୍ଚାତଧାବନରେ ପ୍ରଥମ ଶତକ। ପୂର୍ବରୁ ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଏବେ ବାଂଲାଦେଶକୁ ସହଜରେ ପରାସ୍ତ କରିଥିବା ଭାରତ ତା’ର ପରବର୍ତ୍ତୀ ମୁକାବିଲା ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ପୂରା ୮ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି। ତେବେ ଉନ୍ନତ ରନ୍ ହାର ବଳରେ ଭାରତ ଆଗକୁ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button