ମନୋରଞ୍ଜନ

ମା’ ହେଲେ ‘ହ୍ୟାରି ପୋଟର୍’ ଅଭିନେତ୍ରୀ; ନବଜାତର ସେୟାର କଲେ ଫଟୋ – bajravana

[ad_1]

ନୂଆଦିଲ୍ଲୀ: ସାରା ବିଶ୍ୱରେ ‘ହ୍ୟାରି ପୋଟର୍’ର ପ୍ରଶଂସକ ରହିଛନ୍ତି। ‘ହ୍ୟାରି ପୋଟର’ ଏକ ଏଭଳି ଲୋକପ୍ରିୟ ବହି, ଯାହାର ପ୍ରଶଂସକ ପ୍ରତି ବୟସର ଲୋକ ରହିଛନ୍ତି।   ଏହି ସିରିଜ୍‌ରେ ଯାଦୁ, ପ୍ରେମ, ପ୍ରତାରଣା ଏବଂ ବନ୍ଧୁତ୍ୱର କାହାଣୀ ପ୍ରଦର୍ଶିତ ହୋଇଥିଲା। ଯାହାକି ସବୁ ବୟସର ଲୋକଙ୍କୁ ଆକର୍ଷିତ କରିଥିଲା।

ତେବେ ଏହି ସିରିଜ‌ରେ ବିଜ୍ଜଲି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବୋନି ରାଇଟ ମା’ ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା କଥା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଅଭିନେତ୍ରୀ ସେୟାର କରିଥିବା ଫଟୋରେ ନବଜାତ ଶିଶୁକୁ ଏକ ମାଟିଆ ରଙ୍ଗର କମ୍ବଳ ଘୋଡାଇ ହୋଇ ଶୋଇଥିବା ଦେଖିବାକୁ ମିଳୁଛି।

‘ହ୍ୟାରି ପୋଟର’ ଅଭିନେତ୍ରୀ ଏହି ଖୁସିଖବର ଦେଇଥିବା ବେଳେ ଗତକାଲି  ‘ହ୍ୟାରି ପୋଟର’ ସରିଜର ପ୍ରସିଦ୍ଧ ଅଭିନେତା ମାଇକେଲ ଗାମ୍ବୋନ୍‌ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଥିବାର ଦୁଃଖଦ ଖବର ମିଳିଥିଲା। ସେ  ହ୍ୟାରି ପୋଟର ସିରିଜର ୮ଟି ଫିଲ୍ମ ମଧ୍ୟରୁ ୬ଟି‌ରେ ହଗୱାର୍ଡସ୍ ହେଡମାଷ୍ଟର ଆଲବସ୍‌ ଡମ୍ବଲଡୋର ଭୂମିକାରେ ଅଭିନୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିଲେ। ବି‌‌ଶେ‌ଷ କରି ସେ ସାରାପୃଥିବୀର କିଶୋର ଦର୍ଶକଙ୍କ ଭିତରେ ବେଶ୍ ଲୋକପ୍ରିୟ ଥିଲେ।

ପ୍ରକାଶିତ ରି‌ପୋର୍ଟ ମୁତାବକ, ହ୍ୟାରି ପୋଟର୍ ପ୍ରତି ଲୋକଙ୍କ ଭଲ ପାଇବା ଦେଖି ନିର୍ମାତା ଖୁବ୍ ଶୀଘ୍ର ‘ଓଟିଟି ପ୍ଲାଟଫର୍ମ ‘ଏଚବିଓ ମାକ୍ସ’ ରେ ଏହାକୁ ଆଣିବାକୁ ଯୋଜନା କରୁଛନ୍ତି। ମ୍ୟାକ୍ସରେ ଏହି ଟିଭି ସିରିଜ୍ ବିଷୟରେ ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button