ଅପରାଧ

ଅବକାରୀ ପୁଲିସର ଧରପଗଡ଼: ୨ ଗିରଫ, ୫ ଲକ୍ଷ ଟଙ୍କାର ମହୁଲ ପୋଚ – bajravana

[ad_1]

ରାଉରକେଲା: ରାଉରକେଲା ଅବକାରୀ ପୁଲିସକୁ ମଙ୍ଗଳବାର ବଡ଼ଧରଣର ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଓ ହାତିବାରୀ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ଉକରି ଦୁଇ ଜଣ ଦେଶୀ ମଦ ବେପାରିଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଅଙ୍କୁରପାଲିର ଶୋଭା ସାହୁ ଓ ଟଙ୍କଟୋଲାର ରାତିଆ ଏକ୍କା। ଅଭିଯୁକ୍ତଙ୍କ ପାଖରୁ ୨୧୦ ଲିଟର ଦେଶୀ ମଦ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୧୦ ହଜାର କେଜି ମହୁଲ ପୋଚ ଜବତ ହୋଇଛି।

ପାର୍ବଣ ଋତୁ ସମୟରେ ଇସ୍ପାତ ସହରକୁ ଦେଶୀ ମଦ ଚୋରାଚାଲାଣ ଦ୍ବିଗୁଣିତ ହୋଇଥାଏ। ଏଥିରେ ଅଙ୍କୁଶ ଲଗାଇବାକୁ ଆଜି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବୀରମିତ୍ରପୁର ଓ ହାତିବାରୀ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ଅଭଯୁକ୍ତମାନେ ଦେଶୀ ମଦ ତିଆରିରେ ବ୍ୟସ୍ତ ଥିବାବେଳେ ପୁଲିସ ଦୁଇ ଜଣଙ୍କୁ କାବୁ କରିନେଇଥିଲା। ତେବେ ଅନ୍ୟ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ସ୍କୁଟି(ଓଡି୧୪-ବି-୨୭୩୮) ଜବତ କରିଛି। ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ରାଉରକେଲା ଅବକାରୀ ପୁଲିସ ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ମିଳିତଭାବେ ସୀମାନ୍ତ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଓଡ଼ିଶା ସୀମାନ୍ତ ଜରୈକେଲା ଅଞ୍ଚଳର ବିଭିନ୍ନ ଗାଁରେ ଚଢ଼ଉ କରିଥିଲେ। ଉକ୍ତ ଦିନ ପ୍ରାୟ ୯ ଲକ୍ଷ ଟଙ୍କା ମୂଲ୍ୟର ୧୮ ହଜାର କେଜି ମହୁଲ ପୋଚ ଜବତ ହୋଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ତଥା ମାଜିଷ୍ଟ୍ରେଟ୍‌ ତଥା କୁଆରମୁଣ୍ଡା ତହସିଲଦାର ପଦ୍ମିନୀ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଚଢ଼ଉରେ ଅବକାରୀ ପୁଲିସ, ଏପିଆର୍‌ ଫୋର୍ସ​, ଅବକାରୀ ମୋବାଇଲ୍‌ ସ୍କ୍ବାଡ୍‌ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button