ଓଡିଶା

ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀ ଗଲା ବିଚାର ବିଭାଗୀୟ ଜେଲ୍ – bajravana

[ad_1]

ଜୟପୁର: ଗତ ୧୦ତାରିଖ ଦିନ ଜୟପୁର ଟ‌ାଉନଥାନା ଅର୍ନ୍ତଗତ ଡଙ୍ଗାଗୁଡାରେ ଅପରାହ୍ନ ୧୨ଟା ବେଳେ  ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ ହେବାରେ ସ୍ବାମୀ–ସ୍ତ୍ରୀ ମଧ୍ୟରେ କଥା କଟାକଟି ହୋଇଥିଲେ। ଏହା ପରେ ରାଗରେ ଉତ୍ତେଜିତ ହୋଇ ସ୍ବାମୀ ଜଣକ ହିତାହିତ ଞାନ ଭୁଲି ଘରେ ଥିବା କାଠ ପାଳିଆରେ ସ୍ତ୍ରୀର ମୁଣ୍ଡକୁ ମାରି ହତ୍ୟା କରି ଫେରାର ହୋଇ ଯାଇଥିଲେ। ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ଭଗତ ହରିଜନକୁ ବୋରିଗୁମ୍ମା ଥାନା ଅର୍ନ୍ତଗତ ପୁରୁଣାବ‌ୋରିଗୁମ୍ମାରୁ ଗିରଫ କରି ଥାନାକୁ  ଆଣିଥିଲେ ପୁଲିସ। ମାମଲାର ତଦନ୍ତ କରି ଗୁରୁବାର ଅଭିଯୁକ୍ତ ଭଗବତକୁ କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି  ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତ ଭାବେ ଜୟପୁର ସ୍ବତନ୍ତ୍ର ଜେଲକୁ ପଠାଇ ଦେଇଛି।

ସୂଚନା ମୁତାବକ, ଜୟପୁର ଟାଉନଥାନା ଅନ୍ତର୍ଗତ ଡଙ୍ଗାଗୁଡାରେ ରହୁଥିବା  ପୁରୁଣା ବୋରିଗୁମ୍ମା ଅଂଚଳର ଭଗତ ହରିଜନ କୁସୁମା ପରଜା(୬୩)ଙ୍କୁ ଦ୍ବିତୀୟ ପତ୍ନୀ ଭାବେ ରଖିଥିଲେ। ଗତ ୧୦ତାରିଖ ଦିନ ୧୨ଟା ବେଳେ  ସେ ମଧ୍ୟାହ୍ନ ଭୋଜନ ଖାଇବାକୁ କୁସୁମାଙ୍କୁ ମାଗିଥିଲେ। ସେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଦେଇନଥିଲେ। ଖାଇବାକୁ  ଦେବାରେ କୁସୁମା ବିଳମ୍ବ କରିଥିଲେ। ଏହାକୁ  ନେଇ ଉତ୍ତେଜିତ ହୋଇ ପଡିଥିଲେ ଅଭିଯୁକ୍ତ ଭଗତ ।  ଘରେ ଥିବା କାଠ ପାଳିଆରେ କୁସୁମାଙ୍କ ମୁଣ୍ଡରେ ଜୋରରେ ମାରିଦେଇଥିଲେ। ଏଥିରେ କୁସୁମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ମରିଯାଇଥିଲେ। ହତ୍ୟା କରି ଅଭିଯୁକ୍ତ ରାତି  ୧୨ଟା ପର୍ଯ୍ୟନ୍ତ ୧୦ଘଣ୍ଟା ଘରେ ରହି ତାପରେ ଘରୁ ଚମ୍ପଟ ମାରି ପୁରୁଣା ବୋରିଗୁମ୍ମାରେ ଥିବା ଘରକୁ ପଳାଇ ଯାଇଥିଲେ। ସକାଳୁ କୁସୁମା ଘରୁ ନ ବାହାରିବାରୁ ସାହି ପଡ଼ିସାକୁ ସଂଦେହ ହୋଇଥିଲା। ପରେ ଜୟପୁର ଟାଉନଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ଆସି କବାଟ ଖୋଲି ଦେଖିବାରେ କୁସୁମାଙ୍କ ମରଶରୀର ତଳେ ପଡ଼ିଥିବା ଦେଖିଥିଲେ। ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। କୁସୁମାଙ୍କ ପୂର୍ବ ସ୍ବାମୀଙ୍କ ପୁଅ ଡମୁ ପରଜା ଏ ନେଇ ପୁଲିସ ନିକଟରେ ଅଭିଯୁକ୍ତ ଭଗତ ହିଁ ତାଙ୍କ ମାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ବେଳେ ହତ୍ୟାରେ ବ୍ୟବହୃତ କାଠ ପାଳିଆ ମିଳିଥିଲା। ଘଟଣା ପରେ ଫେରାର ହୋଇଥିବା ଅଭିଯୁକ୍ତ ଭଗତକୁ ପୁଲିସ ବୋରିଗୁମ୍ମା ଥାନା ଅର୍ନ୍ତଗତ ପୁରୁଣା ବୋରିଗୁମ୍ମା ଘରୁ  ଗିରଫ କରିଥିଲା। ଆଜି ଅଭିଯୁକ୍ତକୁ କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା କହିଛନ୍ତି ଟାଉନଥାନା ଅଧିକାରୀ। ଅଭିଯୁକ୍ତ ଭଗତ ୧୯୮୪ମସିହାରେ ବୋରିଗୁମ୍ମା ଅଂଚଳରେ ଥିବା ତାଙ୍କ ପ୍ରଥମପତ୍ନୀ ଗୁରୁବାରୀଙ୍କୁହତ୍ୟା କରି କୋରାପୁଟ ମଣ୍ଡଳ କାରାଗାରରେ ୨୦୦୦ମସିହାପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡ ଭୋଗିଥିଲେ। ୨୦୦୧ମସିହାରେ ସେ ଜୟପୁର ଡଙ୍ଗାଗୁଡା ଆସି ବିଧବା ମହିଳା କୁସୁମା ପରଜାଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବେ ରଖିଥିବା ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି। କୁସୁମା କାଜୁମିଲରେ ଦିନ ଶ୍ରମିକ ଭାବେ କାମ କରି ଯାହା ପାରିଶ୍ରମିକ ମଜୁରୀ ଆଣୁଥିଲେ ତାକୁ ନେଇ  ଅଭିଯୁକ୍ତ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ସବୁବେଳେ ରହିବା ସହ ମୃତ କୁସୁମାଙ୍କୁ ଶାରୀରିକ ନିର୍ଯାତନା ଦେଇ  ଆସୁଥିବା ପୁଲିସକୁ ତଦନ୍ତ ବେଳେ ଜଣା ପଡ଼ିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button