ଏସୀୟ ଟିଟିରେ ବିପର୍ଯ୍ୟୟ ସୃଷ୍ଟି କଲେ ମାନବ – bajravana
[ad_1]
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପୋଙ୍ଗ୍ଚାଙ୍ଗ୍ଠାରେ ଚାଲିଥିବା ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଯୁବ ଭାରତୀୟ ଖେଳାଳି ମାନବ ଠକ୍କର ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ବିଶ୍ବର ୧୦୦ତମ ମାନ୍ୟତାରେ ଥିବା ମାନବ ୩୩ ନମ୍ବର ଖେଳାଳି କୋରିଆର କାଓ ଚେଙ୍ଗ୍-ଜୁଇଙ୍କୁ ୩-୧ ସେଟ୍ରେ ପରାସ୍ତ କରି କ୍ବାର୍ଟରଫାଇନାଲ୍କୁ ଉଠିଛନ୍ତି। ୨୩ ବର୍ଷୀୟ ମାନବ ଏହି ମୁକାବିଲାକୁ ୧୧-୮, ୮-୧୧, ୧୧-୭, ୧୧-୭ରେ ଜିତିଥିଲେ। କ୍ବାର୍ଟରଫାଇନାଲ୍ରେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଚୀନର ମା ଲଙ୍ଗ୍ଙ୍କୁ ଭେଟିବେ ମାନବ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଭିଜ୍ଞ ଜି ସାଥିଆଁ-ଶରଥ କମଲ ଏବଂ ମହିଳା ଏକକରେ ଆହିକା ମୁଖାର୍ଜୀଙ୍କ ଅଭିଯାନ ପ୍ରି-କ୍ବାର୍ଟରଫାଇନାଲ୍ରେ ଶେଷ ହୋଇଯାଇଛି। ଆହିକା ୨-୦ରେ ଆଗୁଆ ରହି ଜୀବନର ଶ୍ରେଷ୍ଠ ବିଜୟ ଦିଗରେ ଅଗ୍ରସର ହେଉଥିଲେ ମଧ୍ୟ ବିଶ୍ବର ୪ ନମ୍ବର ଖେଳାଳି ଚୀନ୍ର ଅଲିମ୍ପିକ୍ କାଂସ୍ୟ ବିଜୟିନୀ ଚେନ୍ ଜିଙ୍ଗ୍ଟଙ୍ଗ୍ଙ୍କଠାରୁ ୧୧-୨, ୧୧-୬, ୮-୧୧, ୯-୧୧, ୩-୧୧ରେ ହାରିଯାଇଥିଲେ। ମାନବ ଠକ୍କର-ମାନୁଷ ସାହା, ଆହିକା ମୁଖାର୍ଜୀ-ସୁତୀର୍ଥା ମୁଖାର୍ଜୀ ମଧ୍ୟ କ୍ବାର୍ଟରଫାଇନାଲ୍ରୁ ବିଦାୟ ନେଇଛନ୍ତି। ଭାରତୀୟ ପୁରୁଷ ଦଳ କିନ୍ତୁ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
[ad_2]