ସୋରଡ଼ା ନିର୍ବାଚନମଣ୍ଡଳୀ: ଗଡ଼ ଫେରିପାଇବାକୁ କଂଗ୍ରେସର ସଂଘର୍ଷ – bajravana
[ad_1]
ବିଶ୍ବମ୍ବର ଜେନା
ଭଞ୍ଜନଗର : ଦିନ ଥିଲା ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏଠାରୁ ବିଜୁ ପଟ୍ଟନାୟକ ୧୯୫୭ ମସିହାରେ କଂଗ୍ରେସରୁ ଲଢ଼ି ବିଜୟ ହାସଲ କରିଥିଲେ। ଏହାପରଠୁ କଂଗ୍ରେସ ଏଠାରୁ ଅଧିକ ନେତୃତ୍ବ ସୃଷ୍ଟି କରିବାରେ ସଫଳ ହୋଇଥିଲା। ୧୯୬୧ ମସିହାରେ ଅର୍ଜୁନ ନାୟକ, ୧୯୭୪ରେ ଶରତ ଚନ୍ଦ୍ର ପଣ୍ଡା, ୧୯୮୦ରେ ଗାୟତ୍ରୀ ସ୍ବାଇଁ (କଂଗ୍ରେସ-ଆଇ), ୧୯୮୫ରେ ଶରତ ଚନ୍ଦ୍ର ପଣ୍ଡା ଓ ୨୦୦୦ରେ ଉଷାରାଣୀ ପଣ୍ଡା କଂଗ୍ରେସରୁ ବିଜୟୀ ହୋଇଥିଲେ। ଅନନ୍ତନାରାୟଣ ସିଂହଦେଓ ୧୯୬୭ ଓ ୧୯୭୧ ମସିହାରେ ସ୍ବତନ୍ତ୍ର ଦଳର ପ୍ରାର୍ଥୀ ଭାବେ ଏବଂ ୧୯୭୭ରେ ଜନତା ପାର୍ଟି ପ୍ରାର୍ଥୀ ଓ ୧୯୯୫ରେ ବିଜେପି ପ୍ରାର୍ଥୀ ଭାବେ ୪ ଥର ବିଜୟୀ ହୋଇଥିଲେ। ୨୦୦୦ ମସିହା ପରଠୁ କଂଗ୍ରେସ ସତ୍ତା ଫେରିପାଇବା ଲାଗି ସଂଘର୍ଷ କରିଆସୁଛି। ୨୦୦୦ରେ ଉଷାରାଣୀ ପଣ୍ଡା କଂଗ୍ରେସରୁ ଶେଷ ପ୍ରାର୍ଥିନୀ ଭାବେ ଏଠାରୁ ବିଜୟ ହାସଲ କରିଥିଲେ। ୨୦୦୪ ମସିହାରେ ବିଜେପିରୁ କିଶୋର ଚନ୍ଦ୍ର ସିଂହଦେଓ ବିଜୟୀ ହେବା ପରେ ବିଜେଡିର ଅପରାଜେୟ ଦୁର୍ଗ ହୋଇଛି। ୨୦୦୯ରେ ସୀମା ପୁର୍ନଗଠନ ପରେ ବେଲଗୁଣ୍ଠା ବ୍ଲକ୍ ଓ ଏନ୍ଏସି ଏବଂ ସୋରଡ଼ା ବ୍ଲକ୍ ଓ ଏନ୍ଏସିକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ୨୦୦୯ରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ନିଜ ବିଜୟଧାରାକୁ ଅବ୍ୟାହତ ରଖିଛନ୍ତି। ୨୦୨୪ପାଇଁ ବି ରଣକୌଶଳ ପ୍ରସ୍ତୁତ ହୋଇସାରିଛି।
ରେକର୍ଡ ବଜାୟ ଲକ୍ଷ୍ୟରେ ବିଜେଡି, ଚେକ୍ ଦେବାକୁ ବିଜେପିର ରଣକୌଶଳ
ଶ୍ରୀ ସ୍ବାଇଁଙ୍କୁ ଦଳ ପୁଣି ପ୍ରାର୍ଥୀ କରିବ କି ନାହିଁ, ନା ଦଳ ମହିଳା କାର୍ଡ଼ ଖେଳି ତାଙ୍କ ପତ୍ନୀଙ୍କୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରିବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଉ କିଛି ଆଶାୟୀ ଅଛନ୍ତି। ବିଜେପି ବି ଟାଣୁଆ ପ୍ରାର୍ଥୀ ଖୋଜୁଛି। ନୀଳମଣି ବିଷୋୟୀଙ୍କୁ ବିଜେପି ପୁଣି ଥରେ ସୁଯୋଗ ଦେବାର ସମ୍ଭାବନା ରହିଛି। କଂଗ୍ରେସରୁ ଆଶାୟୀ ରହିଛନ୍ତି। ପୂର୍ବ ଚିତ୍ରକୁ ଆକଳନ କଲେ, ସୋରଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଧରାକୋଟ ବ୍ଲକ୍ ରହିଥିବା ବେଳେ ବହୁଥର ବିଧାୟକ ପଦବି ରାଜପରିବାରଙ୍କ ହାତକୁ ଯାଇଛି। ୨୦୦୯ ମସିହାରେ ସୀମା ନିର୍ଦ୍ଧାରଣ ପରେ ଧରାକୋଟ ବ୍ଲକ୍ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀକୁ ଚାଲିଯାଇଛି। ୨୦୦୯ରେ କଂଗ୍ରେସରୁ ଟିକେଟ୍ ନପାଇ ନୀଳମଣି ବିଷୋୟୀ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ କଡ଼ା ଟକ୍କର୍ ଦେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ସୟଦ ମୁବାରକ ତୃତୀୟ ସ୍ଥାନରେ ଥିଲେ। ୨୦୧୪ରେ ନୀଳମଣିଙ୍କ ଭାଇ ବସନ୍ତ ବିଷୋୟୀ କଂଗ୍ରେସରୁ ଟିକେଟ୍ ପାଇ ନିର୍ବାଚନ ଲଢ଼ିଥିଲେ।
[ad_2]