ମନୋରଞ୍ଜନ

ପୁଣି କମାଲ କଲେ ଶାହରୁଖ, ରିଲିଜ୍ ପୂର୍ବରୁ ୧୫୫କୋଟି ଆୟ କଲା ‘ଡଙ୍କି’ – bajravana

[ad_1]

ମୁମ୍ବାଇ: ଫିଲ୍ମର ରିଲିଜକୁ ଦେଖିଲେ ଜଣାପଡ଼ୁଛି ବଲିଉଡର କିଙ୍ଗ ଖାନ ୨୦୨୩କୁ ନିଜ ନାମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଷ ଆରମ୍ଭରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା। ଏହା ପରେ ଚଳିତ ମାସରେ ଶାହାରୁଖଙ୍କ ଅଭିନୀତ ଫିଲ୍ମ ଯବାନ ରିଲିଜ୍ ହୋଇଛି, ଯାହା ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ରୋଜଗାର କରୁଥିବା ଦେଖାଯାଇଛି। ଆଗକୁ ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ ରିଲିଜ୍ ହେବ। ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରିଲିଜ୍ ହୋଇନଥିଲେ ବି ୧୫୫କୋଟି ଟଙ୍କା ଆୟ କରିଛି। ଫିଲ୍ମର ଓଟିଟି ରାଇଟ୍ସ ବିକ୍ରି ହେବା ପରେ ନିର୍ମାତା ୧୫୫କୋଟି ଟଙ୍କା ଆୟ କରିଥିବା କୁହାଯାଉଛି।

ଏହି ଫିଲ୍ମରେ ପ୍ରଥମ କରି ଶାହରୁଖ, ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ସ୍କ୍ରିନ ସେୟାର କରିବେ। ତେବେ ଶାହାରୁଖ ଖାନଙ୍କ ‘ଡଙ୍କି’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିବା ବେଳେ ଏବେ ଜିଓ ସିନେମା ଏହାର ରାଇଟ୍ସ କିଣିଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଜିଓ ସିନେମା ‘ଡଙ୍କି’ର ଓଟିଟି ରାଇଟ୍ସ  ୧୫୫କୋଟି ଟଙ୍କାରେ କିଣିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମର ଉଭୟ ଡିଜିଟାଲ ଏବଂ ସାଟେଲାଇଟ୍ ରାଇଟ୍ସ  ୨୩୦କୋଟିରେ ବିକ୍ରି ହୋଇଛି। ହେଲେ ଅଧିକାରୀକ ଭାବେ ଏହାର ଘୋଷଣା କରିନାହାନ୍ତି ନିର୍ମାତା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button