ଓଡିଶା

ଶକ୍ତିର ଉତ୍ସ ନାରୀକୁ ସଶକ୍ତିକରଣ ଆବଶ୍ୟକତା; ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର,୦୮/୦୩: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ସମାଜରେ ନାରୀର ଭୂମିକା, ସଂଘର୍ଷକୁ ପ୍ରତିପାଦନ କରିବା ପାଇଁ ଏହା ଏକ ପ୍ରତୀକାତ୍ମକ ଦିବସ । ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସର ଥିମ ରହିଛି ‘ପ୍ରେସ ଫର୍ ପ୍ରୋଗ୍ରେସ’ । ଏହାର ଅର୍ଥ ପ୍ରଗତି ପାଇଁ ଜୋର ଲଗାଅ । ଅଧା ଜନସଂଖ୍ୟା ହେଉ ଅବା ପୂରା ଜନସଂଖ୍ୟାର ଜନନୀ କିନ୍ତୁ ଆଜି ନାରୀ କେବଳ କ’ଣ ଗୋଟିଏ ଦିବସ ଏବଂ କିଛି ପ୍ରସଙ୍ଗର ଅନ୍ତର୍ଭୁକ୍ତ । ଖାକିର ଅନୁଶାସନ ଠାରୁ ଆରମ୍ଭ କରି ଦେଶର ଶାସନ ପର୍ଯ୍ୟନ୍ତ, ଜ୍ଞାନ, ଲେଖନୀ, ଖେଳ, ଅର୍ଥଶାସ୍ତ୍ର ସବୁଥିରେ ପରିପୂର୍ଣ୍ଣ ନାରୀ ଆଜି ନିଜର ହକ୍ ପାଇଁ ଲଢ଼େଇ କରୁଛି । ଖୋଦ ଶକ୍ତିର ଉତ୍ସ ନାରୀ ପାଇଁ ଆଜି ସଶକ୍ତିକରଣର ଆବଶ୍ୟକତା ରହିଛି । ନାରୀଙ୍କୁ ସମ୍ମାନ ଜଣାଇ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୂଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକାରେ ନିର୍ମିତ ଏହି ପ୍ରତିକୃତିକୁ ଦେଖିବା ପାଇଁ ଦେଖଣାହାରୀଙ୍କ ମଧ୍ୟରେ ଢ଼େର ଆଗ୍ରହ ପ୍ରକାଶ ପାଇଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button