ସଚିନ, ଡି’ଭିଲିୟର୍ସଙ୍କୁ ଟପିଲେ ୱାର୍ଣ୍ଣର: ବିଶ୍ବକପ୍ରେ ଦ୍ରୁତ ୧୦୦୦ ରନ୍ – bajravana
[ad_1]
ଚେନ୍ନାଇ: ବିଶ୍ବକପ୍ ଆରମ୍ଭ ହେବା ସହିତ ରେକର୍ଡ ପଛରେ ପଡ଼ିବା ପର୍ବ ଆରମ୍ଭ ହୋଇଛି। ଶନିବାର ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ସର୍ବୋଚ୍ଚ ଦଳଗତ ସ୍କୋର୍ (୪୨୮/୫) କରିଥିବା ବେଳେ ଶୀର୍ଷକ୍ରମ ବ୍ୟାଟର୍ ଐଦେନ ମାରକ୍ରମ ୪୯ ବଲ୍ରୁ ଶତକ ହାସଲ କରି ବିଶ୍ବକପ୍ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରିଥିଲେ। ରବିବାର ଭେଟେରାନ୍ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର ବିଶ୍ବକପ୍ରେ ୧୦୦୦ ରନ୍ ପୂର୍ଣ୍ଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୧୯ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ ଏହି ରେକର୍ଡ ଯୁଗ୍ମଭାବେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଏବଂ ଦକ୍ଷିଣ ଆଫ୍ରିକାର ମିଷ୍ଟର୍ ୩୬୦ ଏବି ଡି’ଭିଲିୟର୍ସ ନାମରେ ଥିଲା।
ଉଭୟ ମିଳିତ ଭାବେ ୨୦ ପାଳି ଲେଖାଏଁ ନେଇ ରେକର୍ଡକୁ ନିଜ ନାମରେ ରଖିଥିଲେ। ୱାର୍ଣ୍ଣର ୨୦୧୫, ୨୦୧୯ ପରେ ଏବେ ତୃତୀୟ ତଥା ଶେଷ ବିଶ୍ବକପ୍ ଖେଳୁଛନ୍ତି। ସଚିନ ମୋଟ ୬ଟି ସଂସ୍କରଣ (୧୯୯୨-୨୦୧୧) ଖେଳିଥିବା ବେଳେ ଡି’ଭିଲିୟର୍ସ ତିନିଟି ବିଶ୍ବକପ୍ (୨୦୦୭, ୨୦୧୧, ୨୦୧୫) ଖେଳିଥିଲେ। ସୌରଭ ଗାଙ୍ଗୁଲି ତିନିଟି (୧୯୯୯, ୨୦୦୩, ୨୦୦୭) ବିଶ୍ବକପ୍ର ୨୧ ପାଳିରୁ, ଭିଭିଆନ୍ ରିଚାର୍ଡସ ଚାରିଟି (୧୯୭୫, ୧୯୭୯, ୧୯୮୩, ୧୯୮୭) ବିଶ୍ବକପ୍ର ୨୧ ପାଳିରୁ ଏବଂ ମାର୍କ ୱ’ ତିନିଟି (୧୯୯୨, ୧୯୯୬, ୧୯୯୯) ବିଶ୍ବକପ୍ର ୨୨ ପାଳିରୁ ୧୦୦୦ ରନ୍ ପୂର୍ଣ୍ଣ କରି ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି।
[ad_2]