ଖେଳ ଖବର

୧୧ମାସ ପରେ ଗିଲ୍‌ଙ୍କ ଶତକ: ରୋମାଞ୍ଚକ ମୋଡ଼ରେ ବିଶାଖାପାଟଣା ଟେଷ୍ଟ୍‌ – bajravana

[ad_1]

ବିଶାଖାପାଟଣା: ଲଗାତାର ବିଫଳତା ପାଇଁ ଦଳରୁ ବାଦ୍ ପଡ଼ିବାର ଆଶା ଓ ଆଶଙ୍କା ଭିତରେ ଭାରତୀୟ ଯୁବ ବ୍ୟାଟର୍ ଶୁବମନ ଗିଲ୍ ରବିବାର ନିଜର ଅସଲ ଚମକ ଓ ଦକ୍ଷତା ଦେଖାଇଛନ୍ତି। ୧୧ମାସ ପରେ ଦର୍ଶନୀୟ ଶତକ ଅର୍ଜନ କରି ବିଶାଖାପାଟଣା ଟେଷ୍ଟ୍‌ରେ ଭାରତର ସ୍ଥିତିକୁ ମଜବୁତ କରିବା ସହ ସମାଲୋଚକଙ୍କ ମୁହଁକୁ ଏକପ୍ରକାର ବନ୍ଦ କରି ଦେଇଛନ୍ତି। ଅଧିନାୟକ ରୋହିତ ଶର୍ମା ଓ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ ବିଫଳ ହେବା ପରେ ଗିଲ୍‌ଙ୍କ ଶତକୀୟ ସଫଳତା ବଳରେ ହିଁ ଭାରତ ଦ୍ବିତୀୟ ପାଳି‌ରେ ୨୫୫ ରନ୍ କରିଛି। ଫଳରେ ପ୍ରଥମ ପାଳିର ୧୪୩ ରନ୍‌ ଅଗ୍ରଣୀକୁ ମିଶାଇ ଭ୍ରମଣକାରୀ ଇଂଲଣ୍ଡ ସମ୍ମୁଖରେ ୩୯୯ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜବାବରେ ଅସମତଳ ପିଚ୍‌ ସତ୍ତ୍ବେ ନିଜ ସ୍ବାଭାବିକ ତଥା ଆକ୍ରମଣାତ୍ମକ ବ୍ୟାଟିଂକୁ ଅପରିବର୍ତ୍ତିତ ରଖି ଇଂଲଣ୍ଡ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୬୭ ରନ୍ ସଂଗ୍ରହ କରିନେଇଛି। ଓଭର ପିଛା ୪.୭୮ ହାରରେ ରନ୍ କରି ନିଜ ଆଭିମୁଖ୍ୟକୁ ବି ସ୍ପଷ୍ଟ କରିଦେଇଛି। ଏକମାତ୍ର ୱିକେଟ୍ ଭାବେ ବେନ୍ ଡକେଟ୍ ୨୮ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କୁ ଆର୍‌ ଅଶ୍ବିନ ଶିକାର କରିନେଇଛନ୍ତି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଜ୍ୟାକ୍ କ୍ରଲି ୨୯ ଓ ରେହାନ ଅହମଦ ୯ ରନ୍‌ କରି ଅପରାଜିତ ରହିଛନ୍ତି। ଆଉ ପୂରା ଦୁଇଦିନର ଖେଳ ବାକିଥିବାରୁ ଏହି ଟେଷ୍ଟ୍‌ର ଫଳାଫଳ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଭାରତ ରବିବାର ସକାଳେ ୨୮/୦ରୁ ଖେଳ ଆରମ୍ଭ କରିଥିଲା। ତେବେ ଦୁଇ ଅପରାଜିତ ବ୍ୟାଟର୍ ରୋହିତ ଓ ଯଶସ୍ବୀ ଆଉ ମାତ୍ର ୨ ରନ୍ ହିଁ ଯୋଡ଼ିପାରିଥିଲେ। ରୋହିତ ବ୍ୟକ୍ତିଗତ ସ୍କୋର୍‌ରେ କୌଣସି ରନ୍ ସଂଯୋଗ କରିବା ପୂର୍ବରୁ ବୋଲ୍ଡ ହୋଇଯାଇଥିଲେ। ଅନ୍ୟପକ୍ଷରେ ଯଶସ୍ବୀ ଆଉ ୨ ରନ୍ ହିଁ କରିପାରିଥିଲେ। ଉଭୟ ଜେମ୍ସ ଆଣ୍ଡରସନ୍‌ଙ୍କ ଶିକାର ହୋଇଥିଲେ। ସେହିଭଳି ଶ୍ରେୟସ୍ ଆୟର (୨୯), ରଜତ ପାଟିଦାର (୯) ଓ ଶ୍ରୀକର ଭରତ (୬)ଙ୍କ ବିଫଳତା ଧାରା ଜାରି ରହିଥିଲା। ହେଲେ ଗିଲ୍ ଅପୂର୍ବ ଏକାଗ୍ରତା ଓ ଶୃଙ୍ଖଳିତ ବ୍ୟାଟିଂର ବଳିଷ୍ଠ ନମୁନା ଦେଖାଇ ୬୦ ବଲ୍‌ରୁ ଅର୍ଦ୍ଧଶତକ ଏବଂ ୧୩୨ ବଲ୍‌ରୁ ଶତକ ପୂରଣ କରିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ଏହା ତାଙ୍କର ତୃତୀୟ ଶତକ ଥିଲା। ଶେଷ ଥର ପାଇଁ ସେ ୨୦୨୩ ମସିହା ମାର୍ଚ୍ଚ ମାସରେ ଅହମଦାବାଦଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଅଙ୍କ ଛୁଇଁଥିଲେ। ସେବେଠାରୁ କିନ୍ତୁ ଶତକ ଶୂନ୍ୟ ଥି‌ଲେ। ୧୨ ପାଳି ପରେ ବିଶାଖାପାଟଣାରେ ୧୦୪ ରନ୍‌ର ପାଳି ଖେଳି ସେ ଏହି ଦୁଃଖ ଦୂର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେବଳ ଅକ୍ଷର ପଟେଲ (୪୫) ଓ ଆର ଅଶ୍ବିନ (୨୯) ଆଜି ତାଙ୍କୁ ସମର୍ଥନ ଦେଇଥିଲେ। ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଟମ୍ ହାର୍ଟଲି ପୁଣିଥରେ ୪ ୱିକେଟ୍ କରାୟତ୍ତ କରିନେଇଥିଲେ।

