ଓଡିଶା

୧୩ହଜାରରୁ ଅଧିକ ଜେଲ୍‌ ଅନ୍ତେବାସୀଙ୍କ ହେବ ଏଚ୍‌ଆଇଭି, ଯକ୍ଷ୍ମା ପରୀକ୍ଷା – bajravana

[ad_1]

ଭୁବନେଶ୍ବର: ସାଧାରଣ ଲୋକଙ୍କ ତୁଳନାରେ ଜେଲ୍‌ ଅନ୍ତେବାସୀଙ୍କ ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣ ଅଧିକ। ଗତ ୨ବର୍ଷ ଭିତରେ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୧୨୦ଜଣ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଅନ୍ତେବାସୀଙ୍କ ମଧ୍ୟରେ ଅସୁରକ୍ଷିତ ‌ଯୌନ ସଂପର୍କ ଦ୍ବାରା ଏହା ବ୍ୟାପକ ହେଉଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଅନ୍ତେବାସୀଙ୍କ ‌ଯୌନ ସଞ୍ଚାରିତ ସଂକ୍ରମଣ(ଏସ୍‌ଟିଆଇ), ଏଚ୍‌ଆଇଭି, ଯକ୍ଷ୍ମା, ହେପାଟାଇଟିସ୍‌-ବି ଓ ସି ସଂକ୍ରମଣର ପରୀକ୍ଷା ଅଭିଯାନ(ଆଇଏସ୍‌ଏଚ୍‌ଟିଏଚ୍‌) ଆରମ୍ଭ ହୋଇଛି। ୧୩,୩୩୫ ଅନ୍ତେବାସୀଙ୍କ ଆସନ୍ତା ୧ମାସ ଧରି ପରୀକ୍ଷା, ଚିକିତ୍ସା ଓ ପରାମର୍ଶ ଦିଆଯିବ ବୋଲି କୁହାଯାଇଛି।

ଜାତୀୟ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଏସିପି) ଅଧୀନରେ ଅନ୍ତେବାସୀମାନଙ୍କୁ ଏକ ସ୍ବତନ୍ତ୍ର ଗୋଷ୍ଠୀଭାବେ ଚିହ୍ନଟ କରାଯାଇଛି। ଦେଶବ୍ୟାପୀ ଜେଲ୍‌ ଓ ଅନ୍ୟାନ୍ୟ କ୍ଲୋଜ୍ ସେଟିଂ ମଧ୍ୟରେ ଅଧିକ ବିପଦ ସଂକୁଳ ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ପାଇଁ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂଗଠନ(ନାକୋ) ଲକ୍ଷ୍ୟ ରଖିଛି। ରାଜ୍ୟର ୮୭ଟି ଜେଲ୍‌, ୬୬ଟି ଅନ୍ୟାନ୍ୟ କ୍ଲୋଜ୍ ସେଟିଂ, ୫୪ଟି ସ୍ବାଧାର ଗୃହ, ୧୧ଟି ଉଜାମା ହୋମ୍, ୪ଟି ଜୁଭେନାଇଲ ହୋମ୍, ୪୮ଟି ନିଶା ନିବାରଣ କେନ୍ଦ୍ର ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଇଏସ୍‌ଏଚ୍‌ଟିଏଚ୍‌ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଯକ୍ଷ୍ମା ପରୀକ୍ଷା, ସନ୍ଦିଗ୍ଧ ମାମଲା ପାଇଁ କଫ ସଂଗ୍ରହ, ଡଟ୍‌ସ ପ୍ରଦାନ କରାଯିବ। ଏହାସହ ଗର୍ଭବତୀ ମହିଳା ଅନ୍ତେବାସୀଙ୍କ ୩ମାସରେ ଥରେ ଭାଇରାଲ ହେପାଟାଇଟିସ୍ ପରୀକ୍ଷା କରାଯିବ।

ଜେଲ୍‌ରେ ଥିବା ଅନ୍ତେବାସୀଙ୍କ ପାଇଁ ପ୍ରଚଳିତ ‘ଆଜାଦ ବାଣୀ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଏଚ୍‌ଆଇଭି ସଚେତନତା ଗୀତ ବାଜିବ। ଏହାସହ ଜେଲ୍‌ କାନ୍ଥରେ ସଚେତନତାର ବାର୍ତା ଓ ଲିଫ୍‌ଲେଟ୍‌ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଜ୍ୟ ଜେଲ୍‌ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ଏହା କାର୍ଯ୍ୟକାରୀ କରାଯାଉଛି। ଏଚ୍‌ଆଇଭି ସଂକ୍ରମିତ ଅନ୍ତେବାସୀଙ୍କୁ ଏଆରଟି ସହ ସଂଯୋଗ କରାଇ ଏଆରଟି ଔଷଧ ପ୍ରଦାନ କରାଯିବା ସହ ସେମାନଙ୍କ ଭାଇରାଲ ଲୋଡ୍‌ ପରୀକ୍ଷା ମଧ୍ୟ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ପରୀକ୍ଷା ଅଭିଯାନରେ କାରାଗାର ମହାନିର୍ଦେଶକ ମନୋଜ ଛାବ୍ରା, ଓସାକ୍ସ ନିର୍ଦେଶିକା ଡା.ଉର୍ମିଳା ମିଶ୍ର, ନୋଡାଲ ଅଧିକାରୀ ବିରେନ ସାହୁ, ଜେଲର ସନ୍ତୋଷିନୀ ଦାସ, ଝାରପଡ଼ା ଜେଲ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button