ଖେଳ ଖବର

ବିରାଟ କୋହଲି, କେଏଲ ରାହୁଲଙ୍କ ବିସ୍ଫୋରକ ଶତକ; ପାକିସ୍ତାନକୁ ୩୫୭ ରନର ଟାର୍ଗେଟ୍ – bajravana

[ad_1]

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ଚମକିଛନ୍ତି ଭାରତର ଦୁଇ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ବିସ୍ଫୋରକ ଶତକ ବଳରେ ପାକିସ୍ତାନ ଆଗରେ ୩୫୭ ରନର ବିଶା​ଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ବିରାଟ ଓ ରାହୁଲ ଆରମ୍ଭରୁ ସତର୍କତାର ସହ ଖେଳି ସ୍କୋରକୁ ଆଗେଇ ନେଇଥିଲେ ଓ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରକୁ ୩୦୦ ସେପଟକୁ ନେଇଯାଇଥିଲେ । ପ୍ରଥମେ ରାହୁଲ ନିଜର ଶତକ ପୂରଣ କରିବା ପରେ ବିରାଟ କୋହଲି ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ  ମାତ୍ର ୨ ଓ୍ବିକେଟ ହରାଇ ୩୫୬ ରନ କରିଥିଲା । ବିରାଟ ଅପରାଜିତ ୧୨୨ରନ କରିଥିବା ବେଳେ ରାହୁଲ ଅପରାଜିତ ୧୧୧ ରନ କରିଥିଲେ । ଉଭୟ ବ୍ୟାଟର ପାକିସ୍ତାନୀ ବୋଲରମାନଙ୍କୁ ନିର୍ମମ ପ୍ରହାର କରିଥିଲେ ।

ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ସଦାବ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । କିନ୍ତୁ ଅନ୍ୟ ବୋଲରମାନେ ବିରାଟ, ରାହୁଲଙ୍କ ବ୍ୟାଟିଂ ଆଗରେ ନିସ୍ପ୍ରଭ ମନେ ହୋଇଥିଲେ ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ସତର୍କତାର ସହ ଖେଳି ଭାରତକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଉଭୟ ଅର୍ଦ୍ଧଶତକମାରି ଆଉଟ ହୋଇଥିଲେ । ଭାରତର ସ୍କୋର ୨ ଓ୍ବିକେଟରେ ୧୪୭ ରନ ଥିବାବେଳେ ବର୍ଷା ଯୋଗୁଁ ଗତ କାଲିର ଖେଳ ହୋଇପାରି ନଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button