ଓଡିଶା

ଅନୈତିକ ସମ୍ପର୍କ ସନ୍ଦେହ: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା, ସ୍ବାମୀ ଫେରାର – bajravana

[ad_1]

ସୁନ୍ଦରଗଡ଼/ସବଡେଗା: ଆଜି ସକାଳୁ ତଳସରା ଥାନା ସବଡେଗା ଘୁଟୁପଡାରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତାଙ୍କ ନାମ ପ୍ରମିଳା ସୋରେଙ୍ଗ (୩୫)। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାର ସଠିକ କାରଣ ଜଣା ପଡ଼ିନଥିଲେ ବି ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ସ୍ବାମୀ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ପରେ ସ୍ବାମୀ ଅଲୀ ଫେରାର ହୋଇଯାଇଥିବାରୁ ହତ୍ୟା ସନ୍ଦେହ ଅଧିକ ଘନୀଭୂତ ହୋଇଛି। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।


ସୂଚନା ଅନୁସାରେ ଘୁଟୁପଡା ରୁନି କାହାଲିଙ୍କ ଘରେ କିଛି ଦିନ ହେଲା ଅଲୀ, ପତ୍ନୀ ପ୍ରମିଳା ଓ ୭ ବର୍ଷର ପୁଅ ସହ ଭଡାରେ ରହୁଥିଲେ। ଅଲୀ ସବଡେଗା ବଂଶଲ ଟ୍ରେଡର୍ସରେ ଶ୍ରମିକ ଭାବେ କାମ କରୁଥିଲେ। ସବୁ ଠିକଠାକ୍ ଥିବାବେଳେ ଗତ ୧୬ ତାରିଖରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଝଗଡ଼ା କରିଥିଲା।।ଉଭୟଙ୍କ ମଧ୍ୟରେ ବହୁତ ପାଟିତୁଣ୍ଡ ହୋଇଥିଲା। ଘଟଣାର ୩ ଦିନ ପରେ ଭଡା ଘରୁ ଦୁର୍ଗନ୍ଧ ହେବା ଓ ଭଡାଟିଆ ପରିବାରର ଦେଖା ନଥିବାରୁ ଲୋକେ ତଳସରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସିଥିଲେ ବି ଘରେ ତାଲା ପଡିଥିବାରୁ ମାଜିଷ୍ଟ୍ରେଟଙ୍କ ଆବଶ୍ୟକ ପଡିଥିଲା।

ପରେ ମାଜିଷ୍ଟ୍ରେଟ୍ ତହସିଲଦାର ସୁମନ ମିଞ୍ଜ ଓ ସାଇଣ୍ଟିଫିକ ଟିମ୍ ର ଉପସ୍ଥିତିରେ ପୁଲିସ ତାଲା ଭାଙ୍ଗି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସ୍ବାମୀ ଓ ପୁଅ ନଥିବାରୁ ପ୍ରମିଳାକୁ ହତ୍ୟା କରିବା ପରେ ପୁଅକୁ ନେଇ ଅଲୀ ଫେରାର ହୋଇଯାଇଥିବା କୁହାଯାଉଛି।। ୧୭ ତାରିଖ ସକାଳେ ଅଲୀ ବଂଶଲ ଟ୍ରେଡର୍ସ ମାଲିକଙ୍କୁ ଭେଟି କୁଆଡେ ଘୁଟୁପଡାର ଜଣେ ମଦ ବେପାରୀ ସହ ସ୍ତ୍ରୀର ଖରାପ ସମ୍ପର୍କ ଥିବା ଓ ପୁଅ ସମ୍ମୁଖରେ ସେମାନେ ଶାରୀରିକ ସମ୍ପର୍କ ରଖିଥିବା କହି କାନ୍ଦି ପକାଇଥିଲେ। ବସରେ ବାପପୁଅ ଚାଲି ଯାଇଥିବା ସୂଚନା ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button