ଓଡିଶା

ବିଶ୍ୱ ନଦୀ ଦିବସ: ‘ମହାନଦୀ ଉପରେ ଶ୍ୱେତପତ୍ର ପ୍ରକାଶ କରାଯାଉ’ – bajravana

[ad_1]

ଭୁବନେଶ୍ୱର: ବିଶ୍ୱ ନଦୀ ଦିବସ ଅବସରରେ ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ଭର୍ଚୁଆଲ୍‌ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଦେଶରେ ନଦୀଗୁଡ଼ିକର ମୃତ୍ୟୁ ହେଉଥିବାରୁ ଏଥିରେ ଭାଗ ନେଇଥିବା ବକ୍ତାମା‌ନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଶିଳ୍ପ ଭିତ୍ତିଭୂମି ଓ ବିକାଶ ନାମରେ ନଦୀଗୁଡ଼ିକର ପ୍ରାକୃତିକ ପ୍ରବାହକୁ ରୋକିବା, ନଦୀ ଜଳକୁ ବ୍ୟବସାୟିକ ସ୍ୱାର୍ଥରେ ଲଗାଇବା, ସହରଗୁଡ଼ିକର ଆବର୍ଜନା, ପ୍ଲାଷ୍ଟିକ ଆଦି ସାମଗ୍ରୀ ନଦୀ ଗର୍ଭକୁ ଛଡ଼ା ଯାଉଥିବାରୁ ନଦୀ ଜଳ ମଣିଷ ଓ ଜୀବଜନ୍ତୁଙ୍କ ବ୍ୟବହାର ଯୋଗ୍ୟ ହୋଇପାରୁ ନ ଥିବା ମତପ୍ରକାଶ ପାଇଥିଲା। ଏହି ଅବସରରେ ନଦୀଗୁଡ଼ିକର ସୁରକ୍ଷା, ସଂରକ୍ଷଣ ଓ ପୁନଃଜୀବନ ପାଇଁ ଏକ  ଜାତୀୟ ଅଭିଯାନ ଆରମ୍ଭ ହୋଇଛି, ଯାହାକି ଡିସେମ୍ବର ୧୦ ବିଶ୍ୱ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ଚାଲିବ। ସାରା ଦେଶରେ ସଭା, ସମିତି, ପ୍ରଦର୍ଶନ, ନଦୀକୂଳରେ ପଦଯାତ୍ରା, ଜଳ ଶପଥ ଓ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ ପରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଅଭିଯାନର ଜାତୀୟ ଆବାହକ ସୁଦର୍ଶନ ଛୋଟରାୟ, ଛତିଶଗଡ଼ର ଗଣେଶ କୁସ୍ୱାହା, ପଶ୍ଚିମବଙ୍ଗର ତାପସ ଦାସ, ବିହାରର ସୁମିତ୍‌ ପ୍ରକାଶ, ଝାଡ଼ଖଣ୍ଡର ପ୍ରୀତିରଞ୍ଜନ ଓ ମାସି ଜମା, ‌ତେଲେଙ୍ଗାନାର ସିଏଚ୍‌ ନରେନ୍ଦ୍ର, ଆନ୍ଧ୍ର ପ୍ରଦେଶର ଜି. ରାଣୀ, ଦିଲ୍ଲୀର ଗୋପାଳ ମିଶ୍ର, ମହାରାଷ୍ଟ୍ରର ଅପେକ୍ଷା ବାସୁଦେବ ପ୍ରମୁଖ କହିଛନ୍ତି।

ମହାନଦୀ ଜଳ ବଣ୍ଟନ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲାଗିରହିଥିବା ବିବାଦ ବେଳେ ମହାନଦୀ ଟ୍ରିବୁନାଲରୁ ତୁରନ୍ତ ନ୍ୟାୟ ମିଳିବା ସମ୍ଭାବନା କମ୍‌ ରହିଛି। ଚାଷୀ, ମତ୍ସ୍ୟଜୀବୀ ଓ କାରିଗରଙ୍କ ସ୍ୱାର୍ଥ ଦୁଷ୍ଟିରୁ ମହାନଦୀ ଅବବାହିକାରେ ଜୈବ ବିବିଧତା, ପ୍ରାକୃତିକ ସମ୍ପଦ ସୁରକ୍ଷା, ଜୀବଜନ୍ତୁଙ୍କ ବଂଶ ରକ୍ଷା ପାଇଁ ୫ ବର୍ଷ ମଧ୍ୟରେ ଟ୍ରିବୁନାଲର ପ୍ରାଥମିକ ଅନୁସନ୍ଧାନ ଓ ତଥ୍ୟ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସାରିଥିବାରୁ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ତୁରନ୍ତ ଜାରି କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏଥିସହ ମହାନଦୀର ବର୍ତମାନ ସ୍ଥିତି ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଜିଟି ଆଡଭୋକେଟ୍‌ ଶଙ୍କର ପ୍ରସାଦ ପାଣି, ନାରୀନେତ୍ରୀ ସ୍ନିଗ୍ଧା ପାଣିଗ୍ରାହୀ, ପକ୍ଷୀ ବିଶାରଦ ପ୍ରମୋଦ କୁମାର ଧଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ମହାକୁଡ଼, ସାମାଜିକ କର୍ମୀ ସଚ୍ଚିକାନ୍ତ ପ୍ରଧାନ ଓ ବିପିନ ବାରିକ ପ୍ରମୁଖ ଯୋଗଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button