ଖେଳ ଖବର

ଅକ୍ଷରଙ୍କ ବ୍ୟାକଅପ୍‌ ଖେଳାଳି କିଏ? ଅଶ୍ବିନ ବନାମ ୱାସିଂଟନ୍‌ – bajravana

[ad_1]

ମୋହାଲି: ବାରମ୍ବାର ଦିନିକିଆ ଦଳରେ ଅଣଦେଖା ହେଉଥିବା ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଡକରା ମିଳିଛି। ଦୁଇଟି ମ୍ୟାଚ୍‌ର ଟ୍ରାଏଲ୍ସରେ ତାଙ୍କୁ ୱାସିଂଟନ୍‌ ସୁନ୍ଦରଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ବିଶ୍ବକପ୍‌କୁ ଆଉ ଦୁଇ ସପ୍ତାହଠୁ କମ୍‌ ଦିନ ସମୟ ଥିଲା ବେଳେ ଅଶ୍ବିନଙ୍କୁ ନେଇ ବିସିସିଆଇ ନୂଆ ଖେଳ ଖେଳିବାକୁ ଯାଉଛି। ବାସ୍ତବିକ୍‌ ଅକ୍ଷର ପଟେଲ୍‌ ଆହତ ଥିବାରୁ ବିଶ୍ବକପ୍‌ ବେଳକୁ ଯଦି ସେ ସୁସ୍ଥ ନହୁଅନ୍ତି, ସେପର୍ଯ୍ୟନ୍ତ ତାଙ୍କର ବ୍ୟାକଅପ୍‌ ଖେଳାଳିଙ୍କୁ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯୋଜନା କରିଛନ୍ତି। ତେଣୁ ମୋହାଲି ଓ ରାଜକୋଟର ମ୍ୟାଚ୍‌ଗୁଡ଼ିକୁ ଅଗରକର ଅତି ନିକଟରୁ ନଜର ରଖିବେ। କିନ୍ତୁ ୱାସିଂଟନ୍‌ ଅଶ୍ବିନଙ୍କ ସମକକ୍ଷ ହୋଇପାରିବେ କି ନାହିଁ ତାହା ବଡ଼ ପ୍ରଶ୍ନ ହୋଇଛି।

ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦଙ୍କ ଅନୁସାରେ ଅଶ୍ବିନଙ୍କ ସ୍ତରରେ ପହଞ୍ଚିବାକୁ ସଂଘର୍ଷ କରୁଥିବା ଜଣେ ବୋଲର କେବେ ବି ତାଙ୍କ ଭଳି ହୋଇପାରିବେନି। ତେଣୁ ଏକ୍ଷେତ୍ରରେ ଅଶ୍ବିନ ଟିକେ ଆଗରେ ରହିବେ। ଏପରିକି ଭାରତୀୟ ‌ଦଳ ‌ଯେବେଠୁ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି, ସେବେଠାରୁ ଅଶ୍ବିନଙ୍କୁ ଦଳରେ ନେବାର ଥିଲା ବୋଲି ସେ କହିଛନ୍ତି। କିନ୍ତୁ ଏବେ ଯଦି ଅଶ୍ବିନ ବିଶ୍ବକପ୍‌ ଖେଳିବାକୁ ଫିଟ୍‌ ନହୁଅନ୍ତି, ତାହେଲେ ତାହେଲେ କିଏ ଖେଳିବାକୁ ଯୋଗ୍ୟ ହେବ ବୋଲି ପ୍ରଶ୍ନରେ ପ୍ରସାଦ କହିଛନ୍ତି, ଏଥିପାଇଁ ଅପେକ୍ଷା କରିବାକୁ ହେବ। ଅଶ୍ବିନ କିମ୍ବା ୱାସିଂଟନ୍‌ ଯଦି ବି ଭଲ ଖେଳନ୍ତି, କିନ୍ତୁ ଅକ୍ଷର ଯଦି ଫିଟ୍‌ ହୋଇଯାଅନ୍ତି, ତାହେଲେ ସେ ହିଁ ବିଶ୍ବକପ୍‌ରେ ଖେଳିବେ। ଏଥିସହ ଅକ୍ଷର ଫିଟ୍‌ ହେଲେ ବି ଅଶ୍ବିନଙ୍କୁ ସାଙ୍ଗରେ ନେବା ଠିକ୍‌ ହେବ ବୋଲି ପ୍ରସାଦ ପ୍ରତିକ୍ରିୟା ଦେଇଛନ୍ତି। ତଥାପି ତାଙ୍କ ମତରେ, ଅଶ୍ବିନ ଓ ୱାସିଂଟନ୍‌ଙ୍କ ମଧ୍ୟରେ ହେଉଥିବା ଏହି ଟ୍ରାଏଲ୍‌ ରୋମାଞ୍ଚକର ହେବାକୁ ଯାଉଛି। ଯଦି ଭାରତୀୟ ଦଳ ବ୍ୟାଟିଂ-ବୋଲିଂ ବିକଳ୍ପ ବାଛିବାକୁ ଚାହିଁବ ତାହେଲେ ୱାସିଂଟନ୍‌ ଏଥିପାଇଁ ଉପଯୁକ୍ତ ହେବେ। ହେଲେ କେବଳ ସ୍ପିନ ବୋଲିଂ ବିକଳ୍ପ ଲୋଡ଼ିଲେ ଅଶ୍ବିନ ଆଗରେ ରହିବେ।

