ମନୋରଞ୍ଜନ

ସୈଫ୍‌ ଓ କରୀନାଙ୍କ ଘରେ ପାଳନ ହେଲା ରାଖି: ୩ ଭାଇଙ୍କ ହାତରେ ସ୍ନେହର ଡୋର ବାନ୍ଧିଲେ ସାରା – bajravana

[ad_1]

ମୁମ୍ବାଇ: ସମସ୍ତେ ଜାଣନ୍ତି ଯେ ‌ସୈଫ୍‌ ଅଲୀ ଖାନଙ୍କର ତାଙ୍କ ପୂର୍ବ ପତ୍ନୀ ଅମୃତା ସିଂ ଏବଂ ବର୍ତ୍ତମାନର ଜୀବନସାଥୀ କରୀନା କପୁରଙ୍କ ସହ ମୋଟ ଚାରି ଜଣ ସନ୍ତାନ ଅଛନ୍ତି। ସୈଫ୍‌ଙ୍କ ପୂର୍ବ ପତ୍ନୀଙ୍କ ପୁଅ ଇବ୍ରାହିମ୍‌, ଝିଅ ସାରା, କନୀନାଙ୍କ ଦୁଇ ପୁଅ ତୈମୁର୍‌ ଓ ଜାହାଙ୍ଗିରଙ୍କ ମଧ୍ୟରେ ସଂପର୍କ ଖୁବ୍ ନିବିଡ଼। ଦୁଇ ଭିନ୍ନ ମାଆଙ୍କ ପିଲା ହୋଇଥିଲେ ବି ପରସ୍ପରଙ୍କ ମଧ୍ୟରେ ଭରପୂର୍‌ ଭଲପାଇବା ଥାଏ।

ନିକଟରେ ସେମାନେ ସମସ୍ତେ ମିଶି କରି ରାଖି ପାଳନ କରିଛନ୍ତି। ସେହି ସମୟର ଏକ ଫଟୋ ଏବେ ଇଣ୍ଟ୍‌ନେଟ୍‌ରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସାରା ଓ ସୈଫ୍‌ଙ୍କ ଭାଣିଜୀ ମିଶି ୩ ଭାଇ ଇବ୍ରାହିମ୍‌, ତ‌ୈମୁର୍‌ ଓ ଜୈହଙ୍କ ହାତରେ ରାଖି ବାନ୍ଧୁଛନ୍ତି।

୩ ଜଣ ଯାକ ଭାଇ ସମାନ ପୋଷାକ ପିନ୍ଧିଥିବା ଫଟୋରେ ଦୃଶ୍ୟମାନ ହୋଇଛି। ସେମାନେ ଧଳା ଓ ଗାଢ଼ ନୀଳ ରଂଗର ପୋଷାକ ପିନ୍ଧି ରାଖି ମନାଇଛନ୍ତି। ସାରା ତୈମୁରଙ୍କ ମୁଣ୍ଡରେ ତିଲକ ଲଗାଉଥିବା ବେ‌ଳେ ଇବ୍ରାହିମ୍‌ ତ‌ାଙ୍କ କେଶକୁ ହାତରେ ଧରିଥିବାର ଫଟୋରେ ଦେଖିବାକୁ ମିଳିଛି। ସବୁଠାରୁ ସାନ ଜୈହ୍‌ ତାଙ୍କର ବଡ଼ ଭାଇଭଉଣୀମାନଙ୍କୁ ବେଶ୍‌ ଶ୍ରଦ୍ଧାରେ ଚାହିଁ ରହିଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଥାଉ କି, ପଟୌଦି ପରିବାରର ସମସ୍ତ ସଦସ୍ୟ ଏହି ପର୍ବରେ ସୁନ୍ଦର ପାରମ୍ପାରିକ ପୋଷାକରେ ନଜର ଆସିଥିଲେ। ସୈଫ୍‌, କରୀନା, ସୋହା, ସାରା ଏବଂ ସାବା ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିଥିବା ବେଳେ ପରିବାରର ପୁରୁଷ ସଦସ୍ୟମାନେ କୁର୍ତ୍ତା ପିନ୍ଧିଥିଲେ। ଏହି ଫଟୋରେ ଏହା ସ୍ପଷ୍ଟ ହୋଇଛି ଯେ ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ଭଲପାଇବା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button