ଓଡିଶା

ରତ୍ନଭଣ୍ଡାରରେ ରହିଛି ୧୨୮୩୧ ଭରି ଓଜନର ସୁନା ଅଳଙ୍କାର

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ନେଇ ସବୁ ବେଳେ ଭକ୍ତମାନଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛିି। କେତେ ପରିମାଣର ସମ୍ପତ୍ତି ରତ୍ନଭଣ୍ଡରରେ ହିଛି ତାହା ଜାଣିବା ପାଇଁ ଭକ୍ତମାନଙ୍କର ଉତ୍ସୁକତା ରହିଛି। ଆଜି ବିଧାନସଭାରେ ବିଜେପି ସଦସ୍ୟ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଶ୍ରୀମନ୍ଦିରରେ ୧୯୭୮ ମସିହାରେ ରତ୍ନଭଣ୍ଡାରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ଅନୁଯାୟୀ, ରତ୍ନଭଣ୍ଡାରରେ ୧୨,୮୩୧ ଭରି ସୁନା ଅଳଙ୍କାର ରହିଛି। ସେହିପରି ୨୨ହଜାର ୧୩୫ ଭରିର ରୂପା ଥାଳି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ସେହିପରି ୧୪ଟି ସାମଗ୍ରୀ ବିଭିନ୍ନ କାରଣରୁ ଓଜନ ହୋଇ ପାରିି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button