ଖେଳ ଖବର

ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ବିରାଟଙ୍କୁ ମିଳିଲା ଉପହାର – bajravana

[ad_1]

କଲମ୍ବୋ: ବର୍ତ୍ତମାନସୁଦ୍ଧା ଚଳିତ ଏସିଆ କପ୍‌ରେ ଭାରତ ପୂର୍ଣ୍ଣାଙ୍ଗ ମ୍ୟାଚ୍‌ ଖେଳିପାରିନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଅଧାରୁ ବନ୍ଦ ହେବା ପରେ ନେପାଳ ବିପକ୍ଷରେ ମଧ୍ୟ ବର୍ଷା ବାଧକ ସାଜିଥିଲା।

ଭାରତର ବ୍ୟାଟିଂ ବେଳକୁ ଓଭର କମ୍‌ କରି ସଂଶୋଧିତ ଲକ୍ଷ୍ୟ ଦିଆଯାଇଥିଲା। ଯାହାଫଳରେ କେବଳ ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଭାରତକୁ ଜିତାଇଦେବାରୁ ଅନ୍ୟମାନଙ୍କ ବ୍ୟାଟିଂ ଦେଖିବାକୁ ମିଳି ନଥିଲା।

ରବିବାରକୁ ମଧ୍ୟ ସମାନ ପରିସ୍ଥିତି ରହୁଛି। ତେବେ ଆହତରୁ ଫେରିଥିବା କେଏଲ୍‌ ରାହୁଲ, ଶ୍ରେୟସ ଆୟର ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ରହିଥିବା ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ କାହାକୁ ସାମିଲ କରୁଛି ତାହାକୁ ଦେଖିବାକୁ ହେବ।

ଏହି କ୍ରମ‌ରେ ବିରାଟ କୋହଲିଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୧୦ ତାରିଖ ୩ଟା ସମୟରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ବିରାଟ ଶ୍ରୀଲଙ୍କାର ଜୁନିୟର୍ସ କ୍ରିକେଟରଙ୍କ ସହିତ ଖୋଲାଖୋଲି ଆଲୋଚନା କରିବା ସହିତ କିଛି ଟିପ୍ସ ଦେଇଥିଲେ। ଏଥିସହିତ ଶ୍ରୀଲଙ୍କାର ଜଣେ କ୍ରିକେଟର ବିରାଟଙ୍କୁ ରୁପାର ଏକ ବ୍ୟାଟ ଦେଇଥିଲେ। ଏହି ରୁପା ବ୍ୟାଟ ପାଇ ବିରାଟ ଖୁିସି ହୋଇଯାଇଥିଲେ।କାରଣ ଏହି ଉପହାର ତାଙ୍କୁ ବେଶ ପସନ୍ଦ ଆସିଥିଲା। ଏହି ବ୍ୟାଟ ତାଙ୍କ ପାଇଁ ବଡ଼ ଉପହାର ବୋଲି ସେ କହିଥିଲେ।

ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ ଟିମ ପଡ଼ିଆରେ ଅଭ୍ୟାସ କରୁଥିବା ବେଳେ ଫୁଟବଲ ଖେଳୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଦେଖିବାକୁ ମିଳୁଛି, ପଡ଼ିଆ ଭିତରକୁ କିଛି କୁକୁର ପଶି ଆସୁଛନ୍ତି। ବିରାଟ ଉକ୍ତ କୁକୁରଙ୍କ ସହିତ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button