ଖେଳ ଖବର

ବାହାନଗା ଦୁର୍ଘଟଣା: ଅପରିଚିତ ୨୮ ଶବର ଅନ୍ତିମ ସଂସ୍କାର ହେବ – bajravana

[ad_1]

ଭୁବନେଶ୍ବର: ସାଢ଼େ ୪ ମାସ ପରେ ବି ଏମ୍‌ସରେ ସଂରକ୍ଷିତ ବାହାନଗା ରେଳ ଦୁର୍ଘଟଣାର ୨୮ ମୃତକଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଡିଏନ୍‌ଏ ଟେଷ୍ଟ ପରେ ମଧ୍ୟ ସେମାନଙ୍କ ପରିଚୟ ମିଳିଲା ନାହିଁ। ସେମାନଙ୍କ ମୃତଦେହ ନେବାପାଇଁ ମଧ୍ୟ କେହି ଆସିଲେ ନାହିଁ। ଭରତପୁର ଶ୍ମଶାନରେ ଏହି ମୃତକଙ୍କ ସାମୂହିକ ଅନ୍ତିମ ସଂସ୍କାର ପାଇଁ ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଏମ୍‌ସିକୁ ଶବ ହସ୍ତାନ୍ତର କରାଯିବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।

ବାହାନଗା ରେଳ ଦୁର୍ଘଟଣାର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତାମିଲନାଡ଼ୁ ଏପରିକି ନେପାଳର ଯାତ୍ରୀମାନେ ପ୍ରାଣ ହରାଇଥିଲେ। ଜୁନ୍‌ ୨ ତାରିଖ ରେଳ ଦୁର୍ଘଟଣା ଦିନ ଠାରୁ ଦୁଇ ମାସ ଧରି ସ୍ଥିତି ଏଭଳି ଥିଲା ଯେ ଗୋଟିଏ ଗୋଟିଏ ମୃତଦେହକୁ ନେଇ ଅନେକ ଦାବିଦାର ବାହାରୁଥିଲେ। ସମ୍ପର୍କୀୟଙ୍କ ମରଶରୀରକୁ ଆଉ କେହି ନେଇ ଯାଇଥିବା ଅଭିଯୋଗ କରି ପରିଜନମାନେ ଉତ୍ତେଜିତ ହୋଇ ପଡ଼ୁଥିଲେ। ଶାସନ ବ୍ୟବସ୍ଥାକୁ ବିଶ୍ବାସ ନକରି ବିହାର, ପଶ୍ଚିମବଙ୍ଗରୁ ଆସି ମାସ-ମାସ ଧରି ଭୁବନେଶ୍ବରରେ ରହି ଡିଏନ୍‌ଏ ରିପୋର୍ଟ ପାଇଁ ଅପେକ୍ଷା କରି ରହିଥିଲେ। ସେଥିପାଇଁ ପ୍ରକୃତ ସମ୍ପର୍କୀୟଙ୍କୁ ଚିହ୍ନଟ ଲାଗି ଡିଏନ୍‌ଏ ଟେଷ୍ଟ କରାଗଲା। ହେଲେ ଆହୁରି ୨୮ ଶବର ଦାବିଦାର କେହି ମିଳିଲେ ନାହିଁ। ସେମାନଙ୍କର ପରିବାର ନାହିଁ କି ସେମାନଙ୍କ ମୃତ୍ୟୁର ଖବର ପରିବାର ପାଖରେ ପହଞ୍ଚି ପାରିଲା ନାହିଁ, ଯାହା ଆଜି ବି ରହସ୍ୟ ହୋଇ ରହିଯାଇଛି। ଦୁର୍ଘଟଣାର ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଅଗଷ୍ଟ ୨୫ ତାରିଖରେ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା। ଏହାପରେ ବିଏମ୍‌ସି ଏସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛି। ଏସ୍‌ଓପି ଅନୁସାରେ, ମରଶରୀରକୁ ଶ୍ମଶାନ ନେବା ପାଇଁ ବିଏମ୍‌ସି ପକ୍ଷରୁ ଏମ୍‌ସକୁ ଶବବାହକ ଗାଡ଼ି ପଠାଯିବ। ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଏମ‌୍‌ସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମୃତଦେହ ହସ୍ତାନ୍ତର କରିବେ। ଏହାପରେ ଭରତପୁର ଶ୍ମଶାନରେ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟର ଭିଡିଓଗ୍ରାଫି କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button