ଓଡିଶା

ଲେଫ୍ରିପଡ଼ା ବନାଞ୍ଚଳରେ ମାତିଛି ହାତୀ: ଆକ୍ରମଣରେ ଜଣେ ମୃତ, ଓଏସଏପି ଯବାନ ଓ ମହିଳା ଗୁରୁତର – bajravana

[ad_1]

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ବନଖଣ୍ଡ ଲେଫ୍ରିପଡ଼ା ବନାଞ୍ଚଳରେ ଏକ ଦନ୍ତା ଉତ୍ପାତ କରିଛି। ଗୁଣ୍ଡିଆଡିହି, ହଲମା ଓ ଖରଲଛାପଲରେ ହାତୀ ୩ ଜଣଙ୍କୁ ଆକ୍ରମଣ କରିଛି। ଜଣକର ମୃତ୍ୟୁ ହୋଇଥିବା ସୂଚନା ଆସିଥିବାବେଳେ ଜଣେ ଓଏସଏପି ଯବାନ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଖରଲଛାପରର ବୋଲି ସୂଚନା ମିଳିଛି। ଆହତ ଦ୍ଵୟ ହେଲେ ହଲମାର ଓଏସଏପି ଯବାନ ସୁରେନ୍ଦ୍ର ବାର୍ଲା (୩୫) ଓ ମହିଳା ଗୁଣ୍ଡିଆଡିହିର ନାମ ପଦ୍ମିନୀ ବଇଗା(୪୫)।

ଭୋରରୁ ଶୌଚ ପାଇଁ ଯାଇଥିବା ପଦ୍ମିନୀକୁ ହାତୀ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ପରେ ପରେ ସେଠାରୁ ହଲମା ଆସିଥିଲା। ଗାଁକୁ ଆସିଥିବା ଯବାନ ଗାଁ ଲୋକଙ୍କ ସହ ହାତୀକୁ ଘଉଡାଉଥିବାବେଳେ ହାତୀ ବୁଲି ପଡ଼ି ଆକ୍ରମଣ କରିଥିଲା। ଯବାନ ଗୁରୁତର ଆହତ ହୋଇଥିଲେ। ୨ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ସେପଟେ ହାତୀଟି ହଲମାରୁ ଖରଲଛାପଲକୁ ଯାଇ ପୁଣି ଜଣକୁ ଆକ୍ରମଣ କରିଛି। ସେ ବ୍ୟକ୍ତିର ମୃତ୍ଯୁ ହୋଇଥିବା ସୂଚନା ଆସିଛି। କିନ୍ତୁ ମୃତ୍ୟୁ ସମ୍ପର୍କରେ ବନବିଭାଗ ସ୍ପଷ୍ଟ କରିନାହିଁ। ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button