ଅପରାଧ

‘ମୋ ଫଟୋ ରଖି ଲୋକେ କରୁଛନ୍ତି ଗୁଣିଗାରେଡି’: ବିଜେପି ବିଧାୟକ – bajravana

[ad_1]

ନୂଆଦିଲ୍ଲୀ: ଗୁଣିଗାରେଡିକୁ ନେଇ ବିଜେପି ବିଧାୟକ ଲୋକେନ୍ଦ୍ର ପ୍ରତାପ ସିଂ ଚିନ୍ତ‌ାରେ ପଡ଼ିଯାଇଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ‌ଏନେଇ ନିଜେ ବିଧାୟକ ତାଙ୍କ ମନର କଥା କହିବା ସହିତ ସାମାଜିକ ଗଣମାଧ୍ୟମ‌ରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଏହି ପୋଷ୍ଟରେ ଦେଖିବାକୁ ମିଳୁଛି ଏକ ଢ଼ାଲାରେ ଲାଲ ରଙ୍ଗର କପଡ଼ା ବିଛା ଯାଇ ଏଥିରେ ବିଧାୟକଙ୍କ ଫଟୋ  ରଖାଯାଇଛି। ଢ଼ାଲା ନିକଟରେ ସିନ୍ଦୂରର ଏକ ଛୋଟ ଡବ୍ବା, ହଳଦିଆ ଓ ଧୂସର ରଙ୍ଗର କାଠି ଭର୍ତ୍ତି ଏକ ବୋତଲ ରଖାଯାଇଛି।

ଉତ୍ତରପ୍ରଦେଶର ମହମ୍ମଦୀର ବିଜେପି ବିଧାୟକ ଲୋକେନ୍ଦ୍ର ପ୍ରତାପ ସିଂ ଦାବି କରିଛନ୍ତି, ଯେ ମୋତେ ଗୁଣିଗା‌ରେଡି କରିବା ପାଇଁ କିଛି ଲୋକ ଟାର୍ଗେଟ କରୁଛନ୍ତି। ଏଥିପାଇଁ ଢ଼ାଲାରେ ମୋ ଫଟୋ ରଖି ଗୁଣିଗାରେଡି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମୁଁ ଏସବୁକୁ ବିଶ୍ବାସ କରେ ନାହିଁ। ଭୟ କରେ ନାହିଁ। କାରଣ ମୋ ପାଖରେ ଭଗବାନ ଶିବଙ୍କ ଆର୍ଶୀବାଦ ଅଛି। ତେଣୁ ମୋତେ ଚିନ୍ତା ହେଉଛି ଯେଉଁମାନେ ଏଭଳି କାମ କରୁଛନ୍ତି କାହିଁକି କରୁଛନ୍ତି। ଦୟାକରି ଏମିତି ଯେଉଁମାନେ କରୁଛନ୍ତି ନିବୃତ୍ତ ହୋଇଯାଆନ୍ତୁ। କାରଣ ଏହାଦ୍ବାରା ଅଯଥାରେ ଆପଣଙ୍କ ସମୟ ନଷ୍ଟ ହେଉଛି।

ମୋତେ ବିଶ୍ବାସ ହେଉ ନାହିଁ। ଆମେ ଯାଇ ଜହ୍ନରେ ପହଞ୍ଚି ସାରିଲୁଣି। ଏଭଳି ସମୟରେ ଏବେ ବି ଲୋକେ ଏସବୁକୁ ବିଶ୍ବାସ କରୁଛନ୍ତି। ଏଭଳି ବିକୃତମାନସିକରୁ ଲୋକେ କେବେ ଓହରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button