ଓଡିଶା

ଜଳେଶ୍ୱରରେ ପୁଣି ମାତିଲା ଦନ୍ତା: ଜଣକୁ ମାରିଲା, ୨ ଗୁରୁତର – bajravana

[ad_1]

ଜଳେଶ୍ୱର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଝାଡ଼ଖଣ୍ଡ ପଟୁ ଆସିଥିବା ଏହି ଦନ୍ତାହାତୀଟି ଆଜିକୁ ବହୁଦିନ ହେଲା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଓ ବେତନଟୀ ଅଞ୍ଚଳରେ ଉତ୍ପାତ କରୁଛି। ଗତକାଲି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ରେଞ୍ଜକୁ ଉକ୍ତ ଦନ୍ତା ପଶି ଆସିଥିବା ନେଇ ଗାଁଅମର୍ଦ୍ଦା ଫରେଷ୍ଟ ବିଟ୍‌ର ବନ କର୍ମଚାରୀମାନେ ଜଳେଶ୍ୱର ରେଞ୍ଜ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ହାତୀ ଉପରେ ବନ ବିଭାଗର ସ୍କ୍ବାଡ୍‌ ନଜର ରଖିଥିଲେ ମଧ୍ୟ ରାତିରେ ଘନ କୁହୁଡି ଯୋଗୁଁ ହାତୀ ଉପରେ ଦୃଷ୍ଟି ରଖିବା ଆଉ ସମ୍ଭବ ହୋଇନଥିଲା। ଜଳେଶ୍ୱର ବ୍ଲକ୍‌ ସୁବର୍ଣ୍ଣରେଖା ନଦୀକୂଳ ଶିଖରପୁର ଇଟାଭାଟି ଯାଏ ଆସି ପୁଣି ମୟୂରଭଞ୍ଜର କଳମା ଆଡ଼କୁ ଫେରି ଯାଇଥିଲା। ତେବେ ଫେରିବା ବାଟରେ ହାତୀଟି କଳମା ପଞ୍ଚାୟତ ଖୁଣ୍ଟା ଗ୍ରାମର ଦେବେନ୍ଦ୍ର ଗିରିଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଳେଶ୍ୱର ରେଞ୍ଜର ଜୟଶ୍ରୀ ମୁର୍ମୁ, ବାଲେଶ୍ବର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ବିନୀ କୁମାର ଦାସ, ବନପାଳ ପ୍ରହ୍ଲାଦ ନାୟକ, ମୀନାରାଣୀ ବେହେରା, ବନରକ୍ଷୀ ରଞ୍ଜିତା ବିଶ୍ବାଳ ପ୍ରମୁଖ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ଡିଏଫ୍‌ଓ ଖୁସବନ୍ତ ସିଂହଙ୍କୁ ଅବଗତ କରିଥିଲେ।

ସେହିପରି କଳମା ପଞ୍ଚାୟତ କୁଚବଣିଆ ଗାଁସ୍ଥିତ ଜ୍ବାଇଁ ଘରକୁ ଆସିଥିବା ରାସଗୋବିନ୍ଦପୁର ଥାନା ପଥରଖୋଳ ଗ୍ରାମର ଗୁରୁବାରି ଟୁଡୁ (୭୦) ଓ ଆଶାବନ୍ଧ ଗ୍ରାମର ସିଦ ହେମ୍ବ୍ରମ (୬୫)ଙ୍କୁ ମଧ୍ୟ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା ଦନ୍ତା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତାହତ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ ସହ ହାତୀ ସମସ୍ୟାର ସମାଧାନ ପାଇଁ ବିଜେପି ନେତା ଧ୍ରୁବଚରଣ ନାୟକ ଓ ଆମ୍ବେଦକର ସମତା ମଞ୍ଚର ଆବାହକ ଅ​ଶୋକ ଜେନା ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button