ଓଡିଶା

ଆଇଜର୍‌ର ସ୍ଥାୟୀ କ୍ୟାମ୍ପସ୍‌ ହଷ୍ଟେଲ୍‌ରେ ଜୀବନ ହାରିଲେ ଛାତ୍ର – bajravana

[ad_1]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଲାଉଡ଼ି ଗାଁରେ ଥିବା ଆଇଜର୍‌ର ସ୍ଥାୟୀ କ୍ୟାମ୍ପସ୍‌ ହଷ୍ଟେଲ୍‌ରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାମ ସମୟସତ୍ୟ ମକର ମୁର୍ମୁ(୧୮)। ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏଥିନେଇ ଅଧିକ ତଦନ୍ତ ଚାଲିଥିବା ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ବାଲେଶ୍ବର ଚାନ୍ଦିପୁର ଡିଫେନ୍ସ କଲୋନିର ବାଜୁନ୍‌ ମୁର୍ମୁଙ୍କ ପୁଅ ସମୟସତ୍ୟ ୨୦୨୩-୨୪ ଶିକ୍ଷା ବର୍ଷରେ ଆଇଜର୍‌ରେ ନାମ‌ ଲେଖାଇଥିଲେ। ପ୍ରଥମ ବର୍ଷର ଛାତ୍ର ସମୟସତ୍ୟ ଗତ ପ୍ରାୟ ୨୫ଦିନ ହେଲା ଆଇଜର୍‌ ଶିକ୍ଷାନୁଷ୍ଠାନକୁ ଆସିଥିଲେ। ସେ ଲାଉଡ଼ି ଗାଁ ସ୍ଥିତ ସ୍ଥାୟୀ କ୍ୟାମ୍ପସ୍‌ର ୧ନମ୍ବର ପୁରୁଷ ହଷ୍ଟେଲ୍‌ରେ ରହୁଥିଲେ। ସମୟସତ୍ୟଙ୍କ ସହିତ ଆଉ ଜଣେ ସହପାଠୀ ରହୁଥିଲେ। ଆଜି ସକାଳେ ତାଙ୍କର ସହପାଠୀ କ୍ଲାସ୍‌କୁ ଯାଇଥିଲେ। ଦିନ ପ୍ରାୟ ୧୧ଟା ବେଳେ ସଫେଇ କର୍ମଚାରୀ ହଷ୍ଟେଲ୍‌ ରୁମ୍‌ ସଫା କରିବା ପାଇଁ ଆସିଥିଲେ। ଏହି ସମୟରେ କର୍ମଚାରୀ ଜଣକ ସମୟସତ୍ୟଙ୍କ ରୁମ୍‌ କାବଟ ଖୋଲିବାରୁ ଫ୍ୟାନ୍‌ରେ ତାଙ୍କର ଶରୀର ଝୁଲୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ତୁରନ୍ତ ହଷ୍ଟେଲ୍‌ ପରିଚାଳକ ଓ ଅନ୍ୟମାନଙ୍କୁ ଖବର କରିଥିଲେ। ସମୟସତ୍ୟଙ୍କ ମୃତଦେହ ଏକ ଗାମୁଛାରେ ବନ୍ଧା ହୋଇଥିଲା। ତାଙ୍କୁ ଓହ୍ଲାଇ ତୁରନ୍ତ ବଡ଼ଡାକ୍ତରଖାନା ନିଆ ଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସମୟସତ୍ୟଙ୍କ ପରିବାରବର୍ଗ ବାଲେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଆସୁଛନ୍ତି। ମୃତଦେହ ବଡ଼ଡାକ୍ତରଖାନା ଶବଗୃହରେ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ଆତ୍ମହତ୍ୟାର କାରଣ ଅବ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ରୁମ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇ ନଥିବା ଥାନା ଅଧିକାରୀ କହିଛନ୍ତି। କ୍ୟାମ୍ପସ୍‌କୁ ଆସିବାର ମାତ୍ର ୨୫ଦିନ ପରେ ଜଣେ ଛାତ୍ର କାହିଁକି ହଠାତ୍‌ ଆତ୍ମହତ୍ୟା କରିବ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button