ମନୋରଞ୍ଜନ

‘କାଷ୍ଟିଂ କାଉଚ୍‌’କୁ ନେଇ ଖୋଲାଖୋଲି ଅଭିଜ୍ଞତା ବାଣ୍ଟିଲେ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ – bajravana

[ad_1]

ମୁମ୍ବାଇ: ରୁପାଲୀ ଗଙ୍ଗୁଲୀ ଟେଲିଭିଜନ ଦୁନିଆର ଏକ ବଡ଼ ନାମ। ଆଜିକାଲି ସେ ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ‘ଅନୁପମା’ ଧାରାବାହିକର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନରେ ରାଜ୍‌ କରୁଛନ୍ତି। ୪୬ ବର୍ଷୀୟା ଏହି ଟେଲି ଅଭିନେତ୍ରୀ ଏବେ ମନୋରଞ୍ଜନ ଶିଳ୍ପକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ଇ‌ଣ୍ଡଷ୍ଟ୍ରିରେ ଚାଲିଥିବା ‘କାଷ୍ଟିଂ କାଉଚ୍‌’କୁ ନେଇ ‌ଖୁଲମଖୁଲା ନିଜ ଅଭିଜ୍ଞତା ବଖାଣିଛନ୍ତି।

ପିଙ୍କ୍‌ଭିଲାକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ରୁପାଲୀ ତାଙ୍କ ଯନ୍ତ୍ରଣାଦାୟକ ଦିନଗୁଡ଼ିକୁ ମନେ ପକାଇଛନ୍ତି। କିପରି ସେ ନିଜ କ୍ୟାରିୟର୍‌କୁ ଆଗକୁ ନେବାକୁ ଚାହୁଁଥିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେ ବିଷୟରେ ଖୋଲିକି କହିଛନ୍ତି। ତାଙ୍କ କହିବାନୁସାରେ, ସେ ଯେତେବେଳେ ଫିଲ୍ମ ପାଇଁ ଚେଷ୍ଟା କରୁଥିଲେ ତ ତାଙ୍କୁ ‘କାଷ୍ଟିଂ କାଉଚ୍‌’ର ସାମ୍ନା କରିବାକୁ ପଡ଼ିଥିଲା। ଯେଉଁଥିପାଇଁ ସେ ଟେଲି ଅଭିନେତ୍ରୀ ହେବାକୁ ଚିନ୍ତା କରିଥିଲେ।

ମାତ୍ର ତାଙ୍କର ଏହି ନିଷ୍ପତ୍ତିକୁ ସେସମୟରେ ସମେସ୍ତ ପସନ୍ଦ କରୁନଥିଲେ। ସେ ଏକ ଫିଲ୍ମ ପରିବାରର ହୋଇଥିବା ବେଳେ ତାଙ୍କର ଟେଲି ଅଭିନେତ୍ରୀ ହେବାକୁ ଲୋକେ ତାଙ୍କର ବିଫଳତା ବୋଲି ବିବେଚନା କରିବା ଆରମ୍ଭ କରି ଦେଇଥିଲେ।

‌ହେଲେ ରୁପାଲୀ କୁହନ୍ତି, ‘‘ଅନୁପମା ଧାରାବାହିକରେ ଅଭିନୟ କରି ମୁଁ ସେ ସବୁ ପାଇଛି, ଯାହାର ମୁଁ ସ୍ବପ୍ନ ଦେଖିଥିଲି। ଏଥିରେ ଥିବା ମୋର ଚରିତ୍ର ଲୋକଙ୍କ ମନକୁ ଛୁଇଁଛି। ଏହି ଧାରାବାହିକ ମୋତେ ମାନସମ୍ମାନ ଓ ଅର୍ଥ ସବୁକିଛି ଦେଇଛି। ଜଣେ ସିନେ ଅଭିନେତ୍ରୀ ନହୋଇ ଟେଲି ଅଭିନେତ୍ରୀ ହୋଇଥିବାରୁ ମୋର ଟିକେ ବି ଦୁଃଖ ନାହିଁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button