ଖେଳ ଖବର

ଖେଳ ମଝିରେ ଗୋଡ଼ ମୋଡ଼ି ହେବା ସତ୍ତ୍ବେ କର୍ତ୍ତବ୍ୟରୁ ଓହରି ନଥିଲେ ବୁମରା – bajravana

[ad_1]

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଦେଇଛି ଭାରତ । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା ।

ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚ ଚାଲିଥିବା ସମୟରେ ଯେତେବେଳେ ଶ୍ରୀଲଙ୍କା ଖେଳାଳି ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ଭାରତୀୟ ଦଳର ଦ୍ରୁତବଳର ଯଶପ୍ରୀତ ବୁମରା ବି ବଲିଂ ପାଇଁ ପ୍ରସ୍ତୁତ ହୋଇଥିଲେ। ଏହି ଖେଳ ଖେଳୁଥିବା ସମୟରେ ତାଙ୍କର ଡାହାଣ ଗୋଡ଼ ପଡ଼ିଆରେ ମୋଡ଼ି ହୋଇଯାଇଥିଲା।

ଯାହାର ଦୃଶ୍ୟ ଆପଣ ଫଟୋ ଜରିଆରେ ଦେଖି ପାରିବେ। ତେବେ ଏହି ଘଟଣା‌ରେ ହୁଏତ ଯଶପ୍ରୀତ ବୁମରା ଆହତ ହୋଇଥାଇ ପାରନ୍ତି କିନ୍ତୁ ସେ ନିଜ ଯନ୍ତ୍ରଣାକୁ ଚାପି ଧରି ଖେଳରେ ଆଗକୁ ବଢ଼ିଥିଲେ। ତେବେ ଗୋଡ଼ ମୋଡ଼ି ହୋଇଯିବା ପରେ ସେ ଜୋତା ବଦଳାଇ ଦେଇଥିଲେ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସ୍ପିନକୁ ସୁହାଉଥିବା ଏକ ପିଚରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆରମ୍ଭରୁ ସତର୍କତାର ସହ ଖେଳି ଏକ ଭଲ ମୂଳଦୁଆ ପକାଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button