ଓଡିଶା

ଉତ୍ତପ୍ତ ବାୟୁ ମଣ୍ଡଳ ସହ ଜଳୀୟ ବାଷ୍ପ ମିଶି ବିପଦ ଜନକ ଘଡ଼ଘଡ଼ି ସୃଷ୍ଟି କରୁଛି: ପାଣିପାଗ ବିଜ୍ଞାନୀ – bajravana

[ad_1]

ଭୁବନେଶ୍ବର: ବିଗତ କିଛିଦିନ ହେଲା ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେଉଛି। ବଜ୍ରପାତରେ ଧନଜୀବନ କ୍ଷୟକ୍ଷତି ହେଉଛି। ବଜ୍ରପାତ ଏଭଳି ହେଉଛି ଯେ, ଘରୁ ବାହାରକୁ ଯିବା ପାଇଁ ଭୟ ଲାଗୁଛି। ମାତ୍ର ସତର୍କ ମାଧ୍ୟମରେ ଧନଜୀବନକୁ ସୁରକ୍ଷିତ ରଖାଯାଇପାରିବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସାଧାରଣ ଭାବେ ଦେଖିବା ଯେତେବେଳେ ମୌସୁମୀ ଦୁର୍ବଳ ସ୍ଥିତରେ ଗତି କରୁଥାଏ, ସେତେବେଳେ ବାୟୁ ମଣ୍ଡଳର ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଉଥାଏ। ଗତ ତିନିରୁ ଚାରିଦିନ ଧରି ଉପକୂଳ ଓଡ଼ିଶାରେ ତାପମାତ୍ରା ଯେଉଁ ରେକର୍ଡ ହେବା କଥା ତା ତୁଳନାରେ ସୌଭାବିକ ଠାରୁ ତିନିରୁ ଚାରି ଡିଗ୍ରି ପର୍ଯ୍ୟନ୍ତ ରହୁଥିଲା। କିଛି କିଛି ସ୍ଥାନରେ ୫ ଡିଗ୍ରି ପର୍ଯ୍ୟନ୍ତ ବି। ଆଭ୍ୟନ୍ତରୀଣ ଓଡିଶାରେ ୨ରୁ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଥିଲା। ତେଣୁ ଉତ୍ତପ୍ତ ବାୟୁ ମଣ୍ଡଳ ସହ ଯେତେବେଳେ ଜଳୀୟ ବାଷ୍ପ ମିଶୁଛି ସେତେବେଳେ ବିପଦ ଜନକ ଘଡ଼ଘଡ଼ି ସୃଷ୍ଟି କରୁଛି। ଗତକାଲି (ଶନିବାର) ଏହା ଲକ୍ଷ କରାଯାଇଥିଲା।

ଶ୍ରୀ ଦାସ କହିଛନ୍ତି ଯେ, ଗତକାଲି ଭଳି ଆଜି ମଧ୍ୟ ଉପକୂଳ ଓଡିଶାର ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗସିଂହପୁର, ଭଦ୍ରକ ଅଞ୍ଚଳରେ ବିଜୁଳି ଓ ଘଡଘଡି ଅନୁଭୂତ ହେଉଛି। କିଛି ଦିନ ଧରି ମୌସୁମୀ ଦୁର୍ବଳ ରହିଥିଲା ଯେହେତୁ ଜଳୀୟ ବାଷ୍ପ ବାୟୁ ମଣ୍ଡଳକୁ ପ୍ରବେଶ କରୁଛି। ତେଣୁ ଏହି ଉତ୍ତପ୍ତ ବାୟୁମଣ୍ଡଳ ସମ୍ପର୍କରେ ଜଳୀୟ ବାଷ୍ପ ଆସି ଘଡଘଡି ସୃଷ୍ଟି କରୁଛି। ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ଘଡ଼ଘଡ଼ି ଅଧିକ ହେବ ତାହା ଡୋପ୍ଲାର ରାଡର ମାଧ୍ୟମରୁ ଜାଣି ୫ରୁ ୬ ଘଣ୍ଟା ପୂର୍ବରୁ ସତର୍କ କରାଯାଇଛି। ଲୋକମାନେ ସତର୍କ ରହିବା ଆବଶ୍ୟକ କାରଣ ଯେଉଁ ଲୋକମାନେ ଚାଷ ଜମିରେ କାର୍ଯ୍ୟକରୁଛନ୍ତି ବା ଗଛ ତଳେ କାମ କରୁଛନ୍ତି, କିମ୍ବା ଖୋଲା ପଡ଼ିଆରେ କାର୍ଯ୍ୟକରୁଛନ୍ତି ସେହି ସମୟରେ ନିରାପଦ ସ୍ଥାନକୁ ଯାଇପାରନ୍ତି ନାହିଁ। ଗଛ ଓ ଉଚ୍ଚସ୍ଥାନକୁ ବିଜୁଳି ମାରିଥାଏ। ତେଣୁ ବିଜୁଳି ଘଡଘଡି ମାରିବା ପୂର୍ବରୁ ଆକାଶରେ କଳା ବାଦଲ ଓ ଶୀତଳ ପବନ ଆସେ। ସେହି ସମୟରେ ନିରାପଦ ସ୍ଥାନକୁ ଯିବାକୁ ହେବ। ତେବେ ଲୋକଙ୍କ ଧନ ଜୀବନ ସୁରକ୍ଷିତ ହୋଇପାରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button