ଖେଳ ଖବର

ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଆଜିଠାରୁ – bajravana

[ad_1]

ମୋହାଲି: ବିଶ୍ବକପ୍‌ ପାଖେଇ ଆସିଛି, ଆଉ ଯେଉଁ ଦଳ ସହ ଭାରତ ଅକ୍ଟୋବର ୮ ତାରିଖରେ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ସେହି ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ଖେଳି ରିହରସଲ୍ କରିବ। ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍‌ ଖେଳୁଛି। ଭାରତୀୟ ଦଳ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଏବେ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ମିଳିଛି। ବିଶ୍ବକପ୍‌ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ‌ ଗୋଟିଏ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। ନିଜ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ଦୁଇ ମୁମ୍ବାଇ ବ୍ୟାଟର୍‌ ଶ୍ରେୟସ ଆୟର୍‌ ଏବଂ ସୂର୍ଯ୍ୟକୁମାର ଯାଦବ ଆଶା ରଖିଛନ୍ତି।

ମାତ୍ର ୨୮ ବର୍ଷ ବୟସରେ ଆୟର ତାଙ୍କ ‌ଖେଳ ଜୀବନର ଦୋ’ଛକିରେ ଛିଡ଼ା ହୋଇଛନ୍ତି। ଆହତ ସମସ୍ୟା ପାଇଁ ୬ ମାସ ଦୂରେଇ ରହିବା ପରେ ଦଳକୁ ‌ଫେରିଥିବା ଆୟର ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ପିଠିରେ ଯନ୍ତ୍ରଣା ପାଇଁ ଚିନ୍ତାରେ ଥିଲେ। ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ ସମିତି ଆୟରଙ୍କୁ ଏହି ଶୃଙ୍ଖଳାରେ ସାମିଲ କରି ନୂଆ ଜୀବନ ଦେଇଛନ୍ତି। ପରବର୍ତ୍ତୀ ୫ ଦିନ ଭିତରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ରେ ସେ ୩୦୦ ଓଭର ପାଇଁ କେତେ ପ୍ରସ୍ତୁତ ତାହା ନିଶ୍ଚିତ ସମୟ କହିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଉଛି ମଧ୍ୟକ୍ରମରେ ଆୟର ସ୍ପିନରଙ୍କୁ ଭଲ ଖେଳିବାରେ ଧୂରନ୍ଧର ଥିବାରୁ ବିଶ୍ବକପ୍ ସମୟରେ ଏଭଳି ଆଶା ରଖି ଦଳ ତାଙ୍କୁ ସୁଯୋଗ ଦେଇଛି। ଅନ୍ୟପକ୍ଷରେ କ୍ରିକେଟ୍‌ ଦୁନିଆରେ ସ୍କାଏ୍ ଭାବେ ପରିଚିତ ସୂର୍ଯ୍ୟ କୁମାର ଯାଦବ ନିଶ୍ଚିତ ନିଜକୁ ପ୍ରମାଣିତ କରିବାକୁ ବଡ଼ ସୁଯୋଗ ପାଇଛନ୍ତି। ଟ୍ବେଣ୍ଟି-୨୦ରେ ଚମତ୍କାର ପ୍ରଦର୍ଶନ କରୁଥିଲେ ମଧ୍ୟ ସୂର୍ଯ୍ୟ ଦିନିକିଆରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ଦେଉଛନ୍ତି। ଶେଷ ଥର ପାଇଁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିଥିବା ବେଳେ ସୂର୍ଯ୍ୟ ଲଗାତାର ୩ ପାଳିରେ ଶୂନ କରି ଆଲୋଡ଼ା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅଦ୍ୟାବଧି ୨୭ ଦିନିକିଆ ଖେଳିବା ସତ୍ତ୍ବେ ତାଙ୍କ ହାରାହାରି ୨୫ରୁ ତଳେ (୨୪.୪୦) ରହିଛି। ବିଶ୍ବକପ୍‌ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ସେ ନିଶ୍ଚିତ ନିୟମିତ ଚୂଡ଼ାନ୍ତ ଏକାଦଶରେ ଆସିବା ସମ୍ଭାବନା ନାହିଁ। କେବଳ ସଂରକ୍ଷିତ ଖେଳାଳି ଭାବେ ସୁଯୋଗ ଅପେକ୍ଷାରେ ରହିବେ। ୩୩ ବର୍ଷୀୟ ସୂର୍ଯ୍ୟ ଏଥର ଯଦି ବିଶ୍ବକପ୍‌ ନ ଖେଳିପାରିଲେ ହୁଏତ ଜୀବନରେ ଆଉ ଖେଳିବା ସମ୍ଭବ ହୋଇନପାରେ।

