ଓଡିଶା

ପାର୍ବଣରେ ସକ୍ରିୟ ହେଲେଣି ଲୁଟେରା ଦଳ: ସର୍ତକତା ଅବଲମ୍ବନ ପାଇଁ ଅନୁରୋଧ କଲା ପୁଲିସ – bajravana

[ad_1]

ଜୟପୁର: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଦକ୍ଷିଣଓଡିଶାର ପ୍ରମୁଖ ଜୟପୁର ସହରକୁ ପଶିଆସିଲେଣି ଲୁଟେରା ଦଳ। ଗଂଜାମର ଆସିକା ସହ ପୁରୀର ପେଣ୍ଟାକୋଟ, ଛତିଶଗଡ଼ର ନଗରନାର ସହ ଆନ୍ଧ୍ରରୁ ଲୁଟେରା ଦଳ ପଶିଆସିଛନ୍ତି। ଏହା ବାଦେ ଜୟପୁର ସହରର ଛୋଟ ନାବାଳକ ପିଲା ଠାରୁ ଆରମ୍ଭ କରି ବିଭିନ୍ନ ବୟସ ବର୍ଗର ଅପରାଧି ବି ସକ୍ରିୟ ହୋଇ ପଡ଼ିଛନ୍ତି। ଏଥି ପାଇଁ ପୁଲିସ ବି ଏମାନଙ୍କୁ ଧରପଗଡ଼ କିଭଳି କରିବ ସେ ନେଇ ଚିନ୍ତାରେ।

ସୂଚନା ଅନୁଯାୟୀ, ଜୟପୁରରେ ପାର୍ବଣ ସମୟରେ ସହରର ବିଭିନ୍ନ ବସ୍ତି ଅଂଚଳର ଲୁଟେରାମାନେ ମୋବାଇଲ ଫୋନ ଚୋରୀ କରି ନେଉଥିବା ଦେଖିବାକୁ ମିଳିଛି। ଅଳ୍ପ ଦିନ ତଳେ ରଥଯାତ୍ରା ଓ ବାହୁଡାଯାତ୍ରା ସହ ୯ଦିନ ଯାକବି ଏହି ଲୁଟେରା ମାନେ ମୋବାଇଲ୍ ଫୋନ ଲୁଟ୍ କରିଛନ୍ତି। ଶତାଧିକ ମୋବାଇଲ୍ ଫୋନ ଲୁଟ ହୋଇଛି। ଏପରିକି ଜୟପୁର ଟାଉନଥାନା ପୁଲିସ କିଛି ନାବାଳକଙ୍କୁ ଧରିବା ସହ କିଛି ଫୋନ ଉଦ୍ଧାର କରି ମାଲିକମାନଙ୍କୁ ହସ୍ତାନ୍ତର କରିଥିଲେ। ସେଭଳି କିଛି ନାବାଳକ ଛୋଟ ପିଲା ବସ ଗୁଡିକରେ ଚଢ଼ି ପକେଟମାର୍ ବି କରୁଥିବା ନଜିର ରହିଛି।

ଏହି ନାବାଳକ ଗ୍ରୁପ ଗହଳିର ସୁଯୋଗରେ ମୋବାଇଲ୍ ଫୋନ୍ ଓ ପର୍ସକୁ ଝାମ୍ପିନେଉଛନ୍ତି। ପୂଜା ସମୟରେ ପୁଲିସ ଏମାନଙ୍କ ଗତିବିଧି ଉପରେ କଡ଼ା ନଜର ନରଖିଲେ ସିରିଜ୍ ଲୁଟ୍ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅପରପକ୍ଷରେ ଜୟପୁର ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସହରରେ ନାବାଳକ ଅପରାଧିଙ୍କ ଠାରୁ ଆରମ୍ଭ କରି ସବୁ ବୟସ ବର୍ଗର ଅପରାଧି ରହିଥିବା ଏବଂ ସେମାନେ ସବୁ ସକ୍ରୀୟ ରହିବା ସହ ଗତିବିଧି ବଢ଼ାଇଥିବା କହିଛନ୍ତି। ଯେତେ ରାତି ବଢ଼ିଲେ ଅପରାଧ ବି ସେ ଅନୁଯାୟୀ ବଢ଼ୁଛି। ତେଣୁ ରାତି ୧୦ଟା ପରେ ସବୁ ଘରକୁ ଯିବାକୁ ସେ ଅନୁରୋଧ କରିଛନ୍ତି। ସହରର ବିଭିନ୍ନ ଦୋକାନ, ହୋଟେଲ, ପାନ ଦୋକାନ ଆଦି ରାତି ୧୧ଟା ମଧ୍ୟରେ ବନ୍ଦ କରିବାକୁ କହିଛନ୍ତି। ଏହି ସମୟ ପରେ ପୁଲିସର ପାଟ୍ରୋଲିଂ ବଢ଼ିବ ଏବଂ ଯଦି କେହି ଦୋକାନ ଖୋଲି ରଖନ୍ତି ଏବଂ ରାସ୍ତାରେ ବୁଲିବା ନଜର ଆସିଲେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ସେଭଳି ପାର୍ବଣ ଆସିଥିବାରୁ ସହରରେ ଗହଳି ବି ବଢ଼ିଲାଣି। ମା, ଭଉଣୀ ମାନେ ସୁନା ଅଳଙ୍କାର ପିନ୍ଧି ଏକା ଏକା ବୁଲିବା ବଦଳରେ ଗୋଷ୍ଠୀଗତ ଭାବେ ବୁଲିବାକୁ ପରାମର୍ଶ ଦେଇଛନ୍ତି। ଏ ସମୟରେ ସୁନା ଅଳଙ୍କାର ପିନ୍ଧି ବୁଲିଲେ ନିଜେ ସଚେତନ ହୋଇ ଦାୟିତ୍ବ ନେବାକୁ ପରାମର୍ଶ ଦେଇଛନ୍ତି ଟାଉନଥାନା ଅଧିକାରୀ। ବ୍ୟାଙ୍କକୁ ଟଙ୍କା ଜମା କରିବା କିମ୍ବା ଉଠାଣ କରିବା ପରେ ବାଟଘାଟରେ ରହିବା ବଦଳରେ ସିଧାସଳଖ ବ୍ୟାଙ୍କକୁ ଯିବା କିମ୍ବା ଘରକୁ ଆସନ୍ତୁ। ଖାମଖିଆଲ ହେଲେ ଅପରାଧି ମାନଙ୍କ ଲୁଟର ଶୀକାର ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ । ସେଭଳି ସହରରେ ଥିବା ବିଦେଶୀ ଠିପି ଖୋଲା ଓ ଠିପି ବନ୍ଦ ଦୋକାନ ଗୁଡିକ ଆଇନ ଅନୁଯାୟୀ ବ୍ୟବସାୟ କରନ୍ତୁ। ଯଦି ଆଇନର ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଭଳି ନିଶାଡି ମାନେ ରାସ୍ତା, ସର୍ବସାଧାରଣସ୍ଥାନରେ ମଦ ପିଇବା ବଦଳରେ ଘରକୁ ଯାଇ ପିଇବାକୁ ଅନୁରୋଧ କରିଛନ୍ତି ଟାଉନଥାନା ଅଧିକାରୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button