ଖେଳ ଖବର

ଜାତୀୟ ଓପନ୍‌ ଦୌଡ଼କୁଦ: ଅନିମେଷଙ୍କୁ ସ୍ବର୍ଣ୍ଣ, ଶ୍ରାବଣୀଙ୍କୁ ରୌପ୍ୟ – bajravana

[ad_1]

ଭୁବନେଶ୍ବର: କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବା ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାରୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ୨ ପଦକ ଆସିଛି। ଅନିମେଷ କୁଜୁର ସ୍ବର୍ଣ୍ଣ ଜିତିଥିଲା ବେଳେ ରୌପ୍ୟଟି ଶ୍ରାବଣୀ ନନ୍ଦଙ୍କୁ ମିଳିଛି। ପୁରୁଷ ୨୦୦ ମିଟର ଦୌଡ଼ରେ ଅନିମେଷ (୨୦.୭୪ ସେକେଣ୍ଡ) ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଅମ୍ଳାନ ବରଗୋହାଁଇ (୨୦.୭୫ ସେକେଣ୍ଡ) ନାମରେ ଥିବା ରେକର୍ଡ ଭାଙ୍ଗିଥିଲେ। ଅନିମେଷଙ୍କ ପଛକୁ ଏସ୍‌ଏସ୍‌ସିବିର ଅକ୍ଷୟ ନୈନା (୨୦.୯୭) ରୌପ୍ୟ ଏବଂ ରେଳବାଇର ଶଶିକାନ୍ତ ଆଙ୍ଗାଡି (୨୧.୧୪) କାଂସ୍ୟ ପାଇଥିଲେ। ମହିଳା ୨୦୦ ମିଟର ‌ଦୌଡ଼ରେ ଶ୍ରାବଣୀ (୨୩.୮୮ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହିଥି‌ଲା ବେଳେ ପଞ୍ଜାବର କମଲଜୀତ କୌର (୨୩.୬୬) ସ୍ବର୍ଣ୍ଣ ଏବଂ ତାମିଲନାଡ଼ୁର ଗିରିଧାରାଣୀ ରବିକୁମାର (୨୪.୩୧) କାଂସ୍ୟ ଜିତିଥି‌ଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button