ସଦ୍ୟ ଏସିଆ କପ୍‌ ଜିତିଥିବା ଭାରତ ଆତ୍ମବିଶ୍ବାସରେ ରହିଛି। ଅକ୍ଷର ପଟେଲଙ୍କ ଆହତ ସମସ୍ୟା ଭେଟେରାନ୍ ଆର୍‌ ଅଶ୍ବିନଙ୍କ ପ୍ରତ୍ୟାବର୍ତ୍ତନ ସୁଯୋଗ ଆଣିଛି। ରୋହିତଙ୍କ ଅନୁପସ୍ଥିତିରେ କିନ୍ତୁ ଈଶାନ କିଶନ ଓ ଶୁବମନ ଗିଲ୍‌ଙ୍କୁ ଏକାଠି ଖେଳିବାର ମଧ୍ୟ ଆଉ ଏକ ସୁଯୋଗ ଦେଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ ଆୟର କେତେ ଫାଇଦା ଉଠାଇବେ ମଧ୍ୟ ଦେଖିବାକୁ ପଡ଼ିବ। ବୋଲିଂରେ କିନ୍ତୁ କାର୍ଯ୍ୟଭାର ସମ୍ଭାଳିବାକୁ ପଡ଼ିବ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମିଙ୍କୁ। ୫ ଦିନ ଭିତରେ ୩ଟି ୫୦ ଓଭରିଆ ମ୍ୟାଚ୍‌ ସହ ଭ୍ରମଣ ସୂଚୀ ମଧ୍ୟ ଏମାନଙ୍କୁ ଫୁରସତ ଦେବ ନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଶେଷ ୩ ମ୍ୟାଚ୍‌ରେ ପରାଜୟ ସହିତ ଅଷ୍ଟ୍ରେଲିଆ ୨-୩ରେ ଶୃଙ୍ଖଳା ହାରି ଭାରତ ଆସିଛି। କିନ୍ତୁ ଆହତ ତାଲିକାରୁ ଫିଟ୍‌ ହୋଇ ‌ଫେରିଥିବା ଷ୍ଟିଭେନ୍ ସ୍ମିଥ୍‌ ଓ ମାର୍ନସ ଲବୁସାନ୍‌ ନିଶ୍ଚୟ ଦଳର ମନୋବଳ ବଢ଼ାଇଛନ୍ତି। ଟ୍ରାଭିସ୍ ହେଡ୍‌ ମଧ୍ୟ ଦଳରେ ନାହାନ୍ତି। ଷ୍ଟିଭେନ୍ ସ୍ମିଥ୍‌ ଶୁକ୍ରବାର ୬୧ ରନ୍ କରିପାରିଲେ ଦିନିକିଆରେ ୫୦୦୦ ରନ୍‌ କ୍ଲବରେ ସାମିଲ ହୋଇପାରିବେ।

ପିଚ୍‌: ବିଗତ ୪ ବର୍ଷ ହେବ ମୋହାଲିରେ ଦିନିକିଆ ମ୍ୟାଚ୍‌ ଖେଳାଯାଇନାହିଁ। ଭାରତରେ କ୍ରିକେଟ୍‌ ଋତୁ ଆରମ୍ଭ ହୋଇନଥିବାରୁ ମୋହାଲି ପିଚ୍‌ ବିଶେଷ ଖରାପ ହୋଇନଥିବ। କିନ୍ତୁ ଚଳିତ ବର୍ଷ ଆଇପିଏଲ୍ ବେଳେ ଏଠାରେ ପ୍ରଚୁର ରନ୍ ହେଉଥିଲା। ଶୁକ୍ରବାର ପାଇଁ ମଧ୍ୟ ପାଗ ଗରମ ଓ ଶୁଷ୍କ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଶେଷ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ୨୦୧୯ରେ ଏଠାରେ ଖେଳିଥିବା ବେଳେ ପିଟର୍ ହ୍ୟାଣ୍ଡସ୍କମ୍ବ, ଉସମାନ ଖୱାଜା, ଆଷ୍ଟନ୍ ଟର୍ଣ୍ଣରଙ୍କ ବଳରେ ଭ୍ରମଣକାରୀ ଦଳ ୩୫୯ ରନ୍‌କୁ ପଶ୍ଚାତଧାବନ କରି ରେକର୍ଡ ପ୍ରତିଷ୍ଠା କରିଥିଲା।

ଭାରତ ସମ୍ଭାବ୍ୟ ଏକାଦଶ: ଈଶାନ କିଶନ, ଶୁବମନ ଗିଲ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍‌ (ଅଧିନାୟକ, ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଆର୍‌ ଅଶ୍ବିନ୍‌, ମହମ୍ମଦ ସାମି, ମହମ୍ମଦ ସିରାଜ/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍‌, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କାମେରନ୍ ଗ୍ରିନ୍‌, ମାର୍କସ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର୍‌ ଜନ୍‌ସନ୍‌/ତନଭୀର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍‌।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button