ଅପରାଧ

ଦିଲ୍ଲୀ ଆମାଜନ ନିର୍ବାହୀଙ୍କ ହତ୍ୟା ମାମଲା: ‘ମାୟା ଗ୍ୟାଙ୍ଗ’ର ମୁଖ୍ୟ ସମୀରକୁ ବାନ୍ଧିଲା ପୁଲିସ – bajravana

[ad_1]

୧୮ ବର୍ଷ ପୂରିବା ପୂର୍ବରୁ ୪ ହତ୍ୟାକାଣ୍ଡ ସହ ଜଡ଼ିତ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଉତ୍ତର ପୂର୍ବ ଦିଲ୍ଲୀର ଭଜନପୁରାରେ ଆମାଜନର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ ୪ରୁ ୫ ଜଣ ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ। ତାଙ୍କର ଜଣେ ସଂପର୍କୀୟ ମଧ୍ୟ ଗୁଳିକାଣ୍ଡର ଶିକାର ହେବା ସହିତ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ବୁଧବାର ରାତିରେ ଦିଲ୍ଳୀ ପୁଲିସର ସ୍ପେସାଲ ସେଲ୍ ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ ସମୀରକୁ ଧରିବାରେ ସଫଳ ହୋଇଛି। ଦିଲ୍ଲୀରେ ମୁଣ୍ଡ ଟେକିଥିବା ମାୟା ଗ୍ୟାଙ୍ଗର ସେ ହେଉଛି କିଙ୍ଗ ପିନ୍‌।

ତା’ର ଇନଷ୍ଟାଗ୍ରାମ ବାୟୋଡାଟାରେ ଲେଖାଅଛି: ନାମ- ବଦନାମ, ଠିକଣା- କବ୍ରିସ୍ତାନ, ବୟସ- ‌ଜିନେ କି, ଶୌକ- ମାରନେ କା। ତାକୁ ବର୍ତ୍ତମାନ ୧୮ ବର୍ଷ ପୂରିଛି, କିନ୍ତୁ ତା’ ପୂର୍ବରୁ ତା’ ନାମରେ ୪ଟି ହତ୍ୟାକାଣ୍ଡର ଅଭିଯୋଗ ରହିଛି। ଦୁଇବର୍ଷ ତଳେ ସମୀର ଯେତେବେଳେ ନିଜ କେବୁଲ ଟିଭିରେ ‘ସୁଟ୍‌ଆଉଟ୍ ଆଟ୍ ଲୋଖଣ୍ଡୱାଲା’ ଫିଲ୍ମ ଦେଖୁଥିଲା, ବିବେକ ଓବରୟଙ୍କ ଅଭିନୀତ ମାୟା ଚରିତ୍ର ତାକୁ ଖୁବ୍ ପ୍ରଭାବିତ କରିଥିଲା। ସେଥିପାଇଁ ସେ ନିଜ ଗ୍ୟାଙ୍ଗର ନାମ ରଖିଥିଲା ‘ମାୟା ଗ୍ୟାଙ୍ଗ’ ଏବଂ ନିଜର ନାଁ ଦେଇଥିଲା ‘ମାୟା ଭାଇ’। ସେ ମଧ୍ୟ ନିଜ ଇନଷ୍ଟାଗ୍ରାମ୍‌ର ଆଇଡିକୁ ‘କିଙ୍ଗ-ମାୟା-୩୦୨’ ଭାବେ ବଦଳାଇଥିଲା। ଏଥିରେ ଥିବା ସଂଖ୍ୟାଟି ହେଉଛି ନରହତ୍ୟା ପାଇଁ ରହିଥିବା ଆଇପିସିର ଧାରା।

ଦିଲ୍ଲୀର ଯେଉଁ ଅଞ୍ଚଳରେ ଇରଫାନ ଛେନୁ, ନାସିର ଓ ହାସିମ ବାବା ପରି ପୁରୁଣା ଗ୍ୟାଙ୍ଗଷ୍ଟରମାନେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି କୌଣସି ନୂଆ ଛୋଟ ଗ୍ୟାଙ୍ଗଷ୍ଟର ଦଳଙ୍କୁ ଉଧେଇବାକୁ ଦେଉ ନ ଥିଲେ, ସେହି ଉତ୍ତରପୂର୍ବ ଦିଲ୍ଲୀରେ ସମୀରର ଉତ୍‌ଥାନକୁ ଦେଖି ଅନେକ ବରିଷ୍ଠ ପୁଲିସ ବି ବିସ୍ମିତ ହୋଇଛନ୍ତି। ଅନେକ ମାସ ଧରି ଏହି ନାବାଳକଙ୍କ ଗ୍ୟାଙ୍ଗ ଯେଉଁଠି ଇଚ୍ଛା ଲୋକଙ୍କୁ ଗୁଳି କରି ହତ୍ୟା କରୁଥିଲେ ଓ ଲୁଟୁଥିଲେ। ଅପରାଧୀ ନାବାଳକ ହୋଇଥିବାରୁ ପୁଲିସ ହାତ ମଧ୍ୟ ବନ୍ଧା ହୋଇ ରହୁଥିଲା। କିନ୍ତୁ ସେମାନଙ୍କ ଅପରାଧ ପୁଲିସ ତଥା ଜନସାଧାରଣଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିଲା।

ସମୀରର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେ ଗର୍ବର ସହ ପିସ୍ତଲ ଓ ରାଇଫଲ ଧରିଥିବାର ଛବି ପ୍ରଦର୍ଶନ କରୁଥିଲା। ଏଥିରୁ ସେ ଗୁଳି ମାରିବାର ଭିଡ଼ିଓ ମଧ୍ୟ ଜାରି କରିଥିଲା। କିନ୍ତୁ ପୁଲିସ ବୋଧହୁଏ ଏ ସବୁକୁ ଅଣଦେଖା କରିଥିଲା। ୨୦୦୦ରୁ ଊର୍ଦ୍ଧ୍ବ ଅନୁଗାମୀଙ୍କ ସହ ସମୀରର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କୁଖ୍ୟାତି ଅର୍ଜନ କରିଥିଲା। ୨୦୨୨ ଜୁଲାଇରେ ଜଣେ ୟୁଟ୍ୟୁବର ଉତ୍ତରପୂର୍ବ ଦିଲ୍ଲୀବାସୀଙ୍କର ଏକ ସାକ୍ଷାତ୍‌କାର ପୋଷ୍ଟ କରିଥିଲେ, ଯେଉଁଥିରେ ପୁଲିସର ଦାୟିତ୍ବହୀନତାକୁ ସମାଲୋଚନା କରାଯାଇଥିଲା। ଜଣେ ପ୍ରତିକ୍ରିୟାରେ କହିଥିଲେ ଯେ ସେ ମାରିବ, ଜେଲ ଯିବ, ପୁଣି ବାହାରିବ, ପୁଣି ହତ୍ୟା କରିବ, ଏଥର ବି ସେ ବାହାରିବ ଏବଂ ସେ ଜଣେ ନାବାଳକ କହି ପୁଲିସ ଦାୟିତ୍ବରୁ ଓହରିଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button