ମନୋରଞ୍ଜନ

ବୀରଙ୍କୁ ଶୁଭେଚ୍ଛା ଦେବାକୁ ଯାଇ ଭୁଲ ଇଂରାଜୀ ଲେଖିଦେଲେ ପ୍ରିୟଙ୍କା, ଟ୍ରୋଲ କଲେ ଲୋକେ – bajravana

[ad_1]

ମୁମ୍ବାଇ: ଭାରତର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍ ତଥା ବଲିଉଡ୍‌ ଅଭିନେତା ବୀର ଦାସ ଏ ବର୍ଷର ଆନ୍ତର୍ଜାତିକ ଏମି ପୁରସ୍କାରର ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ପୁରସ୍କାର ଜିଣି ଇତିହାସ ରଚିଛନ୍ତି। ନେଟ୍‌ଫ୍ଲିକ୍‌ସରେ ମୁକ୍ତିଲାଭ କରିଥିବା ‘ବୀର ଦାସ: ଲ୍ୟାଣ୍ଡିଙ୍ଗ୍‌’ ନାମକ ଷ୍ଟାଣ୍ଡ୍‌ଅପ୍‌ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ‘ଡେରି ଗାର୍ଲସ୍‌- ସିଜନ ୩’ ଧାରାବାହିକ ସହିତ ସେ ଏହି ପୁରସ୍କାର ଯୁଗ୍ମ ଭାବେ ଜିଣିଛନ୍ତି। ଏଥି ସହିତ ବୀର ଭାରତର ପ୍ରଥମ କମେଡିଆନ୍‌ ଭାବେ ଏମି ପୁରସ୍କାର ଜିଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୨୧ ମସିହାର ଆନ୍ତର୍ଜାତିକ ଏମି ପୁରସ୍କାରର ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ଦୌଡ଼ରେ ବୀରଙ୍କ ‘ବୀର ଦାସ: ଫର୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରଥମ ଥର ସାମିଲ ହୋଇଥିଲା କିନ୍ତୁ ସେ ପୁରସ୍କାର ଜିଣି ନ ଥିଲେ।

ତେବେ ଏ‌ତେ ବଡ଼ ସଫଳତା ପରେ ବିଭିନ୍ନ କଳାକାର ବୀରଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଲୋକପ୍ରିୟ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଶୁଭେଚ୍ଛା ଜଣାଇ ପ୍ରିୟଙ୍କା ଯେଉଁ ଚିଠି ତାଙ୍କୁ ପଠାଇଥିଲେ, ଏଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଚିଠିରେ ଭୁଲ ଇଂରାଜୀ ଲେଖି ଟ୍ରୋଲ ହୋଇଛନ୍ତି ପ୍ରିୟଙ୍କା।

ବୀର ଦାସ୍, ପ୍ରିୟଙ୍କା ପଠାଇଥିବା ଚିଠି ଓ ଫୁଲତୋଡ଼ାର ଫଟୋ ଏକ୍ସରେ ସେୟାର କରିବା ପରେ ଲୋକେ ଅଭିନେତ୍ରୀଙ୍କୁ ଟ୍ରୋଲ କରୁଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ‘ଏ ହିଉଜ୍ କଙ୍ଗ୍ରାଚୁଲେସନ’ ବଦଳରେ ‘ଆନ୍ ହିଉଜ୍ କଙ୍ଗ୍ରାଚୁଲେସନ’ ଲେଖିଛନ୍ତି। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button