କୁୱି ଓ ଦେଶିଆ ଭାଷାପ୍ରାଥମିକତା ଉପରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ – bajravana
[ad_1]
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ
କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କୁୱି ଓ ଦେଶିଆ ଭାଷାର ମୌଳିକତା ଉପରେ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଏନସିଇଆରଟି ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ)ର ମିଳିତ ଉଦ୍ୟମରେ କୋରାପୁଟ ଜିଲ୍ଲାର କୁୱି ଓ ଦେଶିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ଭାଷା ମାଧ୍ୟମରେ ଶିକ୍ଷା ଲାଭକରିବା ଓ ଭାଷାଗତ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷାଗତ ଅଭିଜ୍ଞତାକୁ ସମୃଦ୍ଧ କରିବାଦିଗରେ ଏହି ପ୍ରଶିକ୍ଷଣ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଏହି ଉଦଯାପନି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଏନସିଇଆରଟି ଭୁବନେଶ୍ୱରର ଆର୍ଆଇଇର ଅଧ୍ୟକ୍ଷ ପ୍ରଫେସର ପିସି ଅଗ୍ରୱାଲ, ଭାଷା ବିଦ୍ୟାଳୟର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ରେଜିଷ୍ଟ୍ରାର ଆଇ/ସି ପ୍ରଫେସର ଏନ୍ ସି ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍ସିଇଆରଟି-ଆରଆଇଇ, ଭୁବନେଶ୍ୱରର କୁୱି ଓ ଦେଶିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜକ ତଥା ଆସୋସିଏଟ୍ ପ୍ରଫେସର ଲେଫ୍ଟନାଣ୍ଟ ଡ. ରଶ୍ମିରେଖା ସେଠୀ, କୋରାପୁଟ ସିୟୁଓର କୁୱି ଓ ଦେଶିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସ୍ଥାନୀୟ ସଂଯୋଜକ ତଥା ଆସୋସିଏଟ୍ ପ୍ରଫେସର ଡ. କପିଳା ଖେମୁଣ୍ଡୁ; ଏବଂ ସହ ସଂଯୋଜକ ତଥା ଆସୋସିଏଟ୍ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତିଙ୍କ ସହ ୯ଜଣ ସମ୍ବଳ ବ୍ୟକ୍ତି (ଇଆରପି) ଉପସ୍ଥିତ ଥିଲେ।।
ପ୍ରଫେସର ତ୍ରିପାଠୀ ପ୍ରେରଣାଦାୟୀ ଭାଷଣ ଦେଇ କୋରାପୁଟ ଜିଲ୍ଲାରେ ପ୍ରାଥମିକ ସ୍ତରରେ ଶିକ୍ଷାର ମାଧ୍ୟମ ଭାବେ କୁୱି ଓ ଦେଶିଆ ଭାଷାକୁ ପରିଚିତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଆଦିବାସୀ ଅଂଚଳରେ ପିଲାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ସେ ଆଲୋକପାତ କରିଥିଲେ, ଯେଉଁଠାରେ ପୂର୍ବରୁ ସେମାନଙ୍କ ମାତୃଭାଷା ବ୍ୟବହାର କରି କୌଣସି ଶିକ୍ଷା ବ୍ୟବସ୍ଥା ନଥିଲା । ଏହି ପିଲାମାନଙ୍କୁ ଉନ୍ନତ ଶିକ୍ଷା ସହିତ ସଶକ୍ତ କରିବା, ସେମାନଙ୍କ ଚିନ୍ତାଧାରା ଏବଂ ସୃଜନଶୀଳତାକୁ ପ୍ରଭାବଶାଳୀ ଭାବରେ ପ୍ରକାଶ କରିବାରେ ସକ୍ଷମ କରିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।ଏହା ସେମାନଙ୍କୁ ଆମ ସମ୍ବିଧାନ ଏବଂ ଜାତୀୟ ଶିକ୍ଷା ନୀତିର ନୀତି ସହିତ ସମନ୍ୱିତ ହୋଇ ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ ପ୍ରଦାନ କରିବାରେ ସଫଳ ହେବ ବୋଲି କହିଥିଲେ । କୁୱି ଓ ଦେଶିଆ ଭାଷା ପାଇଁ ପ୍ରାଇମର ପ୍ରସ୍ତୁତକରିବାରେ ଏନସିଇଆରଟି ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ଦେଇଥିବାରୁ କୁଳପତି ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶେଷ ଧନ୍ୟବାଦ ଜଣାଇ ଥିଲେ।
ପ୍ରଫେସର ପିସି ଅଗ୍ରୱାଲ ତାଙ୍କ ଅଭିଭାଷଣରେ ଶିକ୍ଷାର ବିକଶିତ ଦୃଷ୍ଟିକୋଣ ଏବଂ ନିରନ୍ତର ଜାତୀୟ ବିକାଶରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ରେ ଦର୍ଶାଯାଇଥିବା ମାତୃଭାଷାର ସଂରକ୍ଷଣ ଉପରେ ସେ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ, ଡାଏଟ୍ କୋରାପୁଟ, ସରସ୍ୱତୀ ସିସୁ ବିଦ୍ୟା ମନ୍ଦିର, ଡିଏଭି-ସିଟିଇ ଓ ସରକାରୀ କଲେଜ କୋରାପୁଟ ସମେତ କୋରାପୁଟର ବିଭିନ୍ନ ବ୍ଲକର ମୋଟ ୫୮ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ତିନି ଦିନ ଧରି ସେମାନେ କୁୱି ଓ ଦେଶୀ ଭାଷା ଶିଖିବାରେ ନିମଗ୍ନ ହୋଇ ସ୍ୱର, ବ୍ୟଞ୍ଜନ, ଶବ୍ଦ, ଉଚ୍ଚାରଣ ଏବଂ ଗୀତ, ନାଟକ, କାହାଣୀ, ଲୋକକଥା ଏବଂ ନୃତ୍ୟ ଭଳି ବିଭିନ୍ନ କୌଶଳ ଉପରେ ଗୁରୁତ୍ୱ ଦେଉଥିବାରୁ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । କୁୱି ଓ ଦେଶିଆ ଭଳି ମାତୃଭାଷାକୁ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହାର କରିବା ସମୟରେ ଏହି ପଦ୍ଧତି ଶିକ୍ଷକ-ଛାତ୍ର ସମ୍ପର୍କକୁ ବଢ଼ାଇବ ବୋଲି ଆଶା ଆଶା ପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭାଷାଗତ ବିବିଧତାକୁ ଗ୍ରହଣ କରିବା ଏବଂ ଏହି ଅଞ୍ଚଳର କୁୱି ଓ ଦେଶିଆ ଭାଷୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହନକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ପ୍ରତୀକ।
[ad_2]