ମନୋରଞ୍ଜନ

‘ଗଦ୍ଦର ୨’ର ସଫଳତା ପରେ ୫୬କୋଟିର ଋଣ ସୁଝି ବାପାଙ୍କ ସମ୍ପିତ୍ତି ବଞ୍ଚାଇବେ ସନ୍ନି – bajravana

[ad_1]

ନୂଆଦିଲ୍ଲୀ: ସିନେମା ‘ଗଦ୍ଦର ୨’ର ସଫଳତା ପରେ ସନ୍ନି ଦେୱଲଙ୍କ ଜୁହୁସ୍ଥିତ ବଙ୍ଗଳାର ନିଲାମର ଖବର ସାମ୍ନାକୁ ଆସିଥିଲା। ସନ୍ନିଙ୍କ ଉପରେ ୫୬କୋଟି ଟଙ୍କାର ଋଣଭାର ଥିବା କଥା ଚର୍ଚ୍ଚାକୁ ଆସିଥିଲା।

ଏକ ଟେଲିଭିଜନ ସାକ୍ଷାତକାରରେ ସନ୍ନି ଏବିଷୟରେ ‌ଖୋଲାଖୋଲି ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ସନ୍ନି କହିଥିଲେ କି, ‘ମୁଁ ବ୍ୟାଙ୍କକୁ ଚିଠି ଲେଖି ଜଣାଇଥିଲି କି ମୁଁ ଏବେ ସିନେମା ପ୍ରମୋସନରେ ବ୍ୟସ୍ତ ଅଛି। ଫେରିବା ପରେ ସମସ୍ତ ଋଣ ସୁଝି ଦେବି। ଏହା ସତ୍ତ୍ବେ ବି ବ୍ୟାଙ୍କ କର୍ମଚାରୀ ମୋ କଥ‌ା ନମାନି ବଙ୍ଗଳା ନିଲାମର ସୂଚନା ଖବରକାଗଜରେ ଛାପି ଦେଇଥିଲେ। ଲୋକଙ୍କୁ କିନ୍ତୁ ଏମିତି କରିବାର ନଥିଲା।

ଏମିତି ବି ବ୍ୟାଙ୍କ କର୍ମଚାରୀ ମୋତେ ପ୍ରଶ୍ନ କରିଥିଲେ କି ସିନେମା ‘ଗଦ୍ଦର-୨’ ତ ଭଲ ବ୍ୟବସାୟ କରୁଛି। ଏବେ ତ ଆପଣ ଋଣ ସୁଝି ପାରିବେ? ମୁଁ ଏହାର ଉତ୍ତର ଦେଇ କହିଥିଲି ନିଶ୍ଚିୟ। ଏବେ ମୁଁ ସମସ୍ତ ଋଣଭାର ସୁଝି ଦେବି। କାରଣ ମୁଁ ବାପାଙ୍କର କୌଣସି ସମ୍ପତ୍ତିକୁ ହରାଇ ଦେବାକୁ ଚାହେଁ ନାହିଁ।

ସୂଚନାଯୋଗ୍ୟ,  ସନ୍ନି ଦେୱଲଙ୍କ ଘର ନିଲାମ ହେବ ବୋଲି ବ୍ୟାଙ୍କ ନୋଟିସ କରିବା ପରେ ଉକ୍ତ ନିଲାମ ନୋଟିସକୁ ଫେରାଇ ନେଇଥିଲା ବ୍ୟାଙ୍କ ।

ସନ୍ନି ଋଣ ପରିଶୋଧ କରି ନଥିବାରୁ ୫୬କୋଟି ଟଙ୍କାରେ ଘର ନିଲାମ ପାଇଁ ହୋଇଥିଲା ନୋଟିସ୍ । ଏହାପରେ ବୈଷୟିକ କାରଣ ଦର୍ଶାଇ ବ୍ୟାଙ୍କ ନୋଟିସ୍ ଫେରାଇ ନେଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ତେଜିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button