ଅପରାଧ

ଏସ୍‌ବିଆଇ ଏଟିଏମ୍‌ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍‌: ଗ୍ୟାସ୍ କଟରରେ କାଟି ନେଇଗଲେ – bajravana

[ad_1]

ନାଁକୁ ସିସିଟିଭି; ଝୁଲିଛି, କାମକରୁନି, ୧୦.୫୭ରେ ଶେଷ କାରବାର

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବରସ୍ଥିତ ଶ୍ୟାମସୁନ୍ଦର ମଠ ନିକଟ ଏସ୍‌ବିଆଇ ଏଟିଏମ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ଦୁର୍ବୃତ୍ତ ୧୦.୫୯ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ତେବେ ସେମାନଙ୍କ ଲୁଟ୍‌ ସମ୍ପର୍କରେ ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ଟେର୍‌ ପାଇନାହାନ୍ତି। ହେଲେ ଏଥିରେ ୫ରୁ ୬ଜଣ ଲୁଟେରା ସାମିଲ ଥିବା ଅନୁମାନ କରାଯାଉଛି। ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି।

ବାଜିଲାନି ଆଲାରାମ୍‌, ଗଲାନି ଡାଉନ୍‌ କଲ୍‌
ସାଧାରଣତଃ ଏଟିଏମ୍‌ ମେସିନ୍‌ କାଟି ଲୁଟିବା ବେଳେ ଆଲାରାମ୍ ବାଜିଥାଏ। ସେହିଭଳି ଏଟିଏମ୍‌ ପରିଚାଳନା କରୁଥିବା ମୁଖ୍ୟ କାର୍ଯ୍ୟାଳୟକୁ ଡାଉନ୍‌ କଲ୍‌ ବି ଯାଇଥାଏ। କିନ୍ତୁ ଏହି କ୍ଷେତ୍ରରେ ଏଭଳି କିଛି ଘଟିନାହିଁ। ନା ସାଇରନ୍‌ ବାଜିଛି ନା ଡାଉନ୍‌ କଲ୍‌ ଯାଇଛି। ଏହାର ଫାଇଦା ନେଇ ଅତି ସହଜରେ ଦୁର୍ବୃତ୍ତମାନେ ଖସିଯାଇଥିଲେ। ତେବେ ଦୁର୍ବୃତ୍ତମାନେ କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଏଟିଏମ୍‌ର ସବୁ ବ୍ୟବସ୍ଥାକୁ ଅଚଳ କରିଦେଇଥିବା‌ ସନ୍ଦେହ କରାଯାଉଛି।

ସୋମବାର ସକାଳ ସମୟରେ କିଛି ଗ୍ରାହକ ଟଙ୍କା ଉଠାଇବା ପାଇଁ ଏଟିଏମ୍‌କୁ ଆସିଥବା ବେଳେ ‌ସେଠାରେ ଏଟିଏମ୍‌ ଗାଏବ ହୋଇଯାଇଥିଲା। ମେସିନ୍‌ର କିଛି ଭଗ୍ନାଂଶ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥାଏ। କେହି ମେସିକୁ କାଟି ନେଇଯାଇଥିବା ଅନୁମାନ କରିଥିଲେ। ଏହା ଦେଖି ଗ୍ରାହକ ତୁରନ୍ତ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଖବର ଦେଇଥିଲା। ସେମାନେ ସେଠାରେ ପହଞ୍ଚିବା ପରେ ସିସିଟିଭି ଯାଞ୍ଚ ପାଇଁ କହିଥିଲେ। ଆଶ୍ଚର୍ଯ୍ୟର କଥା ଏଟିଏମ୍‌ରେ ସିସିଟିଭି ଥିଲେ ବି ସମସ୍ତ ସିସିଟିଭି ଖରାପଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ତେବେ ସିସିଟିଭି ଖରାପ ଥିଲେ ବି କାହିଁକି ସଜଡ଼ାଯାଇନଥିଲା? ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଏଟିଏମ୍‌ ଟ୍ରାଞ୍ଜାକ୍ସନରୁ ଜଣା ପଡ଼ିଛି ଯେ, ରବିବାର ରାତି ୧୦.୫୭ରେ ଶେଷ ଟ୍ରାଞ୍ଜାକ୍ସନ ହୋଇଥିଲା। ଅର୍ଥାତ ଲୁଟେରାମାନେ ରାତି ୧୦.୫୭ ପରେ ହିଁ ଅପରେସନ୍‌ ଆରମ୍ଭ କରିଥିଲେ। ଏଟିଏମ୍‌ ସିସିଟିଭି ଖରାପ ଥିବାରୁ ପୁଲିସ ଆଖାପଖ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତନାଘନା ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button