ବିଶାଖାପାଟଣା ଟେଷ୍ଟ୍‌ରେ ଶତକୀୟ ପାଳି ଖେଳିବା ପରେ ୨୪ ବର୍ଷୀୟ ଯୁବ ବ୍ୟାଟର୍ ଶୁବମନ ଗିଲ୍‌ଙ୍କୁ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ସ୍ବତନ୍ତ୍ର ବାର୍ତ୍ତା ପଠ‌ାଇଛନ୍ତି। ଗିଲ୍‌ଙ୍କୁ ଭୂୟସୀ ପ୍ରଶଂସା କରି ନିଜ ‘ଏକ୍ସ’ ପୃଷ୍ଠାରେ ସେ ଲେଖିଛନ୍ତି ଯେ ଶୁବମନଙ୍କ ଏହି ପାଳି ଉଚ୍ଚକୋଟୀର କ୍ରିକେଟ୍ କଳା କୌଶଳରେ ଭରପୂର ଥିଲା। ଏକ ସମୟପୋଯୋଗୀ ଶତକ ଲାଗି ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ତା’ ସହିତ ସଚିନ ମଧ୍ୟ ଶୁବମନ ଉତ୍ସବ ପାଳନ କରୁଥିବାର ଏକ ସୁନ୍ଦର ଫଟୋ ଛାଡ଼ିଛନ୍ତି। ସୂଚନାଯୋଗ୍ୟ ଯେ ସଚିନଙ୍କ ଝିଅ ସାରାଙ୍କୁ ଶୁବମନ ଭଲପାଉଥିବା ଚର୍ଚ୍ଚା ହୋଇଆସୁଛି। ଏଭଳି ସ୍ଥିତିରେ ସଚିନଙ୍କ ଏହି ପୋଷ୍ଟ ପରେ ଉକ୍ତ ଚର୍ଚ୍ଚା ଆହୁରି ବଢ଼ିବାର ଢେର ସମ୍ଭାବନା ରହିଛି।

ଚୟନକର୍ତ୍ତା ଦେଇଥିଲେ ଚେତାବନୀ
ରବିବାରର ଶତକୀୟ ପାଳି ପାଇଁ ଗିଲ୍‌ଙ୍କୁ ସମସ୍ତେ ପ୍ରଶଂସାରେ ପୋତି ଦେଉଛନ୍ତି। ହେ‌ଲେ ଲଗାତାର ବିଫଳତା ପରେ ଚୟନକର୍ତ୍ତାମାନେ ତାଙ୍କୁ ଦଳରୁ ବାଦ୍‌ ଦେବା ଭଳି ଚରମବାଣୀ ଶୁଣାଇ ଦେଇଥିଲେ। ଏପରିକି ବିଶାଖାପାଟଣା ଟେଷ୍ଟ୍‌ରେ ଭଲ ନକଲେ ଘରୋଇ କ୍ରିକେଟ୍ ଖେଳିବାକୁ ପ୍ରସ୍ତୁତ ରହିବାକୁ ସଫାସଫା କହି ଦେଇଥିଲେ। ଏଭଳି ରିପୋର୍ଟ ରବିବାର ପଦାକୁ ଆସିଛି। ଚୟନକର୍ତ୍ତାଙ୍କ ତାଗିଦ କିନ୍ତୁ ଗିଲ୍‌ଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଚେତାବନୀରେ ସାମାନ୍ୟ ଡରି ଯାଇଥିଲେ ମଧ୍ୟ ଏକାଗ୍ରତା, ଉଚିତ ସଟ୍ ଚୟନ ଏବଂ ଶୃଙ୍ଖଳିତ ବ୍ୟାଟିଂ କରିବାକୁ ସେ ନିଜେ ନିଜକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାର ଫଳ ଆଜି ତାଙ୍କୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button