ସୀମାନ୍ତରେ ଯବାନ-ନକ୍ସଲ ଗୁଳିବିନିମୟ; ନକ୍ସଲ ନେତା ଚମରା ନିହତ – bajravana
[ad_1]
ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା କୋହ୍ଳାଣ ଜଙ୍ଗଲରେ ବଢ଼ି ଚାଲିଛି ନକ୍ସଲ ହିଂସା। କମ୍ବିଂ ଅପରେସନ୍ ବେଳେ ଉଭୟ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନମାନଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚମରା ଦା’ର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚମରାର ଶବକୁ ନକ୍ସଲମାନେ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କେବଳ ଚମରା ନୁହେଁ ଗୁଳିବିନିମୟରେ କିଛି ନକ୍ସଲ ମଧ୍ୟ ଗୁରୁତର ହୋଇଥିବା ପୁଲିସ କହିଛି। ମିଳିଥିବା ସୂଚନା ମୁତାବକ ନକ୍ସଲମାନେ କୋହ୍ଲାଣ ଜଙ୍ଗଲରେ ୧୯ତମ ସ୍ଥାପନା ଦିବସ ପାଳନ କରୁଥିଲେ। ଶହ ଶହ ସଂଖ୍ୟାରେ ନକ୍ସଲମାନେ ଉପସ୍ଥିତ ଥିଲେ। ସୂଚନା ପାଇ ସିଆର୍ପିଏଫ୍ ଯବାନ ଓ ସ୍ଥାନୀୟ ପୁଲିସ ମିଳିତ ବେ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ନକ୍ସଲମାନେ ସେଠାରୁ ଖସିଯିବାକୁ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପାଲଟା ଯବାନରେ ପୁଲିସ ଓ ସିଆର୍ପିଏଫ୍ ଯବାନ ମଧ୍ୟ ଗୁଳି ଚଳାଇଥିଲେ। ପ୍ରାୟ ଅଧ ଘଣ୍ଟାଏ ଧରି ଉଭୟ ପଟୁ ଗୁଳି ଚାଳନା କରାଯାଇଥିଲା। ଯବାନମାନଙ୍କ ଗୁଳିରେ ଚମରା ଦା’ ନିହତ ହୋଇଥିଲେ। ଗୁଳି ବିନିମୟରେ ସମସ୍ତ ଯବାନ ଓ ପୁଲିସ ସୁରକ୍ଷିତ ଅଛନ୍ତି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ତିନି ମାସ ମଧ୍ୟରେ କୋହ୍ଲାଣ ଜଙ୍ଗଲରେ ନକ୍ସଲଙ୍କ ଗୁଳିରେ ତିନି ଯବାନ ସହିଦ ହୋଇଛନ୍ତି। ସିଆର୍ପିଏଫ୍ କ୍ୟାମ୍ପକୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇଥିବା ଟ୍ରାକ୍ଟରକୁ ବିସ୍ଫୋରଣରେ ଉଡାଇଦେଇଥିଲେ। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।
[ad_2]