ଖେଳ ଖବର

ଟିମ୍‌ ଇଣ୍ଡିଆରେ ଶିବମ ମାଭିଙ୍କ ସ୍ଥାନରେ ‌ଖେଳିବେ ଆକାଶ ଦୀପ – bajravana

[ad_1]

ନୂଆଦିଲ୍ଲୀ: ଏସିଆନ୍‌‌ ଗେମ୍ସ-୨୦୨୩ରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିିସିଆଇ) ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ କିରିଛି। ଉଭୟ ପୁରୁଷ ଓ ମହିଳା ଟିମ୍‌ ପାଇଁ ପରିବର୍ତ୍ତନ ଘୋଷଣା କରିଛି ବୋର୍ଡ। ଏସିଆନ୍‌ ଗେମ୍ସରେ ଆରମ୍ଭରୁ ଟିମ୍‌ ଇଣ୍ଡିଆରେ ସାମିଲ୍‌ ଥିବା କ୍ରିକେଟର୍‌ ଶିବମ ମାଭିଙ୍କ ପିଠିରେ ଆଘାତ ଲାଗିବା ପରେ ଏବେ ଦଳରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳିବେ ବୋଲି ଜଣାପଡ଼ିଛି। ଶିବମଙ୍କ ସ୍ଥାନରେ ପୁରୁଷ ଟିମରେ ୨୬ ବର୍ଷୀୟ ଆକାଶ ଦୀପ ସାମିଲ୍ ହୋଇଛନ୍ତି।

ସେହିପରି ମହିଳା ଟିମ୍‌ରେ ଅଞ୍ଜଳି ସରବାନିଙ୍କ ସ୍ଥାନରେ ପ୍ରବେଶ କରିଛନ୍ତି ପୂଜା ବସ୍ତ୍ରାକର। ଆଣ୍ଠୁରେ ଆଘତ ଲାଗିବା ପରେ ଅଞ୍ଜଳି ଟିମ୍‌ରୁ ବାଦ୍‌ ପଡ଼ିବାରୁ ତାଙ୍କ ସ୍ଥାନରେ ଖେଳିବେ ପୂଜା। ଶିବମ ମାଭି ଭାରତ ପାଇଁ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି। ସେହିପରି ପଶ୍ଚିମବଙ୍ଗର ଘରୋଇ କ୍ରିକେଟ୍‌ ଖେଳୁଥିବା ଆକଶ ଦୀପ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି।

ଦୀର୍ଘ ୫ ବର୍ଷ ହେବ ଭାରତୀୟ କ୍ରିକେଟ୍‌ ଦଳ କୌଣସି ବହୁ ରାଷ୍ଟ୍ରୀୟ ଟ୍ରଫି ବିଜେତା ହୋଇପାରିନି। ଶେଷ ଥର ପାଇଁ ଭାରତ ୨୦୧୮ରେ ଏସିଆ କପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଜିତିଥିଲା। ବିଗତ ୫ ବର୍ଷ ଭିତରେ ୨୦୧୯ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲ୍, ୨୦୧୯ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ (ବନାମ ନ୍ୟୁଜିଲାଣ୍ଡ୍‌), ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌, ୨୦୨୩ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ (ବନାମ ଅଷ୍ଟ୍ରେଲିଆ)ରେ ଅଟକି ଭାରତ ଟ୍ରଫି ହାତେଇବାର ସୌଭାଗ୍ୟରୁ ବଞ୍ଚିତ ରହିଛି। ଏହି ବ୍ୟର୍ଥତାଭରା ଧାରାକୁ ଭାଙ୍ଗିବା ପାଇଁ ଭାରତ ସମ୍ମୁଖରେ ସୁଯୋଗ ରହିବ ଆଜି। ଏସିଆ କପ୍‌ର ଫାଇନାଲ୍‌ରେ ଭାରତ ଖେଳିବ ଘରୋଇ ଶ୍ରୀଲଙ୍କା ସହିତ। ଘରୋଇ ପରିବେଶରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିବାରୁ ଭାରତ ପାଖରେ ମଧ୍ୟ ଆହ୍ବାନ ରହିବ। ଉଭୟ ଦଳ ପାଇଁ ବିଶେଷ କରି ଭାରତ ପାଇଁ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ବିଜୟ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ‌‌ହୋଇଛି। କାରଣ ଟ୍ରଫି ବିଜୟ ନିଶ୍ଚିତ ଖେଳାଳିଙ୍କ ମନୋବଳକୁ ବଢ଼ାଇବ।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button