ଓଡିଶା

ନିଠାରୀ ହତ୍ୟାକାଣ୍ଡ: ସୁରିନ୍ଦର, ମନିନ୍ଦର ଦୋଷମୁକ୍ତ – bajravana

[ad_1]

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ, ଯଥାର୍ଥ ସନ୍ଦେହ ବାହାରେ ପ୍ରମାଣ କରିବାରେ ତଦନ୍ତକାରୀ ସଂସ୍ଥା ବିଫଳ

ପ୍ରୟାଗରାଜ: ବହୁଚର୍ଚ୍ଚିତ ନିଠାରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲି ଓ ସହ-ଅଭିଯୁକ୍ତ ମନିନ୍ଦର ସିଂ ପାନ୍ଧେରଙ୍କୁ ଆହ୍ଲାବାଦ ହାଇକୋର୍ଟ ଆଜି ଦୋଷମୁକ୍ତ କରିଛନ୍ତି। ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ଓ ଜଷ୍ଟିସ ସୟଦ ଆଫତାବ ହୁସେନ ରିଜଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୨ଟି ମାମଲାରେ କୋଲିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପୂର୍ବରୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ସେହିପରି ପାନ୍ଧେରଙ୍କୁ ଦୁଇଟି ମାମଲାରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ଅଦାଲତଙ୍କ କହିବା ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ନିଜ ମାମଲାକୁ ଯଥାର୍ଥ ସନ୍ଦେହ ବାହାରେ ପ୍ରମାଣ କରିବାରେ ବିଫଳ ହୋଇଛି।

ନଏଡାର ନିଠାରୀ ହତ୍ୟାକାଣ୍ଡ ଏକ ବୀଭତ୍ସ ଘଟଣା ଥିଲା ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ୨୦୦୫ରୁ ୨୦୦୬ ମଧ୍ୟରେ କୋଲି ଅନେକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୬ ଡିସେମ୍ବରରେ ନଏଡାର ନିଠାରୀ ଗାଁର ଏକ ଘର ନିକଟରେ ଥିବା ଡ୍ରେନ୍‌ରୁ କଙ୍କାଳ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ପରେ ଚାକର କୋଲି ଓ ତାଙ୍କ ମାଲିକ ପାନ୍ଧେରଙ୍କୁ ଜଣେ ପୀଡ଼ିତା ନିଖୋଜ ହେବା ଘଟଣାରେ ଗିରଫ କରାଯାଇଥିଲା। କୋଲିଙ୍କ ସ୍ୱୀକାରୋକ୍ତି ପରେ ପୁଲିସ ନିକଟସ୍ଥ ଅଞ୍ଚଳ ଖୋଳି ଶିଶୁମାନଙ୍କ ମୃତଦେହ ଉଦ୍ଧାର କରିଥିଲା।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ
ଯଥାର୍ଥ ସନ୍ଦେହ ବାହାରେ ପ୍ରମାଣ କରିବାରେ ତଦନ୍ତକାରୀ ସଂସ୍ଥା ବିଫଳ
ମୁଖ୍ୟ ଅଭିଯୁକ୍ତ ୧୨ ମାମଲାରେ ମୃତ୍ୟୁଦଣ୍ଡ ପାଇଥିଲେ
ସହ ଅଭିଯୁକ୍ତଙ୍କୁ ୨ ମାମଲାରେ ମୃତ୍ୟୁଦଣ୍ଡ ମିଳିଥିଲା

ଏହି ମାମଲାକୁ ତୁରନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଥିଲା- ଯେଉଁଥିରେ ୧୬ଟି ମାମଲା ରୁଜୁ କରାଯାଇଥିଲା। କୋଲିଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଦୁଷ୍କର୍ମ ସହିତ ପ୍ରମାଣ ନଷ୍ଟ କରିବା ଏବଂ ପାନ୍ଧେରଙ୍କ ବିରୋଧରେ ଏସବୁ ଅଭିଯୋଗ ସମେତ ଅନୈତିକ ମାନବ ଚାଲାଣ ଅଭିଯୋଗରେ ଚାର୍ଜସିଟ୍ କରାଯାଇଥିଲା। ଅନେକ ଶିଶୁ ନିଖୋଜ ଥିବା ନେଇ ସୂଚନା ଦିଆଯିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ନଏଡାର ସେକ୍ଟର-୩୧ର ଡି-୫ରେ ଥିବା ୪୩୫ ବର୍ଗମିଟର ବିଶିଷ୍ଟ ଘର ଏବେ ବି ସିଲ୍ ହୋଇ ରହିଛି, ଯେଉଁଠି ଉକ୍ତ ନରକୀୟ କାଣ୍ଡ ଘଟିଥିଲା ଯଦିଓ ଏହାର ଅନେକ ଅଂଶ ଭଙ୍ଗାରୁଜା ହେବା ସହ ଘର ଭିତରୁ ପ୍ରାୟ ସବୁ ଜିନିଷ ଚୋରି ହୋଇ ଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button