ଓଡିଶା

ଓପିଟିସିଏଲ୍‌ ନିଯୁକ୍ତି ଠକେଇ: ୮୦ ହଜାର ଦେଇ ନେଇଗଲେ ୮ ଲକ୍ଷ – bajravana

[ad_1]

ଟଙ୍କା ଆଦାୟ କରୁଥିବା ମହିଳାଙ୍କ ଅଡିଓ ଭାଇରାଲ୍‌

ଜଗତସିଂହପୁର: ଓପିଟିସିଏଲ୍‌ରେ ଚାକିରି କରାଇବା ନାଁରେ ଠକେଇର ଚେର ଜଗତସିଂହପୁର ଜିଲ୍ଲାକୁ ବି ଲମ୍ବିଛି। ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଆଦାୟ କରିଥିବା ଜଣେ ମହିଳାଙ୍କ ଅଡିଓ ଭାଇରାଲ୍ ହୋଇଛି। ସଂପୃକ୍ତ ମହିଳା ଓ ତାଙ୍କ ଭାଇ ଜଣେ ଯୁବକଙ୍କୁ ଦରମା ଆକାରରେ ୪ ମାସକୁ ୮୦ ହଜାର ଟଙ୍କା ଦେଇ ତାଙ୍କ ଠାରୁ ୭ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ବିଶୁନପୁର ଗାଁର ହେମନ୍ତ କୁମାର ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। କଟକର ଦରଘାବଜାର ଥାନା ପୁଲିସ ଏହି ମାମଲାରେ ସମ୍ପୃକ୍ତ ଠକମାନଙ୍କୁ ଗିରଫ କରିବା ପରେ ଏବେ ଏହି ଠକେଇର ଚେର ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳକୁ ବ୍ୟାପିବା ଘଟଣା ଉଦବେଗର କାରଣ ହୋଇଛି।

ହେମନ୍ତଙ୍କ ଅଭିଯୋଗ ମୁତାବକ, ଗତବର୍ଷ ଫେବ୍ରୁଆରି ୧ରେ ତାଙ୍କ ପୁତୁରା ସୁଜିତଙ୍କୁ ଚାକିରି କରାଇଦେବା ନାଁରେ ପ୍ରଥମେ ସଂପୃକ୍ତ ମହିଳା ଯୋଗାଯୋଗ କରିଥିଲେ। ଏହାସହ ତାଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସଂପୃ୍କ୍ତ ମହିଳା ତାଙ୍କ ଭାଇଙ୍କ ନାଁରେ ଥିବା ଏକ କଂଟ୍ରାକ୍ଟ ଏଗ୍ରିମେଣ୍ଟ୍‌ ଏବଂ ଓପିଟିସିଏଲ୍‌ରେ ଖାଲିଥିବା ପଦବିରେ ନକଲି ବିଜ୍ଞାପନ ଦେଖାଇଥିଲେ। ଏହାସହ ଓପିଟିସିଏଲ୍‌ର ମାନବ ସମ୍ବଳ ବିଭାଗରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରାଇଥିଲେ। ଷ୍ଟୋରକିପର୍‌ ପୋଷ୍ଟରେ ପୁତୁରାର ଚାକିରି କରାଇଦେବା ପାଇଁ ୮ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ସଂପୃକ୍ତ ବ୍ୟକ୍ତି କହିଥିଲେ। ଏହାସହ ମହିଳା ଓ ତାଙ୍କ ଭାଇ କହିଥିଲେ ଯେ, ବର୍ତ୍ତମାନ ଘରେ ବସି ପୁତୁରାକୁ ଅଧା ଦରମା ଅର୍ଥାତ ୨୦ ହଜାର ଟଙ୍କା ମିଳିବ।

ସଂପୃକ୍ତ ମହିଳାଙ୍କୁ ହେମନ୍ତ ଭଲ ଭାବେ ଜାଣିଥିବାରୁ ସେ ତାଙ୍କ କଥାରେ ବିଶ୍ବାସ କରି ମହିଳାଙ୍କର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୪୦ ହଜାର ଟଙ୍କା ଜମା କରିଥିଲେ। ଏହାର ସମସ୍ତ ବ୍ୟାଙ୍କ୍ ଷ୍ଟେଟ୍‌ମେଣ୍ଟ୍‌ ହେମନ୍ତ ରଖିଛନ୍ତି। ଏହାପରେ ସଂପୃକ୍ତ ମହିଳା ଓ ତାଙ୍କ ଭାଇ ଏକ କାର୍‌ରେ ଆସି ସୁଜିତଙ୍କ ଅଙ୍ଗୁଳି ଛାପ ମେସିନ୍‌ରେ ନେବା ସହ ଓପିଟିସିଏଲ୍‌ର ନକଲି ନିଯୁକ୍ତିପତ୍ର ଓ ଚିଠି ଦେଇ ଅବଶିଷ୍ଟ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଆକାରରେ ନେଇ ଯାଇଥିଲେ। ଏହି ଟଙ୍କା ନେବାର ପର ମାସଠାରୁ ଅଧା ଦରମା ହିସାବରେ ୪ ମାସରେ ୮୦ ହଜାର ଟଙ୍କା ଆସିଥିଲା। ଏହାପରେ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଟଙ୍କା ଆସିବା ବନ୍ଦ ହୋଇଯାଇଥିଲା। ଏ ନେଇ ସଂପୃକ୍ତ ମହିଳାଙ୍କୁ ଯେତେ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ ଆଉ ଫୋନ୍ ଉଠାଇ ନଥିଲେ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ହେମନ୍ତ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଏହି ଠକେଇରେ ଆହୁରି ଅନେକ ଯୁବକ ଶିକାର ହୋଇଥିବା ଆଶଙ୍କା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button