‘ଭାଷା ଆଇନ ଓ ବିଧାନସଭାରେ ଭାଷା ଆଇନ ପୁସ୍ତକ ଆମ ଭାଷା ପାଇଁ ତଥା ଗବେଷକମାନଙ୍କ ପାଇଁ ପଥ ପ୍ରଦର୍ଶକ ହେବ’ – bajravana
[ad_1]
ଭାଷା ଆଇନ ଓ ବିଧାନସଭାରେ ଭାଷା ଆଇନ ସମ୍ପର୍କିତ ଆଲୋଚନାଚକ୍ର
ଭୁବନେଶ୍ୱର: ଭାଷା ପାଇଁ ଗଣ ଓ ଗଣମାଧ୍ୟମର ପ୍ରୟାସ ଯୋଗୁ ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ପଥ ପରିସ୍କାର ହୋଇଛି। ଆଇନଗତ ବିଧି ବ୍ୟବସ୍ଥା ପରେ ଏବେ ସରକାର ୨୦୧୭ ମସିହାର ଘୋଷଣା ମୁତାବକ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରି ଓଡ଼ିଆ ଭାଷାର ବ୍ୟବହାରିକ ପଥ ପରିସ୍କାର କରିଛନ୍ତି। ଏପରିକି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ନିଷ୍କର୍ଷ ଭାବରେ ଯେଉଁ ଅଠର ଗୋଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ତନ୍ମଧ୍ୟରୁ ପ୍ରଥମ ପର୍ଯାୟରେ ୧୫୦୦ ହାଇସ୍କୁଲରେ ପ୍ରଥମ ଥରପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବେ ବୋଲି ଘୋଷଣା କରିଛନ୍ତି ତାର ବିଧିବଦ୍ଧ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆନ୍ଦୋଳନ, ଓଡ଼ିଶାର ଆବାହକ ପବିତ୍ର ମହାରଥାଙ୍କ ଦ୍ୱାରା ସମ୍ପାଦିତ “ବିଧାନସଭାରେ ଭାଷା ଆଇନ”ଙ୍କୁ ଜନସାଧାରଙ୍କ ଉଦେଶ୍ୟରେ ଉନ୍ମୋଚନ କରିଛନ୍ତି। ଭାଷା ଆଇନ ସମ୍ପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ଆଜି ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭାଷା ଆନ୍ଦୋଳନ, ଓଡିଶାର (ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ କମିଟି)ସଭାପତି ଜାନକୀଶ ବଡପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଷା ହିଁ ଭବିଷ୍ୟତ, ଓଡ଼ିଆ ଭାଷାର ତତ୍ୱ ଏବଂ ବିଶ୍ୱ ପଟଳରେ ଓଡ଼ିଆ ଭାଷାର ମହତ୍ୱ ଉପରେ ସାରଗର୍ଭକ ଆଲୋଚନା କରିଥିଲେ। ଭାଷା ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ଡ଼ ବସନ୍ତ କୁମାର ପଣ୍ଡା ଭାଷା ଆଇନ ଉପରେ ଆଲୋକପାତ କରି କହିଥିଲେ ଭାଷା ଆଇନ ଓ ବିଧାନସଭାରେ ଭାଷା ଆଇନ ପୁସ୍ତକ ଆମ ଭାଷା ପାଇଁ ତଥା ଗବେଷକମାନଙ୍କ ପାଇଁ ପଥ ପ୍ରଦର୍ଶକ ହେବ।
ସଂମ୍ମାନିତ ଅତିଥି ପଣ୍ଡିତ ହରିଶଙ୍କର ମିଶ୍ର, ସ୍ତମ୍ଭକାର ଶୃତକୀର୍ତ୍ତି ତ୍ରିପାଠୀ, କବି ଦୁର୍ଗାଚରଣ ଷଡ଼ଙ୍ଗୀ, ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଭାଷା ଆନ୍ଦୋଳନର ଜନଚେତନା ସମ୍ପର୍କରେ ଆଲୋକପାତ କରିଥିଲେ। ଜୀବନକାଳ ସାଧନା ପାଇଁ ସରାକାରଙ୍କଦ୍ୱାରା ଓଡ଼ିଆ ଭାଷାର ସର୍ବୋଚ୍ଚ ସମ୍ମାନ ପାଇଥିବା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବିଭୁତି ପଟ୍ଟନାୟକ, ମନୋଜ ନାୟକ, ନାଟ୍ୟକାର ଉପେନ୍ଦ୍ର ଶର୍ମା, ନବ କିଶୋର ପ୍ରଧାନ, ଶଶାଙ୍କ ଶେଖର ଦାସ, ଅମରେନ୍ଦ୍ର ମହାପାତ୍ର, ନୀଳମଣି ମିଶ୍ର, ଅରବିନ୍ଦ ତ୍ରିପାଠୀ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସୂର୍ଯ୍ୟକାନ୍ତ ମହାଲି, ଦାଶରଥି ଗୁମାନସିଂହ, ସୌମେନ୍ଦ୍ର ମିଶ୍ର, ମାନସ ବସ୍ତିଆ, ବିଶ୍ୱଜିତ ରଣା, ଡ଼ମ୍ବୁରଧର ହରଣସିଂହ ପ୍ରଭୃତି ଭାଷାପ୍ରେମୀ ଭାଷା ଯୋଦ୍ଧା ଅଂଶ ଗ୍ରହଣ କରି ଭାଷା ଆଇନ କିପରି କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ଭାଷା ପାଇଁ ଆମ ପ୍ରଦେଶ ସୃଷ୍ଟି ହୋଇଥିବାବେଳେ ଓଡ଼ିଆ ଭାଷାର ଅସ୍ମିତା ତଥା ଜଣ ଜାଗୃତିର ଆବଶ୍ୟକ ରହିଛି ବୋଲି ମତପ୍ରକାଶ ପାଇଥିଲା ସର୍ବ ଶେଷରେ “ଭାଷା ଆଇନ” ଓ “ବିଧାନସଭାରେ ଭାଷା ଆଇନ’ ପୁସ୍ତକର ସମ୍ପାଦକ ପବିତ୍ର ମହାରଥା ଧନ୍ୟବାଦ ସମସ୍ତ ଆଲୋଚକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
[ad_2]