ବିଶ୍ବକପ୍ ଉଦଘାଟନୀ ମ୍ୟାଚ୍ : ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ – bajravana
[ad_1]
ଅହମଦାବାଦ : ଆଇସିସି ଦିନକିଆ ବିଶ୍ବକପର ଉଦଘାଟନୀ ମ୍ୟାଚ ଗତ ଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୮୨ ରନ କରିଛି । ଫଳରେ ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ବିଜୟ ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଡାଓ୍ବିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ ମଲାନ ମାତ୍ର ୧୪ ରନରେ ଆଉ ହେବା ପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ରୁଟ୍ ସର୍ବାଧିକ ୭୭ ରନ କରିଥିବାବେଳେ ବେୟାରଷ୍ଟୋ ୩୩ ରନ କରିଥିଲେ । ମଧ୍ୟକ୍ରମରେ କେତେକ ବ୍ୟାଟର ବିଫଳ ହେବା ପରେ ଜସ ବଟଲର ଓ ଲିଆମ ଲିଭିଂଷ୍ଟୋନ ସ୍କୋରକୁ ଏକ ସମ୍ମାନଜୋନକ ସ୍ତରକୁ ନେଇଯାଇଥିଲେ । ଶେଷ ବେଳକୁ ମାର୍କ ଉଡ୍ ଓ ଆଦିଲ୍ ରସିଦ୍ ଉପଯୋଗୀ ବ୍ଯାଟିଂ କରି ସ୍କୋରକୁ ୨୮୦ ଉପରକୁ ନେଇଯାଇଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୩ଟି ଓ୍ବିକେଟ ନେଇଥିବାବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]