ଅନ୍ୟପକ୍ଷରେ ପୂର୍ବତନ ସ୍ପିନର ହରଭଜନ ସିଂହ ଭିନ୍ନ ମତ ଦେଇଥିଲା ବେଳେ ୱାସିଂଟନ୍‌ଙ୍କୁ ଯେତେ ବେଳେ ଏସିଆ କପ୍‌ ଫାଇନାଲ୍‌ ପାଇଁ କଲମ୍ବୋ ଡକାଯାଇଥିଲା, ସେବେଠୁ ତାଙ୍କୁ ଅକ୍ଷରଙ୍କ ବଦଳ ଖେଳାଳି ଭାବେ ପରିଗଣିତ କରାଯାଉଛି। ୱାସିଂଟନ୍‌ ପାୱାରପ୍ଲେରେ ଭଲ ବୋଲିଂ କରିପାରୁଛନ୍ତି। ଏଥିସହ ସେ ଜଣେ ଦକ୍ଷ କ୍ଷେତ୍ରରକ୍ଷକ ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯେ, ସେ ବାମହାତୀ ବ୍ୟାଟର। ତେଣୁ ୱାସିଂଟନ୍‌ ଜଣେ ପରିପୂର୍ଣ୍ଣ ଖେଳାଳି ବୋଲି ହରଭଜନ କହିଛନ୍ତି। ଅନ୍ୟଜଣେ ଚୟନକର୍ତ୍ତାଙ୍କ ମତରେ ଅକ୍ଷରଙ୍କ ହାର୍ମଷ୍ଟ୍ରିଙ୍ଗ ଆଘାତ ଭାରତୀୟ ଦଳ ପାଇଁ ବରଦାନ ହେବାକୁ ଯାଉଛି। ଅକ୍ଷରଙ୍କ ବ୍ୟାଟିଂକୁ ନେଇ ସେ ପ୍ରଶ୍ନ ଉଠାଇ ନଥିଲେ ବି ବୋଲିଂରେ ତାଙ୍କ ବଲ୍‌କୁ ଯେତିକି ଟର୍ଣ୍ଣ ମିଳିବା କଥା ତାହା ଦେଖିବାକୁ ମିଳୁନି ବୋଲି ନିଜ ନାମ ପ୍ରକାଶ ନ କରିବାକୁ କହି ପ୍ରତିକ୍ରିୟା ରଖିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button