ମନୋରଞ୍ଜନ

‘ମୋ ଝିଅକୁ ଏପରି ଭାବେ ତାର ପ୍ରେମିକ ହଁ ମାରିଛି ସ୍ପଷ୍ଟ କଲେ କୋର୍ଟ’; ପ୍ରତ୍ୟୁଷାଙ୍କ ବାପା – bajravana

[ad_1]

ନୂଆଦିଲ୍ଲୀ: ଟିଭି ସୋ’ ‘ବାଳିକା ବଧୂ’ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଇଛନ୍ତି କୋର୍ଟ।

ଅପ୍ରେଲ ୧, ୨୦୧୬ରେ ଗୋରେଗାଁରେ ଥିବା ନିଜ ଫ୍ଲାଟରେ ପ୍ରତ୍ୟୁଷା  ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଆତ୍ମହତ୍ୟା ମାମଲାରେ ଜଡିତ ଥିବା ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନରେ ଆସିଥିଲେ। ଏହି କ୍ରମରେ ରାହୁଲ  କୋର୍ଟଙ୍କୁ ଏକ ଆବେଦନ କରିଥିଲେ।

ଏହି ଆବେଦନରେ ରାହୁଲ କହିଥିଲେ କି, ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ ମୁକ୍ତ କରାଯାଉ, ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଉ। ଏହି ଆବେଦନକୁ କୋର୍ଟ ନିକଟରେ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ରାହୁଲଙ୍କୁ ଦାୟୀ କରିଛନ୍ତି। ଆଉ କହିଛନ୍ତି କି, ‘ରାହୁଲ ପ୍ରତ୍ୟୁଷାଙ୍କ ଜୀବନକୁ ଏକ ପ୍ରକାର ନର୍କ କରି ଦେଇଥିଲେ। ଏପରି ନିର୍ଯାତନା ଦେଇଥିଲେ ଯେ, ଯାହା ଫଳରେ ପ୍ରତ୍ୟୁଷା ବାଧ୍ୟ ହୋଇ ଆତ୍ମହତ୍ୟା କରିଥିଲେ।’

ଦୀର୍ଘ ୮ ବର୍ଷ ପରେ ମୁମ୍ୱାଇ କୋର୍ଟଙ୍କ ଏଭଳି ଶୁଣାଣି ଶୁଣି ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ କହିଛନ୍ତି, ‘ଆମର ଆଇନ ଓ ନିୟମ ବ୍ୟବସ୍ଥା ମନ୍ଥର ବୋଲି ମୁଁ ଜାଣିଥିଲି। ସେ ଯାହାବି ହେଉ ଆଜି କୋର୍ଟ ଯେଉଁ ଶୁଣାଣି କଲେ ଆମେ ଗତ ୮ବର୍ଷ ପୂର୍ବରୁ ତାହା ହିଁ କହି ଆସୁଥିଲୁ କି ଆମ ଝିଅ ଜୀବନ ହାରିପାରେ ନାହିଁ। ତାକୁ ହତ୍ୟା କରାଯାଇଛି।  ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି। ମୋର ବିଶ୍ବାସ ଆଗକୁ ମୋ ଝିଅର ଆତ୍ମହତ୍ୟା ଘଟଣାକୁ ନେଇ  ସବୁ ସତ୍ୟ ଧୀରେଧୀରେ ସାମ୍ନାକୁ ଆସିବ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button